ଏପ୍ରିଲରୁ କରୋନା ଭ୍ୟାକସିନ୍ ନେଇସାରିଛନ୍ତି ରୁଷ୍‌ର ପ୍ରଭାବଶାଳୀ ବ୍ୟକ୍ତି!

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଏପର୍ଯ୍ୟନ୍ତ ଭ୍ୟାକସିନ୍ ବା ଟିକା ବାହାରି ନାହିଁ। କରୋନା ଭ୍ୟାକସିନ୍ ତିଆରି କରିବାରେ ଦୁନିଆର ଶତାଧିକ ବୈଜ୍ଞାନିକ ଲାଗିପଡ଼ିଛନ୍ତି। ତେବେ ରୁଷ ଦାବି କରିଛି ଯେ ସେମାନେ କରୋନା ଭାଇରସର ଭ୍ୟାକସିନର ହ୍ୟୁମାନ୍ ଟ୍ରାଏଲ୍ ପୂରା କରିସାରିଛନ୍ତି ଏବଂ ଖୁବଶୀଘ୍ର ଏହାକୁ ମାର୍କେଟରେ ଛଡ଼ାଯିବ। କିନ୍ତୁ ଏବେ ଏକ ରିପୋର୍ଟରେ ଖୁଲାସା ହୋଇଛି ଯେ ରୁଷରେ ଏହି ଭ୍ୟାକସିନ୍ ରାଷ୍ଟ୍ରପତି ପୁତିନ, ବଡ଼ ବଡ଼ ରାଜନେତା ଏବଂ ଦେଶରେ ଥିବା କୋଟପତିଙ୍କୁ ଆଗୁଆ ଦିଆହୋଇ ସାରିଛି।

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ରୁଷର କୋଟିପତି ଏବଂ ରାଜନେତାଙ୍କୁ କରୋନାଭାଇରସର ପରୀକ୍ଷଣାତ୍ମକ ଭ୍ୟାକସିନକୁ ଏପ୍ରିଲରେ ହିଁ ଦିଆଯାଇଥିଲା। ରିପୋର୍ଟରେ କୁହାଯାଇଛି, ରାଷ୍ଟ୍ରପତି ପୁତିନଙ୍କୁ ଏହି ଟିକା ଦିଆଯାଇଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଯେଉଁଭଳି ଭାବେ ଶୀର୍ଷ ରାଜନେତା, ସରକାରୀ ଅଧିକାରୀ ଏବଂ କୋଟିପତିଙ୍କୁ ଏହି ଟିକା ଦିଆଯାଇଛି, ଏଭଳି ସ୍ଥିତିରେ ପୁତିନଙ୍କୁ ଏହି ଟିକା ନଦିଆଯିବାର ସମ୍ଭାବନା କମ୍।

ରିପୋର୍ଟ ମୁତାବକ, ଯେଉଁ ଧନୀ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯାଇଛି, ସେଥିରେ ବଡ଼ ଆଲୁମିନିୟମ କମ୍ପାନୀ ୟୁନାଇଟେଡ୍ ରସେଲର ଶୀର୍ଷ ଅଧିକାରୀ, କୋଟିପତି ଏବଂ ସରକାରୀ ଅଧିକାରୀ ସାମିଲ୍‌ ଅଛନ୍ତି। ଏହି ଭ୍ୟାକସିନକୁ ମସ୍କୋସ୍ଥିତ ରୁଷର ସରକାରୀ କମ୍ପାନୀ ଗମାଲେୟା ଇନଷ୍ଟିଚ୍ୟୁଟ୍ ଏପ୍ରିଲରେ ତିଆରି କରିଥିଲା।

