ଟେକ୍ସାସ : ବର୍ତ୍ତମାନ ଟଙ୍କା ଆୟ କରିବାର ପ୍ରମୁଖ ମାଧ୍ୟମ ପାଲଟିଛି ଡିଜିଟାଲ ପ୍ଲାଟଫର୍ମ । ଫଟୋ, ଭିଡ଼ିଓ ପୋଷ୍ଟ କରି ବି ଟଙ୍କା ଆୟ କରିବା କଥା ବୋଧହୁଏ କେହି ଚିନ୍ତା କରିନଥିବେ । ଯାହା ଆଜିକାଲି ସମ୍ଭବ ହୋଇପାରିଛି । କେବଳ ଏତିକି ନୁହେଁ ପିଲା ଠାରୁ ବୁଢ଼ା ଯାଏ ସମସ୍ତେ ଡିଜିଟାଲ ପ୍ଲାଟଫର୍ମରେ ଟଙ୍କା ଆୟ କରିପାରୁଛନ୍ତି । ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସସୀମା ରହୁନି କି କୌଣସି ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ପଡ଼ୁନି । ଫଳରେ ପାରମ୍ପରିକ କ୍ୟାରିୟରକୁ ଛାଡ଼ି ଡିଜିଟାଲ ପ୍ଲାଟଫର୍ମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସମ୍ଭବ ହୋଇପାରୁଛି । ଆଉ ଏହାର ସଦ୍ୟ ଉଦାହରଣ ହେଲେ ରାୟନ କାଜି । ମାତ୍ର ୧୦ ବର୍ଷ ବୟସରେ କୁନି ପୁଅଟି କୋଟି କୋଟି ଟଙ୍କା ଆୟ କରୁଛି ।

୨୦୧୫ ମସିହାରେ ରାୟନ କାଜି ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ ।  ୟୁଟ୍ୟୁବ ଚ୍ୟାନେଲର ରିଭ୍ୟୁ ଭିଡ଼ିଓ ଦେଖି ନିଜର ୟୁଟ୍ୟୁବ ଚ୍ୟାନେଲ ଖୋଲିବାକୁ ମନ ବଳାଇଥିଲେ । ତେବେ ଅତି ଛୋଟ ଥିବାରୁ ତାଙ୍କ ମା’ ପ୍ରଥମେ ଏଥିପାଇଁ ଚିନ୍ତିତ ହୋଇପଡ଼ିଥିଲା । ପାଠ ପଢ଼ାରେ ବ୍ୟାଘାତ ହେବ ଚିନ୍ତା ମନରେ ଆସୁଥିଲା । କିନ୍ତୁ ପୁଅର ଆଗ୍ରହ ଦେଖି ମନା କରିପାରିଲେ ନାହିଁ । ପରିବାରର ସମର୍ଥନ କ୍ରମେ ରାୟନଙ୍କର ଡିଜିଟାଲ ଯାତ୍ରା ଆରମ୍ଭ ହୋଇଥିଲା ।

ଆମେରିକା ଟେକ୍ସାସରେ ରହୁଥିବା ରାୟନଙ୍କ ଭିଡ଼ିଓ ରିଭ୍ୟୁ ଗୁଡ଼ିକ ଲୋକଙ୍କୁ ବେଶ୍ ପସନ୍ଦ ଆସିବାରେ ଲାଗିଥିଲା । ଏବେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ରାୟନଙ୍କ ଲୋକପ୍ରିୟତା ୩ ବର୍ଷ ମଧ୍ୟରେ ହିଁ ଶୀର୍ଷରେ ପହଞ୍ଚି ସାରିଥିଲା । ତାଙ୍କର ଗୋଟିଏ ଗୋଟିଏ ଭିଡ଼ିଓରେ ମିଲୟନ ମିଲିୟନ ଭିଉୟର ହେଉଥିଲେ । ୨୦୧୮, ୨୦୧୯, ୨୦୨୦ରେ ସେ ସବୁଠାରୁ ଅଧିକ ଆୟ କରିଥିଲା ୟୁଟ୍ୟୁବର ହୋଇପାରିଛନ୍ତି । ଆଜି ସେ ଆରବ ଆରବ ଟଙ୍କାର ମାଲିକ ।

ରାୟନ କାଜି ୟୁଟ୍ୟୁବରେ ଖୋଳନା ଓ ବିଭିନ୍ନ ଖେଳ ସମ୍ପର୍କରେ ଭିଡ଼ିଓ ତିଆରି କରି ପୋଷ୍ଟ କରନ୍ତି  । ସେ ଗତ ବର୍ଷ ୟୁଟ୍ୟୁବରୁ ୨୯.୫ ମିଲିୟନ ଡଲାର ଅର୍ଥାତ ପାଖାପାଖି ୨୨୧ କୋଟି ଟଙ୍କା ଆୟ କରିଥିଲା । ଏହି କ୍ରମରେ  ରାୟନ ମାସକ ପାଖପାଖି ୧୮ କୋଟି ଟଙ୍କା ଆୟ କରନ୍ତି । ଏହାବ୍ୟତୀତ ସେ ୱାଲ୍ଡ ବ୍ରାଣ୍ଡେଡ଼୍ ଟୟ ଆଣ୍ଡ କ୍ଲୋଦିଂ ଜରିଆରେ  ୨୦୦ ମିଲିୟନି ଡଲାର ଆୟ କରିଛନ୍ତି ।

Other Stories