ସଚିନ ଦଳକୁ ଫେରିବା ନେଇ ଏମିତି ସର୍ତ୍ତ ରଖିଲା କଂଗ୍ରେସ

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସ ବିବାଦ ଘଟଣା ପୁଣି ଏବେ ରୋଚକ ମୋଡ ନେଇଛି। ଗତକାଲି ଦଳୀୟ ବୈଠକରେ ସଚିନ ପାଇଲଟ ଓ ଅନ୍ୟ କେତେକ ନେତାଙ୍କୁ ବିଦା କରିବା ପରେ କଡା ମନ୍ତବ୍ୟ ଦେଇଥିବା କଂଗ୍ରେସ ଆଜି ନରମ ଭାବ ପୋଷଣ କରିଛି। ସଚିନ୍‌ଙ୍କୁ ଦଳକୁ ଫେରାଇ ଆଣିବ ବୋଲି କହିଛି। କିନ୍ତୁ ରଖିଛି କିଛି ସର୍ତ୍ତ।

କଂଗ୍ରେସ ମହାସଚିବ ତଥା ରାଜସ୍ଥାନ ପ୍ରଭାରୀ ଅବିନାଶ ପାଣ୍ଡେ ବୁଧବାର କହିଛନ୍ତି, ଯଦି ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନିଜ ଭୁଲ ପାଇଁ କ୍ଷମା ମାଗିବେ ତେବେ କିଛି କରାଯାଇ ପାରିବ। ତେବେ ପ୍ରତ୍ୟେକ କାମର ଏକ ସମୟସୀମା ରହିଛି।

ସୂଚନାଥାଉ କି, ଗତକାଲି ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ସଚିନ ପ୍ରତିକ୍ରିୟା ରଖିଥିଲେ। ସେ ବିଜେପିରେ ମିଶିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

ପାଇଲଟଙ୍କ ବୟାନ ଉପରେ ପଚରା ଯିବାରୁ ପାଣ୍ଡେ କହିଥିଲେ ‘ ଭଗବାନ ତାଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ। ଯେଉଁ ଦଳ ତାଙ୍କୁ ପାଳି, ପୋଷି ଏତେ ବଡ କରିଛି ସେଇ ଦଳ ତାଙ୍କଠାରୁ ଜଣେ ଦାୟିତ୍ୱବାନ ନେତା  ହେବାର ଆଶା ରଖୁଛି। ’ ସେ ପୁଣି ତାଙ୍କର ଅଭିଯୋଗ ଦୋହରାଇ କହିଛନ୍ତି, ଗେହଲଟ ସରକାର ଭାଙ୍ଗିବା ଷଡଯନ୍ତ୍ରରେ ସାମିଲ ହୋଇଛନ୍ତି ସଚିନ୍‌।‘

ଏବେ ବି କ’ଣ ସଚିନଙ୍କ ପାଇଁ କଂଗ୍ରେସ ଦ୍ୱାର ଖୋଲା କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ସଚିନଙ୍କ ପାଇଁ ସବୁବେଳେ କଂଗ୍ରେସର ଦ୍ୱାର ଖୋଲା ରହିଛି। ଯଦି ସଚିନ ସରକାର ଭାଙ୍ଗିବା  ଚିନ୍ତା କରୁଥାନ୍ତି ତେବେ ନିଜର ଭୁଲ ସ୍ୱୀକାର କରି କ୍ଷମା ମାଗି ନେବେ ତାହା ହେଲେ ସମ୍ୟସ୍ୟାର ସମାଧାନ ହୋଇ ପାରିବ।’

You might also like