ଉପମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସଚିନ ପାଇଲଟ
ଆଜି ସକାଳ ୧୧ଟାରେ ବିଧାୟକ ଦଳର ଏକ ବୈଠକର ଆୟୋଜନ କରାଯାଇଥିଲା। ବୈଠକରେ ଉପସ୍ଥିତ ନ ଥିବା ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଏହି ବୈଠକରେ ସଚିନ ପାଇଲଟ ଏବଂ ତାଙ୍କ ଅନୁଗତ ବିଧାୟକମାନେ ଯୋଗ ଦେଇନଥିଲେ। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ପ୍ରସ୍ତାବ ପାରିତ ହୋଇଛି। ଏ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ସୂଚନା ଦେଇଛନ୍ତି। ଏଥିସହିତ ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସ୍ଥିତି ପାଇଁ ବିଜେପିକୁ ଦାୟୀ କରିଛନ୍ତି ସୁରଜେଓ୍ୱାଲା।
ସଚିନଙ୍କ ସ୍ଥାନରେ ଗୋବିନ୍ଦ ସିଂ ଦୋତାସ୍ରା ରାଜସ୍ଥାନ କଂଗ୍ରେସର ପିସିସି ସଭାପତି ହୋଇଛନ୍ତି।