ରମାକାନ୍ତ ଆଚରେକରଙ୍କ ଶେଷକୃତ୍ୟ ସଂପନ୍ନ

ରମାକାନ୍ତଙ୍କୁ କାନ୍ଧ ଦେଲେ ଶିଷ୍ୟ ସଚିନ ତେନ୍ଦୁଲକର

ମୁମ୍ବାଇ : ଦିବଂଗତ କ୍ରିକେଟ୍‌ କୋଚ୍ ରମାକାନ୍ତ ଆଚରେକରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମୁମ୍ବାଇ ଶ୍ମଶାନରେ ସଂଧ୍ୟାରେ ଆଚରେକରଙ୍କ ଶେଷକୃତ୍ୟ କରାଯାଇଛି। ଏଥିରେ ଆଚରେକରଙ୍କ ଶିଷ୍ୟ ତଥା ଖ୍ୟାତନାମା କ୍ରିକେଟର ସଚିନ ତେନ୍ଦୁଲକର, ବିନୋଦ କାମ୍ବଲି, ଚନ୍ଦ୍ରକାନ୍ତ ପଣ୍ଡିତ ଯୋଗଦେଇଥିଲେ।

ରମାକାନ୍ତଙ୍କ ମର ଶରୀରକୁ ମୁମ୍ବାଇ ବାସଭବନରୁ ଷ୍ଟାଡିଅମ ଯାଏ ନିଆଯାଇଥିଲା। ସେଠାରେ ଉଦୀୟମାନ କ୍ରିକେଟରମାନେ ବ୍ୟାଟ୍ ଟେକି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ତେନ୍ଦୁଲକର ଓ ଚନ୍ଦ୍ରକାନ୍ତଙ୍କ ସମେତ ଅନ୍ୟ ଛାତ୍ରମାନେ ରମାକାନ୍ତଙ୍କ ମର ଶରୀରଙ୍କୁ ନିଜ କାନ୍ଧରେ ବୋହି ନେଇଥିଲେ।

ଶେଷ ଶୋଭାଯାତ୍ରାରେ ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ୍‌ ଥାକ୍‌ରେ ମଧ୍ୟ ଯୋଗଦେଇଥିଲେ। ବୟସାଧିକ କାରଣରୁ ଗତକାଲି ରମାକାନ୍ତଙ୍କ ପରଲୋକ ହୋଇଥିଲା।

You might also like