କିଏ ଏଇ ବିଳାସପୂର୍ଣ୍ଣ ରହସ୍ୟମୟ ମହଲର ମାଲିକ ?

ମସ୍କୋ: ସମୁଦ୍ର କୂଳର ଏଇ ସୁଦୃଶ୍ୟ ମହଲକୁ ଦେଖିଲେ ଯେ କେହି ବି ଚକିତ ହୋଇଯିବେ। ଭବ୍ୟ ମହଲଟି ଚାକଚକ୍ୟରେ ଝଲସୁଛି। ଅତ୍ୟାଧୁନିକ ବ୍ୟବସ୍ଥା ବି ରହିଛି। ତେବେ କିଏ ଏହି ମହଲର ମାଲିକ ? ଏହା ଏଠିକା ରାଷ୍ଟ୍ରପତିଙ୍କର ବୋଲି ଲୋକେ ଭାବିଥିଲେ। ହେଲେ ସେ ମନା କରିବା ପରେ ମହଲ କାହାର ସେ ନେଇ ଉଠିଛି ପ୍ରଶ୍ନ।  ହଁ, ଏଠି ଆମେ ଋଷର ଏଇ ରହସ୍ୟମୟ ମହଲ କଥା କହୁଛୁ।

ଋଷ ରାଷ୍ଟ୍ରପତି ବ୍ଲାଦିମୀର ପୁଟିନ‌ (Vladimir Putin) ଙ୍କ ବ୍ଲାକ ସି ସ୍ଥିତ ମହଲ ଉପରେ ଏବେ ବେଶ ଚର୍ଚ୍ଚା ଚାଲିଛି। ପୁଟିନଙ୍କ ପ୍ରତିଦ୍ୱନ୍ଦ୍ୱୀ ଏଲେକ୍ସି ନବଲନୀ (Alexei navalny)ଙ୍କ ଅଭିଯୋଗ ଅନୁଯାୟୀ, ଏହି ମହଲର ଦାମ ୧୦୦ ଅରବ ଟଙ୍କା। ମହଲରେ ଆରାମଦାୟକ ଜୀବନ ଜିଇଁବା ପାଇଁ ସବୁଠୁ ଦାମୀ ବ୍ୟବସ୍ଥା କରାଯାଇଛି। ଏପରିକି ଏଠାରେ ପୋଲ ଡାନ୍ସର ବ୍ୟବସ୍ଥା ମଧ୍ୟ ରହିଛି। ତେବେ ନବଲନୀ କହୁଥିବା ମହଲ ଏବେ ବି ରହସ୍ୟ ଘେରରେ ରହିଛି।

ମଙ୍ଗଳବାର ସୋଶାଲ ମିଡିଆରେ ଏକ ଭିଡିଓ ଦେଖିବାକୁ ମିଳିଥିଲା। ଏହି ଭିଡିଓ ଏକ ମହଲର ଥିଲା ଯାହା ଋଷର ବ୍ଲାକ୍‌ ସି ନିକଟରେ ଅବସ୍ଥିତ। ପ୍ରାୟ ୧.୪ ବିଲିୟନ ଡଲାରର ଏହି ମହଲ ପୁଟିନ୍‌ଙ୍କର ବୋଲି କୁହାଯାଏ। ୨ ଘଣ୍ଟାର ଏହି ଭିଡିଓଟି ଡ୍ରୋନ ଫୁଟେଜ୍‌। ଫୁଟେଜ୍‌ରେ ଦେଖିବାକୁ ମିଳିଛି, ମହଲଟି ବେଶ ବିଳାସପୂର୍ଣ୍ଣ ଦେଖା ଯାଉଛି। ଏଥିରେ ରହିଛି ୨ଟି ହେଲିପ୍ୟାଡ୍‌। ମୂର୍ତ୍ତିରେ ସଜ୍ଜିତ ଏକ ବିରାଟ ବଗିଚା। ତିନି ଦିନରେ ଏହି ଭିଡିଓକୁ ୫୪ ମିଲିୟନ ଭ୍ୟୁଜ ମିଳିଲାଣି।

ବ୍ଲାକ୍‌ ସି ନିକଟରେ ଥିବା ଏଇ ରହସ୍ୟମୟ ପ୍ୟାଲେସ ନୋ ଫ୍ଲାଇଂ ଜୋନରେ ରହିଛି

ସମୁଦ୍ର କୂଳରେ ପ୍ରାୟ ୧୭୦ ଏକର ଜମିରେ ରହିଛି ଏହି ବିରାଏହି ଭିଡିଓକୁ ପୁଟିନଙ୍କ ପ୍ରତିଦ୍ୱନ୍ଦ୍ୱୀ  ନବଲନୀ ସାମ୍ନାକୁ ଆଣିଥିଲେ। ଏହା ପୂର୍ବରୁ ଅବଶ୍ୟ ଏହି ଭିଡିଓ ସମ୍ପର୍କରେ ଶୁଣିବାକୁ ମିଳୁଥିଲା ଏବଂ ଏହା ପୁଟିନ୍‌ଙ୍କର ବୋଲି କୁହାଯାଉଥିଲା। ତେବେ ଏଇ ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଥମ ଥର ପାଇଁ ପୁଟିନ୍‌ଙ୍କ ପ୍ରବକ୍ତା ଏହି ମହଲ ନେଇ ମୁହଁ ଖୋଲିଛନ୍ତି ଏବଂ ଏହି ମହଲ ସହ ପୁଟିନଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି। ତେବେ ପ୍ରଶ୍ନ ଉଠେ ଯଦି ଏହି ମହଲ ପୁଟିନ୍‌ଙ୍କର ନୁହେଁ ତେବେ କାହାର ?

