ଦୀପାବଳିର ଶୁଭକାମନା ଜଣାଇଲେ ଜୋ ବାଇଡେନ; କହିଲେ ସାଲ୍ ମୁବାରକ

ୱାଶିଂଟନ: ଗତ ରାତିରେ ଦୀପାବଳି ପାଇଁ ସାରା ବିଶ୍ୱବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ପାଇଁ ନିର୍ବାଚିତ ହୋଇଥିବା ଜୋ ବାଇଡେନ୍। ଏ ନେଇ ପ୍ରଥମେ ଇଂରାଜୀ ଟ୍ୱିଟ୍ କରିବା ସହିତ ହିନ୍ଦୀରେ ବର୍ଷର ଶୁଭକାମନା ଜଣାଇଛନ୍ତି।
ସେ ଟ୍ୱିଟ୍ କରି ଲେଖିଛନ୍ତି  “ଆଲୋକର ପର୍ବ ପାଳୁଥିବା ଲକ୍ଷ ଲକ୍ଷ ହିନ୍ଦୁ, ଜୈନ୍, ଶିକ ଓ ବୁଦ୍ଧିଷ୍ଟମାନଙ୍କୁ ମୋର ଶୁଭକାମନ #HappyDiwali । ଏଇ ନୂଆ ବର୍ଷ ଆପଣଙ୍କ ପାଇଁ ଅନେକ ନୂଆ ଆଶା ଓ ସମୃଦ୍ଧି ଆଣି ଦେଉ। ସାଲ୍ ମୁବାରକ।”

ସେହିପରି ପ୍ରଥମ ମହିଳା ଭାବେ ଆମେରିକାର ଉପରାଷ୍ଟ୍ରପତି ହେବାକୁ ଯାଉଥିବା କମଳା ହାରିସ୍‌ ମଧ୍ୟ ଦୀପାବଳିର ଶୁଭକାମନା ଜଣାଇଥିଲେ। ସେ ଲେଖିଥିଲେ “ ହ୍ୟାପି ଦିୱାଲୀ ଏବଂ ସାଲ୍‌ ମୁବାରକ। ଡୋଗଲାସ ଏମ୍‌ହୋଫ୍‌ ଓ ମୋ ତରଫରୁ ସାରା ବିଶ୍ୱବାସୀଙ୍କୁ ଏକ ସୁରକ୍ଷିତ ସୁସ୍ଥ ଓ ଆନନ୍ଦମୟ ବର୍ଷ ପାଇଁ ଶୁଭକାମନା ଜଣାଉଛି।

କମଳାଙ୍କ ମାଆ ଭାରତୀୟ ହୋଇଥିବାରୁ ସେ ଅନେକ ସମୟରେ ଭାରତରେ ଥିବା ତାଙ୍କ ମାମୁଘର କଥା ମନେପକାନ୍ତି। ନିର୍ବାଚନ ଜିତିବା ପରେ ମଧ୍ୟ ସେ ତାଙ୍କ ଶ୍ୟାମଳା ଗୋପାଳନଙ୍କୁ ମନେପକାଇ ଥିଲେ। ମାମୁ ଘରେ ବିତାଇ ଥିବା ମୁହୂର୍ତ୍ତକୁ ମନେ ପକାଇ ଭାବପ୍ରବଣ ହୋଇଯାଇଥିଲେ କମଳା।

 

You might also like