ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହିତ ୧୧ଜଣ ବିଧାୟକଙ୍କୁ ସମନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଅସଦାଚାରଣ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ୍‌ଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଓ ୧୧ଜଣ ବିଧାୟକଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ମଙ୍ଗବାର ସମନ୍ ଜାରି କରିଛନ୍ତି। ଆସନ୍ତା ଅକ୍ଟୋବର ୨୫ ତାରିଖରେ ସମସ୍ତେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାରେ ଦିଲ୍ଲୀ ପୁଲିସ୍‌ କୋର୍ଟଙ୍କ ନିକଟରେ ଚାର୍ଜସିଟ୍ ଦାଖଲ କରିଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ୍‌ଙ୍କ ସହ ୧୧ଜଣ ବିଧାୟକଙ୍କୁ ଦାୟୀ କରାଯାଇଛି।

୩୦୦୦ପୃଷ୍ଟାର ଚାର୍ଜସିଟ୍‌ରେ ମୁଖ୍ୟମନ୍ତ୍ରୀ କେଜରୀଓ୍ୱାଲ୍‌, ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟ ବିଧାୟକମାନେ ମୁଖ୍ୟ ଶାସନ ସଚିବଙ୍କୁ ଧମକ ଦେଇଥିବା ପୁଲିସ ଦର୍ଶାଇଛି। ଏହାସହ ମୁଖ୍ୟଶାସନ ସଚିବଙ୍କୁ ମାନସିକ ନିର୍ଯାତନା ମଧ୍ୟ ଦିଆଯାଇଥିବା ପୁଲିସ ନିଜ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି

 

You might also like