ସାଇଲେଣ୍ଟ ଭୋଟର୍ ହେଲେ ସାଇଲେଣ୍ଟ ଚେଞ୍ଜର: ମୋଦି

ବିହାର: ସାଇଲେଣ୍ଟ ଭୋଟର୍ ହେଲେ ସାଇଲେଣ୍ଟ ଚେଞ୍ଜର। ବିହାରରେ ଅଧିକାଂଶ ଏକ୍‌ଜିଟ୍ ପୋଲ୍ ତେଜସ୍ୱୀ ଯାଦବଙ୍କ ସପକ୍ଷରେ ମତ ଦେଇଥିବା ବେଳେ ମୋଦିଙ୍କ ଭାଷାରେ ସାଇଲେଣ୍ଟ ଭୋଟର୍ ବା ମହିଳା ଭୋଟର୍ ହିଁ ଗେମ୍ ଚେଞ୍ଜର୍‌ ହୋଇଛନ୍ତି।

ତେଣୁ ଏବେ ମହିଳା ଭୋଟର୍ ଫୋକସ୍‌ରେ ରହିବେ। ଏହି କାର୍ଡ ଓଡ଼ିଶାରେ ପୂର୍ବରୁ ଅତି ସଫଳତାର ସହ ବିଜେଡି ଖେଳି ସାରିଛି। ତେବେ ମୋଦିଙ୍କ ବାର୍ତ୍ତା ପରେ ରାଜ୍ୟ ବିଜେପି ବି ବିଜେଡିର ଏହି ଭୋଟ୍‌ବ୍ୟାଙ୍କ୍ ଭାଙ୍ଗିବାକୁ ଷ୍ଟ୍ରାଟେଜି କରୁଛି।

ବିହାରରେ ଏନ୍‌ଡିଏ ଓ ମହାଗଠବନ୍ଧନ ଭିତରେ କଡ୍ଡା ଟକ୍କର ଦେଖିବାକୁ ମିଳିଥିଲା। କିନ୍ତୁ ଏହି ଟପ୍‌ ଫାଇଟ୍‌ରେ ବାଜି ମାରିନେଲା ଏନ୍‌ଡିଏ। ଆର୍ଜେଡିର ତେଜସ୍ୱୀ ଯାଦବଙ୍କ ପ୍ରବଳ ହାଓ୍ୱା ସତ୍ତ୍ୱେ ମୋଦି-ନିତୀଶ ଯୋଡ଼ି ବହୁମତ ହାସଲ କଲେ।

ତେବେ ଏହା ପଛରେ କାହାର ଥିଲା ନିର୍ଣ୍ଣାୟକ ଭୂମିକା? ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଭିତରେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସାଇଲେଣ୍ଟ ଭୋଟର୍ ଭାବେ ମହିଳାମାନେ ହିଁ ଏନ୍‌ଡିଏକୁ ଭୋଟ୍ ଦେବାରୁ ମେଣ୍ଟ କ୍ଷମତା ବଜାୟ ରଖିଲା ।

ବିହାରର ପାଖାପଖି ୫୦ ପ୍ରତିଶତ ବିଧାନସଭା ଆସନରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ। ତା’ସହିତ ଏଥର ପୁରୁଷଙ୍କ ତୁଳନାରେ ମହିଳାଙ୍କ ମତଦାନ ହାର ବି ୫ ପ୍ରତିଶତ ଅଧିକ ଥିଲା। ଯାହାକି ଏନ୍‌ଡିଏକୁ ସୁହାଇଲା ବୋଲି କୁହାଯାଉଛି।

ମାଗାଣାରେ ଉଜ୍ଜଳା ସିଲିଣ୍ଡର ଭଳି କେନ୍ଦ୍ର ସରକାରଙ୍କ ଅନେକ ସ୍କିମ୍, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଦ ବ୍ୟାନ୍ ନିଷ୍ପତ୍ତି, ପଞ୍ଚାୟତ ଓ ପୌରସଂସ୍ଥାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ବାଳିକା ଶିକ୍ଷା ପାଇଁ ଆର୍ଥିକ ସହାୟତାକୁ ଡବଲ୍ କରିବା ପ୍ରତିଶ୍ରୁତି ମହିଳା ଭୋଟରଙ୍କୁ ଏନ୍‌ଡିଏ ଆଡ଼କୁ ଟାଣିଥିଲା।

ଓଡ଼ିଶାରେ ବି ମହିଳା ଭୋଟ୍ ବିଜେଡି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସିଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତି ନିର୍ବାଚନରେ ଏହି କାର୍ଡକୁ ଅତି ଚତୁରତାର ସହ ଚଳାଇଛନ୍ତି। ରାଜ୍ୟରେ ୭୦ ଲକ୍ଷରୁ ଅଧିକ ସ୍ୱୟଂ ସହାୟିକା ଥିବା ବେଳେ SHGମାନଙ୍କ ପାଇଁ ସୁବିଧାରେ ଋଣ ପ୍ରଦାନ ଭଳି ନାନା ପ୍ରକାର ଯୋଜନା କରି ସେମାନଙ୍କୁ ହାତରେ ରଖିବାକୁ ଉଦ୍ୟମ କରାଯାଉଛି।

ସେହିଭଳି ୨୦୧୯ ନିର୍ବାଚନ ପୂର୍ବରୁ ମହିଳାମାନଙ୍କୁ ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ ଉଠାଇ ବିଭିନ୍ନ ରାଜନୈତିକ ଦଳ ନିକଟରେ ଏହି ଦାବି କରିଥିଲେ। ଏମିତିକି ପାର୍ଲାମେଣ୍ଟ ନିର୍ବାଚନରେ ଦଳ ୩୩ ପ୍ରତିଶତ ଟିକଟ୍ ମହିଳା ପ୍ରାର୍ଥୀଙ୍କୁ ଦେଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣ ବିଜୟୀ ହୋଇ ସଂସଦକୁ ଯାଇଛନ୍ତି।

ଏସବୁ ଦୃଷ୍ଟିରୁ ବିଜେଡିର ମହିଳା ଭୋଟ୍‌ବ୍ୟାଙ୍କ୍ ବେଶ୍ ସୁଦୃଢ଼ ରହିଛି। ଏବେ ଖୋଦ୍ ମୋଦି ବିହାର ବିଜୟ ପରିପ୍ରେକ୍ଷୀରେ ମହିଳା ଭୋଟ୍ ବ୍ୟାଙ୍କ କଥା ଉଠାଇବା ପରେ ରାଜ୍ୟ ବିଜେପି ମଧ୍ୟ ଏ ଦିଗରେ ଫୋକସ୍ କରିବାକୁ ଷ୍ଟ୍ରାଟେଜି କରୁଛି।

ଆହୁରି ପଢ଼ନ୍ତୁ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

You might also like