ରାୟପୁର: ଭାରତ ମାତର ସୁଯୋଗ୍ୟ ପୁତ୍ର  । ମାଓ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି । ମାଓବାଦୀଙ୍କ ମୃତ୍ୟୁର ମାୟାଜାଲ ଛିଣ୍ଡାଇ ଫେରିଛନ୍ତି କହିଲେ ଚଳେ । ଆଖିରେ ଦେଖିଛନ୍ତି ରକ୍ତ ଜର୍ଜରିତ ସାଥି ଯବାନଙ୍କ ଅବଶ ଶରୀର । ହେଲେ ମୁହଁରେ ତିଳେମାତ୍ର ଭୟର ଚିହ୍ନ ନାହିଁ । ହସ ହସ ମୁହଁ ସ୍ପଷ୍ଟ ବୟାନ କରୁଛି ସେ ଏବେ ବି ଯୁଦ୍ଧ ପାଇଁ ପ୍ରସ୍ତୁତ । ହାତରେ ପ୍ଲାଷ୍ଟର ଲାଗିଥିଲେ ସୁଦ୍ଧା ଯୋଶ ଏପରି ସତେ ଯେମିତି ଏବେ ଉଠି ଜଙ୍ଗଲ ମଧ୍ୟକୁ ଚାଲିଯିବେ। ଆଉ ଗୋଟି ଗୋଟି କରି ଶତ୍ରୁ ଠାରୁ ସାଥୀଙ୍କ ରକ୍ତର ହିସାବ ମାଗିବେ । ବିଜାପୁର ମାଓ ଆକ୍ରମଣରେ ଆହତ ହୋଇଥିବା ଯବାନ ସନ୍ଦୀପ ଦ୍ୱିବେଦୀଙ୍କ ସହ ଆଲୋଚନା ସମୟରେ, ତାଙ୍କ ହସ ହସ ମୁହଁର ଫଟୋ କେହି ଜଣେ ଉତ୍ତୋଳନ କରିଥିଲା । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ମିଡ଼ିଆର ପ୍ରଶ୍ନରେ ସନ୍ଦୀପ ବଖାଣିଛନ୍ତି  ବିଜାପୁରରେ ପ୍ରାଣ ହରାଇଥିବା ଯବାନଙ୍କ ସୌର୍ଯ୍ୟର କାହାଣୀ ।  ୪ ଶହ ମାଓବାଦୀ ଏବଂ ୨୦୦ରୁ ଅଧିକ ସ୍ଥାନୀୟ ସମର୍ଥକଙ୍କୁ ଧରି ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲା ବିଜାପୁର ମାଷ୍ଟରମାଇଣ୍ଡ୍  ହିଡ଼ମା । ଗତ ଶନିବାର ବିଜାପୁରରେ ମୃତ୍ୟୁର ଦୂତ ଖଞ୍ଜି ରଖିଥିଲେ ମାଓବାଦୀ ।  ଗତ କିଛି ଦିନ ହେବ ବିଜାପୁର, ଜୋନାଗୁଡା, ଟେକେଲଗୁଡ଼ା, ଜିରାଗାଓଁରେ ହିଡମା ଏବଂ ତାଙ୍କ ସହଯୋଗୀଙ୍କୁ ଧରିବା ପାଇଁ ମାଓ ବିରୋଧୀ ଅପରେସନ୍ ଆରମ୍ଭ ହୋଇଥିଲା । ଆଉ ଏଥିପାଇଁ  ଶୁକ୍ରବାର ରାତି ସାରା ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ଖାଲଢ଼ିପ ରାସ୍ତାରେ ଚାଲି ଚାଲି ସକାଳ ୮ଟାରେ ବିଜାପୁର ଓ ସୁକମା ବୋଡରରେ ପହଞ୍ଚିଥିଲେ । ତେବେ ପୂର୍ବରୁ ବୀରପୁତ୍ରଙ୍କ ଆସୁଥିବାର ଖବର ପୂର୍ବରୁ ମାଓବାଦୀଙ୍କୁ ଲାଗି ସାରିଥିଲା ।  ବିଜାପୁରରେ ମାଓ ବିରୋଧୀ ଅପରେସନରେ ଅନ୍ୟତମ ଖଳନାୟକ ସାଜିଥିଲେ ସ୍ଥାନୀୟ ଗାଁ ଲୋକ ଓ ମହିଳା ମାଓବାଦୀ ।

