ଆଖି ବୁଜିଲେ ଐତିହାସିକ ‘ଦାଣ୍ଡି ଯାତ୍ରା’ର ଶେଷ ସାକ୍ଷୀ

ଜୋହାନ୍ସବର୍ଗ: ମହାତ୍ମାଗାନ୍ଧିଙ୍କ ଐତିହାସିକ ଦାଣ୍ଡି ଯାତ୍ରାର ଶେଷ ସାକ୍ଷୀ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ଗୁରୁବାର ଜୋହାନ୍ସବର୍ଗରେ ତାଙ୍କର ମୃତ୍ୟୁ ଘଟିଛି। ୯୬ ବର୍ଷ ବୟସ୍କ ଏହି ଶେଷ ସାକ୍ଷୀ ହେଉଛନ୍ତି ଛୋଟୁ ଭାଇ ମାକନ। ଦାଣ୍ଡି ଯାତ୍ରାରେ ସାମିଲ ହୋଇଥିବା ଦକ୍ଷିଣ ଆଫ୍ରିକାର ଅନ୍ତିମ ଜୀବିତ ବ୍ୟକ୍ତି ଥିଲେ ଛୋଟୁ ଭାଇ। ସେ ଦକ୍ଷିଣ ଆଫ୍ରିକାର ପୁରୁଣା ଟ୍ରାନ୍ସବାଲ୍ଡ ପ୍ରବିନ୍ସର ହିନ୍ଦୁ ସମାଜ ସେବାର ଅଧ୍ୟକ୍ଷ ଭାବେ ମଧ୍ୟ କାମ କରୁଥିଲେ।

ଗାନ୍ଧିବାଦୀ ନେତା ଛୋଟୁଭାଇ ମାକନ ତାଙ୍କର ପୂରା ଜୀବନ ଆଫିକ୍ରାରେ ଭାରତୀୟମାନଙ୍କ ସେବାରେ ବିତାଇ ଦେଇଥିଲେ। ସେ ସେଠାରେ ରହୁଥିବା ଭାରତୀୟ ସମୁଦାୟଙ୍କ ଧାର୍ମିକ, ସାଂସ୍କୃତିକ ଏବଂ ଶିକ୍ଷାର ବିକାଶ ପାଇଁ ଅନେକ କିଛି କରି ଯାଇଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ମାତ୍ର ୬ ବର୍ଷ ବୟସରେ ଛୋଟୁଭାଇ ଦାଣ୍ଡି ଯାତ୍ରାରେ ସାମିଲ ହୋଇଥିଲେ। ୧୯୩୦ ମସିହାରେ ମହାତ୍ମାଗାନ୍ଧିଙ୍କ ଦାଣ୍ଡି ଯାତ୍ରା କରିଥିଲେ ସେତେବେଳେ ଛୋଟୁଭାଇ ସାଉଥ ଆଫ୍ରିକାରେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲା। ପରବର୍ତ୍ତୀ ସମୟରେ ଛୋଟୁଭାଇ ତାଙ୍କର ଭାଷଣରେ ଅନେକଥର ସେହି ୬ ବର୍ଷ ବୟସର ସ୍ମୃତିଚାରଣ କରିଥିଲେ। କିପରି ମହାତ୍ମାଗାନ୍ଧି ଜଣେ ମଣିଷ ବିଟ୍ରିଶ ଶାସନ ବିରୋଧରେ ଏତେ ଲୋକଙ୍କୁ ଏକାଠି କରିପାରିଥିଲେ ସେ ବିଷୟରେ ସବୁବେଳେ ତାଙ୍କ ଭାଷଣରେ କୁହନ୍ତି।

ଛୋଟୁଭାଇ ଆଫ୍ରିକାରେ ଥିବା ମହାତ୍ମାଗାନ୍ଧିଙ୍କ ଟଲଷ୍ଟୟ ଫାର୍ମର ପୁନରୁଦ୍ଧାର କାମରେ ସହଯୋଗ କରିଥିଲେ। ସୂଚନାଥାଉ କି, ଏହି ଫାର୍ମ ମହାତ୍ମାଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଥିବାବେଳେ କରିଥିଲେ।

ଗୁରୁବାର ଜୋହାନ୍ସବର୍ଗରେ ଛୋଟୁଭାଇଙ୍କର ଅନ୍ତିମ ସଂସ୍କାର ହୋଇଯାଇଛି । କରୋନା ଭାଇରସ ଯୋଗୁ ତାଙ୍କ ଅନ୍ତିମ ସଂସ୍କାର କାମରେ କମ୍‌ ଲୋକ ସାମିଲ ହୋଇ ପାରିବେ। ସାଉଥ ଆଫ୍ରିକାରେ ଲକ୍‌ଡାଉନ ସମୟରେ ୫୦ରୁ ଅଧିକ ଲୋକ ଅନ୍ତିମ ସଂସ୍କାର କାମରେ ଯୋଗ ଦେବାର ଅନୁମତି ନାହିଁ।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like