କରୋନା ପାଇଁ କୋଚିଂ ସେଣ୍ଟର ବନ୍ଦ : ହଙ୍ଗାମା କଲେ ଛାତ୍ରଛାତ୍ରୀ

ଘଟଣାସ୍ଥଳରେ ପୋଡ଼ାଜଳା ସହ ଭଙ୍ଗାରୁଜା କଲେ ଛାତ୍ରଛାତ୍ରୀ

ସାସାରାମ : କୋଚିଂ ସେଣ୍ଟର ବନ୍ଦ କରିବାରୁ ଛାତ୍ରଛାତ୍ରୀଙ୍କ ହଙ୍ଗାମା। ବିହାରରେ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି କୋଚିଂ ସେଣ୍ଟର ବନ୍ଦ କରିବା ପରେ ଛାତ୍ରଛାତ୍ରୀ ନାରାଜ । ଆଜି ସକାଳେ ସାସାରାମରେ ଛାତ୍ରଛାତ୍ରୀମାନେ ହଙ୍ଗମା କରିବା ସହ ଭଙ୍ଗାରୁଜା କରିଛିନ୍ତି । ଘଟଣାସ୍ଥଳରେ ଉତ୍ୟକ୍ତ ଛାତ୍ର ପୋଡ଼ାଜଳା ମଧ୍ୟ କରାଯାଇଛି । ତେବେ ଏହି ମାମଲାରେ ପୋଲିସ୍ ୯ ଜଣ ଛାତ୍ରକୁ ଗିରଫ କରିଛି ।

ସାସାରାମର ପୋଷ୍ଟ ଅଫିସି ଛକ ଓ ଗୌରକ୍ଷଣୀ ବଜାରରେ ହଠାତ ଭଙ୍ଗାରୁଜା କରିବା ସହ ପୋଡ଼ାଜଳା ଆରମ୍ଭ କରିଥିଲେ ଛାରତ୍ରଛାତ୍ରୀ । ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧଶେଇ ପଶିବା ସହ ଡା ଡା  ଯାତ୍ରୀଗୃହକୁ ନିଆଁ ଲଗାଇ ଦେଇଥିଲେ । ତେବେ ଏହି ହିଂସାକାଣ୍ଡରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ତେବେ ଖବର କରିବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ । ଉତ୍ୟକ୍ତ ଛାତ୍ରଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରାଯାଇଥିଲା । ସ୍ଥିତି ନିୟନ୍ତ୍ରଣ ବାହାର ହେବାକୁ ଟିୟର ଗ୍ୟାସ ପ୍ରୟୋଗ କରାଯାଇଥିଲା  । ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ସଂଖ୍ୟାରେ ପୋଲିସ  କର୍ମଚାରୀ ଘଟଣାସ୍ଥଳରେ ମଚତୟନ ହୋଇଛନ୍ତି । ପାଖାପାଖି ଏକ ଡର୍ଜନ ଛାତ୍ରଛାତ୍ରୀଙ୍କୁ ଗିରଫ କରିଛି ପୋଲିସ୍ । ତେବେ ଛାତ୍ରଛାତ୍ରୀ ଯୁକ୍ତି ବାଢ଼ିଛନ୍ତି, ସଂକ୍ରମଣ ବଢ଼ୁଥିବା ବେଳେ ଦୋକାନ, ବଜାର ,ମଲ ସବୁ ସ୍ୱାଭାବିକ ଚାଲୁଥିବା ବେଳେ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରକୁ କାହିଁକି  ବନ୍ଦ କରାଯାଉଛି ।

ଅନ୍ୟପଟେ ଛାତ୍ରଙ୍କ ହଙ୍ଗମା ପରେ ସାସାରାମ ମୁଖ୍ୟ ଛକ ଅନେକ ସମୟ ଧରି ପୋଲିସ ଛଉଣୀରେ ପରିଣତ ହୋଇଯାଇଥିଲା । ତେବେ ସୂଚନା ଅନୁସାରେ ଛାତ୍ରଙ୍କ ପଥର ମାଡ଼ରେ ପୋଲିସ କର୍ମଚାରୀଙ୍କ ବ୍ୟତୀତ ଜଣେ ସମ୍ବାଦଦାତା ମଧ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପହଞ୍ଚି ରହୋତାସ ଡିଏମ୍ ଧର୍ମେନ୍ଦ୍ର କୁମାର ଓ ଏସପି ଆଶିଷ ଭାରତୀ ଛାତ୍ରଙ୍କୁ ବୁଝାଇ‍କୁ ଚେଷ୍ଟା କରୁଛନ୍ତି ।

You might also like