କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଝଟକା

ନୂଆଦିଲ୍ଲୀ: କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଝଟକା ଲାଗିଛି। ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ସଜ୍ଜନ କୋର୍ଟରେ ଆତ୍ମ ସମର୍ପଣ ହେବା ଲାଗି ମାଗିଥିବା ୩୦ ଦିନର ସମୟକୁ ଆଜି ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଫଳରେ ଆସନ୍ତା ୩୧ ତାରିଖ ସୁଦ୍ଧା ତାଙ୍କୁ କୋର୍ଟଙ୍କ ସମ୍ମୁଖରେ ଆତ୍ମ ସମର୍ପଣ କରିବାକୁ ପଡ଼ିବ।

ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଅଦାଲତରେ ଆସନ୍ତା ୩୧ ତାରିଖ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଥିଲା। ତେବେ ଆଜୀବନ କାରାଦଣ୍ଡ ମିଳିଥିବା ସଜ୍ଜନ କୋର୍ଟଙ୍କ ନିର୍ଦ୍ଦେଶର ପୁନର୍ବିଚାର ଲାଗି ଆବେଦନ କରିବା ସହ ଅଧିକ ୩୦ ଦିନ ମହଲତ ମାଗିଥିଲେ। ତେବେ ସଜ୍ଜନଙ୍କ ଆବେଦନକୁ କୋର୍ଟରେ ବିରୋଧ କରିଥିଲେ ଦଙ୍ଗା ପୀଡ଼ିତ।

You might also like