ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

ନୂଆଦିଲ୍ଲୀ: ଆଉ ଜଣେ କାଶ୍ମୀର ନେତାଙ୍କ ବିବାଦୀୟ ବୟାନ। ଜାମ୍ମୁ ଓ କାଶ୍ମୀର ପିପୁଲ୍ସ କନଫରେନ୍ସର ଅଧ୍ୟକ୍ଷ ସାଜଦ ଲୋନ୍‌ ଧାରା ୩୭୦ ଉଚ୍ଛେଦକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସଂକ୍ରମଣ ସହିତ ତୁଳନା କରିଛନ୍ତି ସାଜଦ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷତାକାର ଦେଇ ସାଜଦ କହିଛନ୍ତି,  ଯେମିତି କୋଭିଡ୍‌-୧୯ ପାଞ୍ଚଦିନ ପରେ ଲକ୍ଷଣ ଦେଖାଉଛି, ଠିକ୍ ସେମିତି ଯାହା ସେମାନେ କରିଛନ୍ତି ଏହାର ପ୍ରତିକ୍ରିୟା ହୁଏତ ପାଞ୍ଚ ବର୍ଷ ପରେ ଦେଖାଯିବ।

ଧାରା ୩୭୦ ଉଚ୍ଛେଦ ପରେ ସାଜଦ ଲୋନଙ୍କୁ ଗୃହବନ୍ଦୀ କରିଥିଲେ ସରକାର। ଜୁଲାଇ ୩୧ ତାରିଖ ପରେ ସେ ଗୃହବନ୍ଦୀରୁ ମୁକୁଳିଥିଲେ।

ତେବେ ଏହା ପୂର୍ବରୁ ଜାମ୍ମୁ ଓ କାଶ୍ମୀର ପୂର୍ବତନ ନେତା ଫାରୁକ ଅବ୍‌ଦୁଲ୍ଲା ମଧ୍ୟ ବିବାଦୀୟ ବୟାନ ଦେଇଥିବା ଚର୍ଚ୍ଚା ହୋଇଥିଲା।

୩୭୦ ଉଚ୍ଛେଦ ନେଇ  ଫାରୁକ କହିଥିଲେ “ଲଦାଖ ସୀମାରେ ଚାଇନା ଯାହା ବି କରୁଛି ତାହା କେବଳ ଧାରା ୩୭୦ ଉଚ୍ଛେଦ ପାଇଁ। ଏହାକୁ ସେମାନେ କେବେ ବି ଗ୍ରହଣ କରିପାରି ନାହାଁନ୍ତି। ଚାଇନା ସମର୍ଥନରେ ପୁଣିଥରେ ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଲାଗୁ ହେବା ନେଇ ମୁଁ ବେଶ୍‌ ଆଶାବାଦୀ ଅଛି।”

ତେବେ ପରେ ଏହି ଘଟଣାରେ ସ୍ଫଷ୍ଟୀକରଣ ରଖିଥିଲେ ଫାରୁକ। ସେ ଏପରି କହି ନାହାଁନ୍ତି ବୋଲି କହିବା ସହିତ ତାଙ୍କ ମନ୍ତବ୍ୟକୁ ଭୁଲ୍ ଭାବେ ଚିତ୍ରଣ କରାଯାଇଥିବା ସେ କହିଥିଲେ।

 

ଆହୁରି ପଢ଼ନ୍ତୁ

ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟିର ମାନହାନି ମୋକଦ୍ଦମା କଲା ସେରମ୍‌

ଟିକେଟ୍‌ ବଣ୍ଟନକୁ ନେଇ ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ

ରାଜନୈତିକ ଦଳ ଗଠନ କରିପାରନ୍ତି ରଜନୀକାନ୍ତ

ମୁଖ୍ୟସ୍ରୋତକୁ ଫେରିବା ପାଇଁ ସଂଗଠନ ଛାଡ଼ିଲେ ହାର୍ଡକୋର ମାଓବାଦୀ

କୁକୁର ସହ ଖେଳୁଥିବାବେଳେ ପଡ଼ିଗଲେ ଜୋ ବାଇଡେନ

୧୧୦ ଶ୍ରମିକଙ୍କ ମୁଣ୍ଡ କାଟି ହତ୍ୟା କଲେ ଆତଙ୍କୀ, ମହିଳାଙ୍କୁ ଉଠାଇ ନେଲେ

ଚାଷୀ ଆନ୍ଦୋଳନ ନେଇ ବିଜେପି ନେତାଙ୍କ ବୈଠକ

କରୋନା ବଢ଼ାଇଲା କୁକୁଡ଼ା ଦାମ୍‌, ଗୋଟାକୁ ୮୫୦

ବାଂଲାଦେଶୀ, ରୋହିଙ୍ଗ୍ୟାଙ୍କୁ ବିତାଡ଼ିତ ନ କରିବା ଅଭିଯୋଗ ଉପରେ କଡ଼ା ଆଭିମୁଖ୍ୟ ରଖିଲେ ଶାହ

କିମ୍‌ଙ୍କୁ ନେଇ ସାଂଘାତିକ ପ୍ରତିକ୍ରିୟା ରଖିଲେ ସାଂସଦ

ବର୍ଷକରେ ମଲେ ୨୬ ବାଘ

ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

You might also like