ସାମସଙ୍ଗ ଗ୍ୟାଲେକ୍ସି  S20 ସିରିଜ୍‌ର ଫୋନ୍‌ ପ୍ରି ବୁକିଂ କଲେ ମିଳିବ ୫ ହଜାର ଟଙ୍କା ରିହାତି

ନୂଆଦିଲ୍ଲୀ: ଏବେ ୧୫ ଜୁନଠାରୁ ସାମସଙ୍ଗ ଗ୍ୟାଲେକ୍ସି  S20 ସ୍ମାର୍ଟଫୋନ୍‌ର ପ୍ରି ବୁକିଂ ଅଫର ଫାଇଦା ଉଠାଇପାରିବେ ଗ୍ରାହକ। ଅନେକ ଗ୍ରାହକ ଲକ୍‌ଡାଉନ୍ ପୂର୍ବରୁ ଗ୍ୟାଲେକ୍ସି  S20ର ପ୍ରି ବୁକିଂ କରିଥିଲେ। ଏପ୍ରିଲ୍ ୩ରେ ଏହା ଗ୍ରାହକଙ୍କୁ  ଡେଲିଭରି ମିଳିବାର ଥିଲା। କିନ୍ତୁ ଏହା ଏବେ ମେ ୨୦ ତାରିଖରେ ମିଳିବ।

କମ୍ପାନୀ ଗ୍ରାହକଙ୍କ ପାଇଁ ଡେଡ୍ ଲାଇନ୍‌ ବଢ଼ାଇଛି। ପ୍ରି ବୁକିଂ ପାଇଁ କମ୍ପାନୀ କିଛି ଅଫର୍ ଘୋଷଣା କରିଛି। ତେବେ ମେ ୨୦ ତାରିଖର ପୂର୍ବରୁ ପ୍ରି ବୁକିଂ କଲେ ଗ୍ରାହକଙ୍କୁ ଏହି ଫାଇଦ ମିଳିପାରିବ। ଗ୍ୟାଲେକ୍ସି  S20 ସିରିଜ୍‌ର S20, S20 ପ୍ଲସ୍‌ ଓ S20 ଅଲ୍‌ଟ୍ରା ମୋବାଇଲ୍‌ କିଣିଲେ ଗ୍ରାହକଙ୍କୁ ୫ ହଜାର ଟଙ୍କା ଲେଖାଏ ଫାଇଦା ମିଳିବ।

ଅପ୍‌ଗ୍ରେଡ୍ ଅଫର୍‌ ଅନୁସାରେ, Samsung Galaxy S20 ସିରିଜ୍‌ର ପ୍ରି ବୁକିଂ କଲେ ଗ୍ରାହକଙ୍କୁ ଅପ୍‌ଗ୍ରେଡ୍‌ ଅଫର୍ ମିଳିବ।

Galaxy Buds+ ଅଫର; Galaxy S20+ ଓ S20 Ultra ସ୍ମାର୍ଟଫୋନ୍‌ର ପ୍ରି ବୁକିଂ କଲେ ଗ୍ରାହକଙ୍କୁ Galaxy Buds+ ଅଫର୍‌ ରହିଛି। ଏହାର ବଜାର ମୂଲ୍ୟ ୧୧,୯୯୦ ଟଙ୍କା ଥିବା ବେଳେ ପ୍ରି ବୁକିଂ ସହିତ ଗ୍ରାହକ ଏହାକୁ ମାତ୍ର ୧୯୯୯ ଟଙ୍କାରେ କିଣିପାରିବେ। ସେହିପରି S20 Ultra ସ୍ମାର୍ଟଫୋନ୍ ପ୍ରି ବୁକିଂ କଲେ ଏହି  Galaxy Buds+ ୨୯୯୯ ଟଙ୍କାରେ ମିଳିବ।

ସାମସଙ୍ଗ କେୟାର ଅଫର୍: Galaxy S20+ ଓ S20 Ultra ପ୍ରି ବୁକିଂ କଲେ ୧୯୯୯ ଟଙ୍କା ଦେଇ Samsung Care+ ପାଇପାରିବେ। ଯାହାର ବଜାର ମୂଲ୍ୟ ରହିଛି ୩୯୯୯ ଟଙ୍କା ରହିଛି।

ଡବଲ ଡାଟା ଅଫର୍‌: Samsung Galaxy S20 ପ୍ରି ବୁକିଂ କଲେ ଜିଓ, ଏୟାରଟେଲ୍‌ ଓ ଭୋଡ଼ା ତରଫରୁ ଡବଲ୍ ଡାଟା ଅଫ୍‌ର ଦିଆଉଛି।

ୟୁଟ୍ୟୁବ୍‌ ପ୍ରିମିମୟମ୍ ଅଫର୍‌: Galaxy S20+ ଓ S20 Ultra ପ୍ରି ବୁକିଂ କଲେ ଗ୍ରାହକଙ୍କୁ ୪ ମାସ ପାଇଁ ୟୁଟ୍ୟୁବ୍‌ ପ୍ରିମିୟମ୍‌ ସୁବିଧା ମିଳିବ। ତେବେ ଏହି ଅଫର୍‌ ୧୫ ଜୁନ୍‌ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

 

 

 

ଆହୁରି ପଢ଼ନ୍ତୁ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

You might also like