ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ୭୬ ଜଣଙ୍କୁ ନେଇ ଯାଉଥିବା ବିମାନ

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତର କଲା ୭୬ ଜଣ ପ୍ୟାସେଞ୍ଜରକୁ ନେଇ ଉଡ଼ାଣ ଭରିଥିବା ବିମାନ। ଜୟପୁରରୁ ହାଇଦ୍ରାବଦ ଆସୁଥିବା ଏୟାର ଏସିଆ ବିମାନ ୧୫୧୫୪୩ ମଙ୍ଗଳବାର ମଧ୍ୟାହ୍ନରେ ହାଇଦ୍ରାବାଦରେ ଜରୁରୀ ଆବତରଣ କରିଛି।

ବିମାନଟି ହାଇଦ୍ରାବାଦରେ ପହଞ୍ଚିବାର ତୁରନ୍ତ ପରେ ଏପରି ସମସ୍ୟା ବିଷୟରେ ଜଣାପଡ଼ିଥିଲା। ବିମାନ ଇଞ୍ଜିନରୁ ଇନ୍ଧନ ଲିକ୍ ହେବା ନେଇ ପାଇଲଟ୍ ଜାଣିବା ପରେ ଗୋଟିଏ ଇଞ୍ଜିନ୍‌କୁ ବନ୍ଦ କରିଦେଇଥିଲେ। ଅନ୍ୟ ଏକ ଇଞ୍ଜିନ୍‌ ସାହାଯ୍ୟରେ ବିମାନଟିକୁ ହାଇଦ୍ରାବାଦ ଏୟାର୍‌ପୋର୍ଟରେ ଜରୁରୀ ଅବତର କରାଇଥିଲେ।

ବିମାନଟି ହାଇଦ୍ରାବାଦରେ ପହଞ୍ଚିସାରିଥିଲା। ତେବେ ସୁରକ୍ଷତି ଲ୍ୟାଣ୍ଡିଂ କରିବା ପୂର୍ବରୁ ବିମାନରେ ଏପରି ସମସ୍ୟା ଦେଖା ଦେବା ଜାଣିବା ପରେ ପାଇଲଟ୍ ତୁରନ୍ତ ଏୟାରପୋର୍ଟକୁ ଜଣାଇଥିଲେ। ଏହାପରେ ବିମାନଟି ସୁରକ୍ଷତି ଲ୍ୟାଣ୍ଡିଂ କରିବା ପର୍ଯ୍ୟନ୍ତ ଅନ୍ୟ ସବୁ ସେବା ବନ୍ଦ କରି ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଥିଲା। ତେବେ ପାଇଲଟ ଓ ଏୟାରପୋର୍ଟ ଅଥୋରିଟିଙ୍କ ସାବଧନତା ଯୋଗୁ ବଡ଼ ବିପଦକୁ ଟଳିଯାଇଛି।

ନିକଟରେ ପାକିସ୍ତାନର ସରକାରୀ ବିମନା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୩୦ରୁ ଅଧିକ ଯାତ୍ରୀଙ୍କର ଜୀବନ ଯାଇଥିଲା।

You might also like