• ଅଫିସ୍ ସମୟରେ ଜିନ୍ସ କିମ୍ବା ଟି-ସାର୍ଟ ପିନ୍ଧି ଆସ ନାହିଁ
  • ନିଷ୍ଠାର ସହ କାମ କରିବାକୁ ହେଲେ ଫର୍ମାଲ ପୋଷାକ ପିନ୍ଧି ଆସ
  • ସମ୍ପୂର୍ଣ୍ଣ ସମାଧାନ ଦିବସରେ ସମ୍ଭଲ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ

ସମ୍ଭଲ: ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ। ଅଫିସକୁ ଜିନ୍ସ, ଟି-ସାର୍ଟ ପିନ୍ଧି ଆସିବା ଉପରେ ପ୍ରତିବନ୍ଧକ ଲଗାଇଲେ ଜିଲ୍ଲାପାଳ। ସମସ୍ତ ସରକାରୀ କର୍ମଚାରୀ ଅଫିସକୁ କେବଳ ଫର୍ମାଲ ପୋଷାକରେ ଆସିବେ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି। ତେବେ ନିର୍ଦ୍ଦେଶକୁ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ଜିଲ୍ଲାପାଳ ସଞ୍ଜୀବ ରଂଜନ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ଡେସକୋର୍ଡ଼ ଆସିନଥିବା ବେଳେ ଖୁବଶୀଘ୍ର ନୂତନ ଡ୍ରେସକୋଡ ଆସିବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।

ମଙ୍ଗଳବାର ସମ୍ପୂର୍ଣ୍ଣ ସମାଧାନ ଦିବସ ଅବସରରେ ଜିଲ୍ଲାପାଳ କହିଛନ୍ତି, 'କେବଳ ଅଳ୍ପ ସଂଖ୍ୟକ କର୍ମଚାରୀ ସରକାରୀ ନିୟମ ମାନୁଛନ୍ତି। ଅଧିକାଂଶ କର୍ମଚାରୀ ଅଫିସକୁ ପାର୍କ ଭାବି ଟି-ସାର୍ଟ ଏବଂ ଜିନ୍ସରେ ପଳାଇଆସୁଛନ୍ତି। ଏପରି କରିବା ଦ୍ୱାରା ସରକାରୀ କର୍ମଚାରୀ ଆଚରଣ ସଂହିତାର ଉଲ୍ଲଂଘନ କରୁଛନ୍ତି । କର୍ମଚାରୀମାନେ ସରକାରୀ କାର୍ଯ୍ୟାଳୟରେ ଆନୁଷ୍ଠାନିକ ପୋଷାକ ପିନ୍ଧିବା ସହ ନିଜ କର୍ତ୍ତବ୍ୟ ପ୍ରତି ସଜାଗ ରହିବା ଆବଶ୍ୟକ।  ଏବଂ ଅଫିସର ବାତାବରଣ ଉପରେ ମଧ୍ୟ ଗୁରୁତ୍ୱ ଦେବା ଉଚିତ। ଏବେ ଠାରୁ ଆଉ କୌଣସି ସରକାରୀ କର୍ମଚାରୀ ନିୟମକୁ ହାଳୁକା ଭାବରେ ଗ୍ରହଣ କରି କାଜୁଆଲ ପୋଷାକରେ ଅଫିସକୁ ଆସିପାରିବେ ନାହିଁ। ଏପରି ନିୟମ ପ୍ରଣୟନ ହେବା ଦ୍ୱାରା କର୍ମଚାରୀଙ୍କ ମଧ୍ୟରେ କର୍ତ୍ତବ୍ୟନିଷ୍ଠା ବଢ଼ିବାର ସମ୍ଭାବନା ରହିଥିବା ସେ ପ୍ରକାଶ କରିଛନ୍ତି।

ଡିଏମଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ସମସ୍ତ ଡାକ୍ତରଖାନା, ଜିଲ୍ଲାପାଳ କାର୍ଯ୍ୟାଳୟ ଏବଂ ପବ୍ଲିକ୍ ୱାର୍କସ୍ ବିଭାଗର ଅଧିକାରୀଙ୍କ ସମେତ ଅନ୍ୟମାନେ ମଧ୍ୟ ଏହି ନିର୍ଦ୍ଦେଶ ପାଳନ କରିବାକୁ ବାଧ୍ୟ। ସମ୍ଭଲର ଜଣେ ଡିଏମ ଦ୍ୱାରା ଏଭଳି ଆଦେଶ ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ସମାନ ପଦକ୍ଷେପ ନିଆଯାଇଥିଲା, ହେଲେ ଏହାକୁ କାର୍ଯ୍ୟକାରୀ କରାଯାଇନଥିଲା। ସେହିପରି ସମ୍ଭଲରେ ସରକାରୀ କାର୍ଯ୍ୟାଳୟରେ ଧୂମପାନ ଏବଂ ତମାଖୁ ସେବନ ନିଷିଦ୍ଧ କରିଥିଲେ।ସଞ୍ଜୀବ ରଂଜନଙ୍କୁ ଗତ ମାସରେ ଗୋରଖପୁର ବିକାଶ ପ୍ରାଧିକରଣର ମୁଖ୍ୟ ଭାବବେ ନିଯୁକ୍ତି ଦିଆଯାଇଛି।  ନିକଟରେ ତାଙ୍କୁ ସମ୍ଭଲର ଜିଲ୍ଲାପାଳ ଭାବରେ ବଦଳି କରାଯାଇଥିଲା।

https://youtu.be/vSIcMy-fFWc

Other Stories