ପୁଣି ଜଣେ ବଲିଉଡ୍‌ ଅଭିନେତାଙ୍କ ପରଲୋକ

ଚଣ୍ଡିଗଡ଼: ଐଶ୍ୱର୍ଯ୍ୟା ରାୟ ଓ ରଣଦୀପ ହୁଡ୍ଡାଙ୍କ ସହିତ ଫିଲ୍ମ ‘ସରବଜିତ୍‌’ରେ ଅଭିନୟ କରିଥିବା ଆକ୍ଟର ରଞ୍ଜନ ସେହଗଲଙ୍କର ପରଲୋକ ହୋଇଛି। ଶରୀର କିଛି ଅଙ୍ଗ କାମ ନ କରିବାରୁ ସେ ଦୀର୍ଘଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ଚଣ୍ଡିଗଡ଼ର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମାତ୍ର ୩୬ ବର୍ଷରେ ଦୁନିଆକୁ ଅଲ୍‌ବିଦା କହି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି ରଞ୍ଜନ।

ତାଙ୍କ ଦେହାନ୍ତରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ୍‌(CINTAA) ରଞ୍ଜନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏନେଇ ସିନ୍‌ଟା ଟ୍ୱିଟ୍ କରି ଲେଖିଛି “ରଞ୍ଜନ ସେହଗଲଙ୍କ ବିୟୋଗରେ ଦୁଃଖ ପ୍ରକାଶ କରୁଛି ସିନ୍‌ଟା। ”

ରଞ୍ଜନ ବିଭିନ୍ନ ରୋଗ କାରଣରୁ ଅନେକ ଦିନ ହେଲା ଅସୁସ୍ଥ ଥିଲେ। ତାଙ୍କର ଏକାଧିକ ଅଙ୍ଗ କାମ ନ କରିବାରୁ ଗତକାଲି ତାଙ୍କର ବିୟୋଗ ହୋଇଛି।

୨୦୧୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ସରବଜିତ୍‌ରେ ରଞ୍ଜନ ରବିନ୍ଦ୍ର ପଣ୍ଡିତ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଥିଲେ ଉମଙ୍ଗ କୁମାର। ତେବେ ସରବଜିତ ବ୍ୟତୀତ ଫୋର୍ସ, କର୍ମା ଏବଂ ପଞ୍ଜାବୀ ଫିଲ୍ମ ମାହି ଏନ୍‌ଆର୍‌ଆଇ ଫିଲ୍ମ ଭଳି ଅନେକ ପଞ୍ଜାବ ଫିଲ୍ମରେ ସେ ଅଭିନୟ କରିଛନ୍ତି। ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ରଞ୍ଜନ ଜଣେ ଲୋକପ୍ରିୟ କଳାକାର।

ତା ସହିତ ଅନେକ ଟିଭି ଶୋ’ ଓ ଧାରାବାହିକରେ ମଧ୍ୟ ସେ ଅଭିନୟ କରିଛନ୍ତି। କ୍ରାଇମ ପେଟ୍ରୋଲ, ସାବଧାନ ଇଣ୍ଡିଆ, ତୁମ ଦେନା ସାଥ ମେରା, ଭୱାର, କୁଲଦୀପକ ଏବଂ ଗୁସ୍ତାଖ ଦିଲ୍ ତନ୍ମଧ୍ୟରୁ ଅନ୍ୟତମ।

ତେବେ ଏହି ବର୍ଷ ବଲିଉଡ୍‌ ଅନେକ ଷ୍ଟାର୍‌ଙ୍କୁ ହରାଇଛି। ରିଶି କପୁର, ଇର୍‌ଫାନ୍‌ ଖାନ, ସୁଶାନ୍ତ ସିଂହ ରାଜପୁତ, ସରୋଜ ଖାନ, ଜଗଦୀପଙ୍କ ଭଳି ବଡ଼ ଫିଲ୍ମ ଷ୍ଟାର୍‌ ବଲିଉଡ୍‌କୁ ଅଲ୍‌ବିଦା କହିଛନ୍ତି।

ଆହୁରି ପଢ଼ନ୍ତୁ

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

ଭୂସ୍ଖଳନ: ମାଟି ଅତଡ଼ା ତଳୁ ୬ ମାସ ଶିଶୁର ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି

୮୪ ବର୍ଷ ପରେ ଦେଖିବାକୁ ମିଳିଲା ଲାଲ୍‌ ରଙ୍ଗର ସାପ

ଶବକୁ ପୋତିବା ପୂର୍ବରୁ ଥକି ପଡ଼ି ତଳେ ଶୋଇପଡ଼ିଲେ କୋଭିଡ ଯୋଦ୍ଧା

You might also like