ଶିବସେନାରେ ଯୋଗଦେଲେ ସଲ୍ମାନ୍ଙ୍କ ବଡିଗାର୍ଡ ଶେରା
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଠିକ୍ ଦୁଇ ଦିନ ପୂର୍ବରୁ ବଲିଉଡ୍ ଅଭିନେତା ସଲ୍ମାନ୍ ଖାନ୍ଙ୍କ ବଡିଗାର୍ଡ ଗୁର୍ମିତ୍ ସିଂ ଓରଫ ଶେରା ଶିବସେନାରେ ଯୋଗ ଦେଇଛନ୍ତି। ଏନେଇ ଶିବସେନାର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡେଲ୍ରେ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ଶୁକ୍ରବାର ଦିନ ଶେରା, ପାର୍ଟି(ଶିବସେନା)ର ମୁଖ୍ୟ ଉଦ୍ଧବ ଠାକ୍ରେ ଓ ଯୁବ ସେନାର ଅଧ୍ୟକ୍ଷ ଆଦିତ୍ୟ ଠାକ୍ରେଙ୍କ ଉପସ୍ଥିତିରେ ପାର୍ଟିରେ ସାମିଲ ହୋଇଥିଲେ।
अभिनेते सलमान खान जी यांचे निष्ठावंत व विश्वासू गुरमीत सिंग उर्फ शेरा जी यांनी आज मातोश्री निवासस्थानी येथे शिवसेना पक्षप्रमुख मा. श्री. उद्धव साहेब ठाकरे आणि युवासेनाप्रमुख @AUThackeray यांच्या उपस्थितीत शिवसेनेत जाहीर प्रवेश केला. pic.twitter.com/UQ2YN4CAnp
— ShivSena – शिवसेना (@ShivSena) October 18, 2019
ବହୁତ ଦିନ ଧରି ଶେରା ବଲିଉଡ୍ ଭାଇଜାନ୍ ସଲ୍ମାନ୍ଙ୍କ ବଡିଗାର୍ଡ ରହି ଆସିଛନ୍ତି।
ସୂଚନାଥାଉ କି, ଅକ୍ଟୋବର ୨୧ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୨୪ରେ ଭୋଟ୍ ଗଣତି ହେବ।