ରାଜସ୍ଥାନ ରାଜନୀତି ; ମୁଖ୍ୟମନ୍ତ୍ରୀ ପଦ ନେଇ ବଢିଛି କଳ୍ପନାଜଳ୍ପନା

ରାଜସ୍ଥାନ  : କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ? ତାକୁ ନେଇ ବଢିଛି କଳ୍ପନାଜଳ୍ପନା। ଚଳିତ ନିର୍ବାଚନରେ ବେଶ୍ ବଳ ଲଗାଇଛନ୍ତି ଯୁବ ଚେହେରା ତଥା ପିସିସି ସଭାପତି ସଚିନ୍ ପାଇଲଟ୍। ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଭେଟେରାନ ଅଶୋକ ଗେହଲଟ୍‌ଙ୍କ ଉପରେ ଅଧିକ ଭରସା କରିପାରନ୍ତି ହାଇକମାଣ୍ଡ।

ମାତ୍ର ପାଇଲଟଙ୍କ ସପକ୍ଷରେ ଅଧିକ ସମର୍ଥନ ଥିବା କୁହାଯାଉଛି। ଏସବୁ ଭିତରେ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ଛାଡି ଦିଆଯାଇଛି କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଉପରେ। ରାଜସ୍ଥାନରେ ଏକକ ସଂଖ୍ୟା ଗରିଷ୍ଠତା ହେବା ସତ୍ତ୍ୱେ ମ୍ୟାଜିକ୍ ନମ୍ବର ଛୁଇଁପାରିନଥିଲା କଂଗ୍ରେସ। ଏହି ଦଳ ୯୯ଟି ଆସନ ଅକ୍ତିଆର କରିଛି। ସ୍ପଷ୍ଟ ବହୁମତ ପାଇଁ କଂଗ୍ରେସ ଆଉ ଦୁଇଟି ଆସନ ଦରକାର କରୁଥିଲା।  ସମର୍ଥନ ପାଇଁ ବିଏସ୍‌ପିର ସଂକେତ ପରେ କଂଗ୍ରେସ ସରକାର ଗଠନ କରିବ।

You might also like