ଆଜିଠାରୁ ପାକିସ୍ତାନକୁ ଗଡ଼ିବ ଲାହୋର-ଦିଲ୍ଲୀ ସମଝୌତା ଏକ୍ସପ୍ରେସ୍

ନୂଆଦିଲ୍ଲୀ: ଆଜିଠାରୁ ପୁଣିଥରେ ଚାଲିବ ଲାହୋର-ଦିଲ୍ଲୀ ସମଝୌତା ଏକ୍ସପ୍ରେସ୍। ଆଜି ଭାରତ ପଟୁ ଅର୍ଥାତ୍ ଦିଲ୍ଲୀରୁ ଏହି ଟ୍ରେନ୍‌ ପାକିସ୍ତାନକୁ ଗଡ଼ିବ। ବାଲାକୋଟ୍‌ରେ ଭାରତୀୟ ବାୟୁ ସେନାଙ୍କ ଏୟାର ଷ୍ଟ୍ରାଇକ୍ ପରେ ଦୁଇ ଦେଶ ମଧ୍ୟରେ ଟ୍ରେନ୍ ଚଳାଚଳକୁ ବନ୍ଦ କରାଯାଇଥିଲା। ତେବେ ପାକିସ୍ତାନ ଭାରତୀୟ ପାଇଲଟ୍‌ ଅଭିନନ୍ଦନଙ୍କୁ ଛାଡ଼ିବା ପରେ ଉଭୟ ଦେଶ ମିଳିତ ଭାବେ ଟ୍ରେନ୍‌ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଦୁଇ ଦେଶର ଲୋକଙ୍କ ମଧ୍ୟରେ ସଂପର୍କ ବୃଦ୍ଧି କରିବାକୁ ସମଝୌତା ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ କରାଯାଇଥିଲା। ପ୍ରକାଶ ଥାଉକି, ଭାରତର ସମଝୌତା ଏକ୍ସପ୍ରେସ ଦିଲ୍ଲୀରୁ ଅଟ୍ଟାରି ଯାଉଥିବା ବେଳେ ପାକିସ୍ତାନ ପଟୁ ଏହା ଲାହୋରରୁ ୱାଘା ଆସିଥାଏ।

 

You might also like