ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା

ମୁମ୍ବାଇ: ମହାରାଷ୍ଟ୍ରର ଆଉ ଜଣେ ମନ୍ତ୍ରୀ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। Nationalist Congress Party (NCP)ର ନେତା ସଞ୍ଜୟ ବଂଶୋଡେଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ମୁମ୍ବାଇର ଏକ ପ୍ରାଇଭେଟ୍‌ ହସ୍ପିଟାଲ୍‌ରେ ଏବେ ତାଙ୍କର ଚିକିତ୍ସା ଚାଲିଛି।

ଶନିବାର ଦିନ ଜ୍ୱର ଓ ଗଳାରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ହସ୍ପିଟାଲ୍‌ ଯାଇଥିଲେ। ସେଠାରେ ସେ କରୋନା ଟେଷ୍ଟ୍‌ କରିଥିଲେ ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା।

କରୋନାରେ ଆକ୍ରାନ୍ତ ନେଇ ଜଣାପଡ଼ିବା ପରେ ସଞ୍ଜୟ କହିଛନ୍ତି, ଗତ ସପ୍ତାହକ ମଧ୍ୟରେ ଯେଉଁମାନେ ତାଙ୍କ ସହ ଯୋଗାଯୋଗରେ ଆସିଛନ୍ତି ସମସ୍ତେ କ୍ୱାରେଣ୍ଟିନ୍‌ରେ ଯାଆନ୍ତୁ। ଆବଶ୍ୟକ ପଡ଼ିଲେ, କରୋନେ ଟେଷ୍ଟ୍‌ କରି ନିଅନ୍ତୁ।

ସଞ୍ଜୟ ବଂଶୋଡେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ଷଷ୍ଠ ମନ୍ତ୍ରୀ, ଯିଏକି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ ଜିତେନ୍ଦ୍ର ଅହ୍ୱାଡ୍‌, ଧନଞ୍ଜୟ ମୁଣ୍ଡେ, ଅଶୋକ ଚୌହ୍ୱାନ, ଅସ୍‌ଲାମ୍‌ ଶେଖ୍‌ ଓ ଅବ୍‌ଦୁଲ୍‌ ସତର୍‌ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ହ୍ୱାଟ୍ସଆପ୍‌ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ

Bhubaneswar Corona News: ୩୦୫ କରୋନା ପଜିଟିଭ ଚିହ୍ନଟ, ୨୧୫ ଲୋକାଲ୍‌ କେସ

You might also like