କୋର୍ଟରେ ଆତ୍ମସମର୍ପଣ କଲେ କଂଗ୍ରେସ ନେତା ସଜ୍ଜନ କୁମାର

ଶିଖ୍ ବିରୋଧୀ ଦଙ୍ଗା ମାମଲା

ନୂଆଦିଲ୍ଲୀ  : ୧୯୮୪ମସିହା ଶିଖ୍ ବିରୋଧୀ ହିଂସାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା କଂଗ୍ରେସ ନେତା ସଜ୍ଜନ କୁମାର ଆତ୍ମସମର୍ପଣ କରିଛନ୍ତି। ଆଜି ସଜ୍ଜନ କୁମାର ଦିଲ୍ଲୀର କରକରଡୁମା କୋର୍ଟରେ ଆତ୍ମସମର୍ପଣ କରିବା ପରେ ମଣ୍ଡୋଲି ଜେଲ୍‌କୁ ପଠାଇ ଦିଆଯାଇଛି।

ଆତ୍ମସମର୍ପଣ ପାଇଁ ଅଧିକ ସମୟ ଦେବାକୁ ସଜ୍ଜନ କୁମାର କୋର୍ଟରେ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଥିଲା। ଗତ ୧୭ ତାରିଖରେ ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଅଭିଯୁକ୍ତ ଦର୍ଶାଇ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ।

୧୯୮୪ ମସିହାରେ ଦିଲ୍ଲୀରେ ହୋଇଥିବା ଏହି ଦଙ୍ଗାରେ ପ୍ରାୟ ୨୭ଶହ ଶିଖ୍‌ଙ୍କୁ ହତ୍ୟା କରାଯାଇଥିଲା।

You might also like