ଏମିତି ବାହାଘର… ସବୁଦିନ ପାଇଁ ମନେ ରହିବ

କାନପୁର: ଲକଡାଉନ କଟକଣା ପାଇଁ ସାଂସ୍କୃତିକ, ଧାର୍ମିକ ଏପରିକି ବିବାହବ୍ରତ ପରି ସାମାଜିକ କାର୍ଯ୍ୟକ୍ରମମାନ ମଧ୍ୟ ବନ୍ଦ କରାଯାଇଛି। କରୋନା ଭୟ ପାଇଁ ଦୁନିଆ ଏକ ପ୍ରକାର ଠପ୍‌ ହୋଇଯାଇଛି। ହେଲେ ଏପରି ସମୟରେ ସାମାଜିକ ଦୂରତାକୁ ପାଳନ କରି ଅନୁଷ୍ଠିତ ହୋଇଛି ବିବାହ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ନା ଥିଲେ ବନ୍ଧୁବାନ୍ଧବ, ନା ଥିଲା ବାଣରୋଷଣୀ। ପରିବାର ଲୋକ ଓ ପୁରୋହିତଙ୍କ ଉପସ୍ଥିତିରେ ସାମାଜିକ ଦୂରତ୍ୱକୁ ମାନି  ସାରା ଜୀବନର ସାଥୀକୁ ଆପଣେଇ ନେଇଥିଲେ। ଏମିତି ଏକ ନିରାଡ଼ମ୍ବର ବିବାହ ଅନୁଷ୍ଠିତ ହୋଇଯାଇଛି କାନ୍‌ପୁରରେ।

ଉତ୍ତର ପ୍ରଦେଶ କାନପୁରର ଏକ ଗୁରୁଦ୍ୱାରରେ ଅନୁଷ୍ଠିତ ହୋଇଯାଇଛି ଏକ ନିରାଡମ୍ବର ବିବାହ ଉତ୍ସବ। ପୂର୍ବରୁ ବିବାହ ତାରିଖ ସ୍ଥିରିକୃତ ହୋଇଥିବା ବେଳେ ଲକ୍‌ଡାଉନ ଯୋଗୁ ବିବାହ କେମିତି କରିବେ ସେ ନେଇ ଚିନ୍ତାରେ ପଡ଼ିଥିଲେ ପରିବାର ଲୋକେ। ଶେଷରେ ନିଷ୍ପତ୍ତି ନେଲ ଅତି ନିରାଡମ୍ବର ସହ ବିବାହ କାର୍ଯ୍ୟ କରିବେ। ଏଥିପାଇଁ ଜିଲ୍ଲାପାଳଙ୍କ ଅନୁମତି ନେଇଥିଲେ।

ବରକନ୍ୟାଙ୍କ ପରିବାର ସଦସ୍ୟ ବିବାହ ଉତ୍ସବ ପାଇଁ ଗୁରୁଦ୍ୱାରକୁ ସମ୍ପୂର୍ଣ୍ଣ ସାନିଟାଇଜ କରିଥିଲେ। ଏପରିକି ଫୁଲହାରକୁ ମଧ୍ୟ ସାନିଟାଇଜ କରାଯାଇଥିଲା॥ ଲକ୍‌ଡାଉନ ସମୟରେ ଏମିତି ଏକ ଅତିସାଧାରଣ ଭାବେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲେ ମଧ୍ୟ ବର-କନ୍ୟାଙ୍କ ମନରେ କୌଣସି ଦୁଃଖ ନାହିଁ ବୋଲି ସେମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଦେଶରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଲକଡାଉନ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। ସାମାଜିକ, ଧାର୍ମୀକ କାର୍ଯ୍ୟକ୍ରମ ଉପରେ ରୋକ ବି ଲାଗିଥିଲେ ବି ସରକାରଙ୍କ ଏହି କଟକଣାକୁ ଅଣଦେଖା ନ କରି କୋଭିଡ-୧୯ ପ୍ରୋଟକଲ ମାନି ଏପରି ଏକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିଥିବାରୁ ସମସ୍ତେ ପ୍ରଶଂସା କରୁଛନ୍ତି।
KANPUR_PUNJABI_WEDDING_AVO_8AM
KANPUR_PUNJABI_WEDDING_AVO_BYTE_BARA_8AM
RUCHIKA_BYTE_8AM

You might also like