ଯବାନର ସମସ୍ତ ଗତିବିଧିର ନଜର ରଖି ଦୂର ପାହାଡ଼ରେ ଆକ୍ରମଣ କରିବାକୁ ଚକ୍ରବ୍ୟୁହ ରଚିଥିଲେ ମାଧବାଦୀ । ତେବେ ମାଷ୍ଟରମାଇଣ୍ଡକୁ ଧରିବାକୁ ପହଞ୍ଚିବା ପରେ ପାହାଡ଼ ଉଚ୍ଚାରୁ ବୋମା ବର୍ଷଣ କରିବା ଆରମ୍ଭ କରିଦେଲେ ମାଓବାଦୀ । ପୂର୍ବରୁ ପ୍ରସ୍ତୁତ ହୋଇଥିବା ମାଓବାଦୀ ମାନେ ହଠାତ ଆକ୍ରମଣ କରିଦେଇଥିଲା । ସହିଦ ଭାଇ ମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ । ସାହସର ସହ କଡ଼ା ଜବାବ ଦେଇଥିଲେ । ନକ୍ସଲମାନେ ଆମ୍ବୁସରେ ଫସାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେହି ଚକ୍ରବ୍ୟୁହ ଭାଙ୍ଗି ଆଗକୁ ବଢ଼ିଥିଲେ ଯବାନ ।

ଏପଟେ ସନ୍ଦୀପ ନିଜ ସାଥୀଙ୍କୁ ବଞ୍ଚାଇ‍ବାକୁ ଯାଇ ମାଓବାଦୀଙ୍କୁ ମୁହଁତୋଡ଼ ଜବାବ ଦେଉଥିଲେ । ଅନେକ ସମୟ ଲଢ଼ିବା ପରେ  ହଠାତ ବଡ଼ ଧରରଣର ବିସ୍ଫୋରଣ ହୋଇଥିଲା , ଆଉ ସେଥିରେ ଆହତ ହୋଇଥିଲେ ଯବାନ ସନ୍ଦୀପ । ତେବେ ସେ ଆହତ ହେବାପରେ ରବିବାର ଏୟାରଫୋର୍ସ ହେଲିକପ୍ଟରରେ ତାଙ୍କୁ ରାୟପୁର ଅଣାଯାଇ ଏକ ହସ୍ପିଟାଲରେ ଭର୍ତ୍ତ କରାଯାଇଛି । ସଠାରେ ତାଙ୍କର ଚିକିତ୍ସା ଚାଲିଛି । 

ସୂଚନାଯୋଗ୍ୟ ଗତ ଶନିବାର ଦିନ, DRG, STF ଏବଂ CRPF ର ସାହସୀ ଯବାନମାନେ ନକ୍ସଲାଇଟ୍ କମାଣ୍ଡର ହିଡ଼ମା  ଅଞ୍ଚଳରେ ପ୍ରବେଶ କରିଥିଲେ । ହିଡ଼ମାର ବାଟାଲିୟନ ନମ୍ବର 1 ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ସେମାନଙ୍କୁ ଆକ୍ରମଣ କରିଥିଲେ । ମାଓବାଦୀମାନେ ସୁରକ୍ଷା ବାହିନୀର ପ୍ରତ୍ୟେକଟି ଗତିବିଧି ଉପରେ ପୂର୍ବରୁ ନଜର ରଖିଥିଲେ । ଆଉ ସର୍ଚ୍ଚ ଅପରେସନ ବେଳେ ଯୋଜନା ମୁତାବକ ଯବାନମାନେ ଘଞ୍ଚ ଜଂଗଲ ଭିତରେ ୩ ପଟୁ ଘେରାବନ୍ଦୀ କରି ଆକ୍ରମଣ ଆରମ୍ଭ କରିଦେଇଥିଲେ । ଯବାନ ପୋଜିସନ୍‌ ନେବା ପୂର୍ବରୁ ସେମାନଙ୍କ ଉପରେ  ଗୁଳି ବର୍ଷା ଆରମ୍ଭ ହୋଇଯାଇଥିଲା। ପ୍ରାୟ ୪ ଶହ ମାଓବାଦୀ ଏବଂ୨୦୦ରୁ ଅଧିକ ସ୍ଥାନୀୟ ସମର୍ଥକ ଆକ୍ରମଣରେ ସାମିଲ ଥିଲେ। ତେବେ ଏହି ଆକ୍ରମଣରେ ୨୨ ଜଣ ସହିଦ ହୋଇଯିବା ସହ ଘଟଣାସ୍ଥଳରେ ପାଖାପାଖି ୧୫ ମାଓବାଦୀ ନିହତ ହୋଇଥିଲେ ।

 

 

 

Other Stories