ଭାରତ-ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ସମ୍‌ଝୌତା ଏକ୍ସପ୍ରେସ୍‌କୁ ବନ୍ଦ କଲା ପାକିସ୍ତାନ

ଇସ୍‌ଲାମାବାଦ: ପୁଲ୍‌ୱାମା ହମ୍‌ଲା ଓ ଏହାର ପାଲଟା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବାଲାକୋଟ୍‌ରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଶାନ୍ତି ଆଲୋଚନା କଥା କହୁଛି। ଯୁଦ୍ଧ ସମାଧାନ ନୁହେଁ, ଆଲୋଚନା ହେଉ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ବାରମ୍ବାର କହୁଛନ୍ତି।

କିନ୍ତୁ ପାକିସ୍ତାନର କଥା ଓ କାମରେ ଅନେକ ଫରକ ଦେଖିବାକୁ ମିଳିଛି। ଗୋଟିଏ ପଟେ ଶାନ୍ତି ଆଲୋଚନାର କଥା କହୁଥିଲେ ମଧ୍ୟ ଆରପଟେ ଶାନ୍ତି ଆଲୋଚନା ଦିଗରେ କୌଣସି ପଦକ୍ଷେପ ନେଉ ନାହିଁ ବରଂ ପରିସ୍ଥିତିକୁ ଆହୁରି ଗମ୍ଭୀର କରୁଛି ପାକିସ୍ତାନ।

ଭାରତ-ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ସମ୍‌ଝୌତା ଏକ୍ସପ୍ରେସ୍‌କୁ ଇସ୍‌ଲାମାବଦର ଅଧିକାରୀ ଆଜି ଅନିଶ୍ଚିତ କାଳ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି। ଏଭଳି ପଦକ୍ଷେପରୁ ଜଣାପଡୁଛି ଯେ ସମ୍ପର୍କ ସ୍ୱାଭାବିକ କରିବାକୁ ପାକିସ୍ତାନ କେତେ ଆଗ୍ରହୀ।

ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବାକୁ ସମ୍‌ଝୌତା ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ ହୋଇଥିଲା। ଅପରେସନ ବାଲାକୋଟ୍‌ ପରେ ଏହାକୁ ବନ୍ଦ କରିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

 

You might also like