କରୋନାକୁ ନେଇ ଯୋଗୀଙ୍କ ମଠରେ ଶାନ୍ତି ଯଜ୍ଞ

ଗୋରଖପୁର: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଭାକ୍‌ସିନ ବା ଔଷଧ ତ ଏ ପର୍ଯ୍ୟନ୍ତ ବାହାରି ନାହିଁ। ତେବେ ଭାରତରେ କରୋନା ମୁକାବିଲା ପାଇଁ ଏକ ଅଭିନବ ଉପାୟ ବାହାର କରାଯାଇଛି। ଆଜି ଉତ୍ତର ପ୍ରଦେଶରେ କରୋନା ଭାଇରସର ମୁକାବିଲା ପାଇଁ ବିଶାଳ ଶାନ୍ତି ଯଜ୍ଞର ଆୟୋଜନ କରାଯାଇଛି। ଗୋରଖନାଥ ମନ୍ଦିରରେ ଯଜ୍ଞ ସହ ମନ୍ତ୍ର ପାଠ କରାଯାଇଛି। ମନ୍ଦିରର ଯଜ୍ଞଶାଳାରେ ବୈଦିକ ରୀତିନୀତିରେ ଏହି ଯଜ୍ଞକାମ ସମ୍ପନ୍ନ ହୋଇଛି।  ଏହି ଶାନ୍ତି ଯଜ୍ଞରେ ୫୧ ଜଣ ଶିଷ୍ୟ ଯୋଗଦେଇ ମନ୍ତ୍ର ପାଠ କରିଥିଲେ।

ଏହି ଗୋରଖନାଥ ମନ୍ଦିର ଓ ମଠର ମୁଖ୍ୟ ହେଉଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମଠ ମହନ୍ତମାନଙ୍କ କହିବା ଅନୁଯାୟୀ, ଯଜ୍ଞ କଲେ କରୋନା ଭାଇରସ ଭୟରେ ପଳାଇବ । ସୂଚନା ଥାଉ କି,କରୋନା ନିରାକରଣ ପାଇଁ କରାଯାଇଥିବା ଯଜ୍ଞଟି ବାବା ଗୋରଖନାଥ ମନ୍ଦିରର କାର୍ଯ୍ୟକାରୀ ମୁଖ୍ୟ ମହନ୍ତ କମଲନାଥଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି।  ଯଜ୍ଞ ଦ୍ୱାରା ପରିବେଶ ପରଷ୍କାର ହେବ ଏବଂ ଏହାଦ୍ୱାରା କରୋନା ଭାଇରସର ନିରାକରଣ ହୋଇପାରିବ ବୋଲି ସେ କହିଛନ୍ତି।

ସେହପରି ଯଜ୍ଞ ବେଳେ ମନ୍ତ୍ର ଉଚ୍ଚାରଣ କରାଯାଇଥାଏ। ଏହି ମନ୍ତ୍ର ଦ୍ୱାରା ପରିବେଶକୁ ପରିଷ୍କାର କରାଯାଇ ପାରିବ । ଏହି  ମନ୍ତ୍ରୋଚ୍ଚାରଣ  ଶବ୍ଦ କରୋନା ଭଳି ଭାଇରସକୁ ଭଗାଇ ଦେବ।

 

 

 

 

You might also like