ରିପୋର୍ଟ ଅନୁଯାୟୀ, ରୁଷର ସେନା ଓ ସରକାରୀ ରୁଷୀୟ ଡାଇରେକ୍ଟର ଇନଭେଷ୍ଟମେଣ୍ଟ ଫଣ୍ଡ୍ ଗମାଲେୟା ଭ୍ୟାକସିନକୁ ଫଣ୍ଡିଂ କରିଛି। ଗତ ସପ୍ତାହରେ ରୁଷ କହିଥିଲା ଯେ ସେମାନେ କରୋନା ଭ୍ୟାକସିନର ପ୍ରଥମ ଟ୍ରାଏଲ୍ ପୂରଣ କରିସାରିଛନ୍ତି ଏବଂ ଟେଷ୍ଟ ରୁଷ ସେନାର ଯବାନଙ୍କ ଉପରେ କରାଯାଇଛି। ତେବେ ଏହାର ରେଜଲ୍ଟକୁ ସାର୍ବଜନୀନ କରାଯାଇନାହିଁ, କିନ୍ତୁ କୁହାଯାଉଛି ଯେ ଏହାର ପରୀକ୍ଷଣ ଏକ ବଡ଼ ସମୂହରେ କରାଯାଇଛି।

ରୁଷର ଗମାଲେୟାର ଭ୍ୟାକସିନ୍ ପଶ୍ଚିମ ଦେଶ ତୁଳନାରେ ଅଧିକ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଅଗଷ୍ଟ ୩ ତାରିଖରୁ ଏହି ଭ୍ୟାକସିନର ଫେଜ୍-୩ର ଟ୍ରାଏଲ୍ ଆରମ୍ଭ ହେବାକୁ ଯାଉଛି। ଏଥିରେ ରୁଷ, ସାଉଦୀ ଆରବ ଓ ୟୁଏଇର ହଜାର ହଜାର ସଂଖ୍ୟକ ଲୋକେ ଭାଗ ନେବେ। କୁହାଯାଉଛି ଯେ, ଆସନ୍ତା ସେପ୍ଟେମ୍ବର ସୁଦ୍ଧା ରୁଷ ନିଜ ଦେଶର ନାଗରିକଙ୍କୁ କରୋନା ଭ୍ୟାକସିନ୍ ଦେଇଦେବ।

ଗମଲେୟା ସେଣ୍ଟରର ମୁଖ୍ୟ ଆଲେକଜାଣ୍ଡର୍ ଗିଣ୍ଟଜବର୍ଗ ଏକ ସରକାରୀ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି, ଏହି ଭ୍ୟାକସିନ୍ ଅଗଷ୍ଟ ୧୨ରୁ ୧୪ ତାରିଖ ଭିତରେ ‘ସିଭିଲ୍ ସର୍କ୍ୟୁଲେସନ୍’ରେ ଆସିବା ନେଇ ଆଶା ରହିଛି। ପ୍ରାଇଭେଟ୍‌ କମ୍ପାନୀଗୁଡ଼ିକ ସେପ୍ଟେମ୍ବରରୁ ଭ୍ୟାକସିନରୁ ବଡ଼ ସଂଖ୍ୟାରେ ପ୍ରଡକ୍ସନ୍ ଆରମ୍ଭ କରିଦେବେ।

ତେବେ ରୁଷ୍ ଅଧିକାରୀ ସ୍ପଷ୍ଟ କରିନାହାନ୍ତି ଯେ ରାଷ୍ଟ୍ରପତି ପୁତିନଙ୍କୁ ଏହି ଭ୍ୟାକସିନ୍ ଦିଆଯାଇଛି କି ନାହିଁ। ତେବେ ଗମଲେୟା ସେଣ୍ଟରର ମୁଖ୍ୟଙ୍କ କହିବା ଅନୁଯାୟୀ, ଭ୍ୟାକସିନର ହ୍ୟୁମାନ୍ ଟ୍ରାଏଲ୍ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ସାବ୍ୟସ୍ତ ହୋଇଛି।

ଆହୁରି ପଢ଼ନ୍ତୁ

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

You might also like