କେଉଁ ପଥରେ ଯିବେ ଏଇ ମହଲକୁ ?

ନବଲୀନଙ୍କ ଅଭିଯୋଗ ସତ ହେଉ ବା ମିଛ, କିନ୍ତୁ ଏହି ମହଲଟି ବେଶ ଆଲିଶାନ ଏକଥା ସତ। ଏହି ମହଲ ନୋ ଫ୍ଲାଇ ଜୋନରେ ରହିଛି। ଏଠାରେ କୌଣସି ବିମାନ ଉଡାନ ଭରି ପାରିବ ନାହିଁ। ଏପରି ଭାବେ ମହଲକୁ ନିର୍ମାଣ କରାଯାଇଛି ଯେ ଏଠାକୁ କୌଣସି ସଡକ ସଂଯୋଗ ନାହିଁ। ଏପରିକି ଜଳପଥ ବା ଆକାଶପଥର ସଂଯୋଗ ବି ନାହିଁ। କେବଳ ସେ ହିଁ ଏହି ପ୍ୟାଲେସ୍‌ରେ ପହଞ୍ଚି ପାରିବ ଯିଏ ଏହାର ମାଲିକ।

ମହଲ ଏବଂ ଏହାର ଆଖାପାଖ ଜମିକୁ ମିଶାଇଲେ ଏହା ଋଷର ସବୁଠାରୁ ବିଶାଳ ବ୍ୟକ୍ତିଗତ ସମ୍ପତି

ନବଲୀନଙ୍କର ଏକ ଏନଜିଓ ଆଣ୍ଟି କରପ୍‌ସନ ଫାଉଣ୍ଡେଶନ (FBK) ଗୁପ୍ତରେ ଏହି ଫଟୋ ନେଇପାରିଛି। ଭିତିରି ତଥ୍ୟ ଅନୁସାରେ, ଏହି ଏନ୍‌ଜିଓର କିଛି ସଦସ୍ୟ ପ୍ରଥମେ ବୋଟ ସାହାଯ୍ୟରେ ବ୍ଲାକ୍‌ ସି କୂଳରେ ପହଞ୍ଚିଥିଲେ। ସେଠାରୁ ଏକ ଡ୍ରୋନ ଉଡ଼ାଇଥିଲେ। ଏହି ଡ୍ରୋନ ସାହାଯ୍ୟରେ ଏହାର ଭିଡିଓ ତିଆରି ହୋଇଥିଲା।

ଏହି ଏଜେନ୍ସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ୧୯୦,୦୦୦ ବର୍ଗ ଫୁଟରେ ନିର୍ମିତ ଏହି ମହଲ ଏବଂ ଏହାର ଆଖପାଖ ଜମିକୁ ମିଶାଇଥିଲେ ଏହା ସମଗ୍ର ଋଷର ସବୁଠରା ବିଶାଳ ସମ୍ପତ୍ତିର ମାନ୍ୟତା ପାଇବ। ଏଠାରେ ଦୁଇଟି ହେଲିପ୍ୟାଡ ରହିଛି। ଏକ ଅଣ୍ଡରଗ୍ରାଉଣ୍ଡ ହକି ପଡ଼ିଆ ରହିଛି। ଗୋଟିଏ ଚର୍ଚ୍ଚ, ବିଶାଳ ବଗିଚା ମଧ୍ୟ ରହିଛି। ବଗିଚା କେବଳ ମୂର୍ତ୍ତିରେ ସଜା ଯାଇଛି। ଏହା ବ୍ୟତୀତ ୨୬୦ ଫୁଟ ବ୍ରିଜ ରହିଛି। ଏହି ବ୍ରିଜ ପାର ହେଲା ପରେ ୨୭, ୦୦୦ ବର୍ଗ ଫୁଟର ଏକ ଗେଷ୍ଟ ହାଉସ ରହିଛି।

ମୁଖ୍ୟ ଭବନରେ ୧୧ଟି ବେଡ ରୁମ୍‌ ରହିଛି। ଅନେକ ଲିଭିଙ୍ଗ ଏବଂ ଡାଇନିଂ ଏରିଆ ରହିଛି। ଗୋଟିଏ ପ୍ରାଇଭେଟ ଥିଏଟର ରହିଛି। ଗୋଟିଏ ଅତ୍ୟାଧୁନିକ ଜିମ ଏଠାରେ ରହିଛି। ଏଠାରେ ଏକ କକ୍‌ଟେଲ ଲାଉଞ୍ଚ ମଧ୍ୟ ରହିଛି। ଏଠାରେ ଅତିଥିଙ୍କ ସହ ଅନ୍ୟମାନେ ପାନୀୟର ଆନନ୍ଦ ଉଠାଇ ପାରିବେ।

ତେବେ ଏହି ବିଶାଳ ବିଳାସପୂର୍ଣ୍ଣ ମହଲର ମାଲିକ କିଏ ? ଦୀର୍ଘଦିନ ଧରି ପୁଟିନ ଏହାର ମାଲିକ ବୋଲି କୁହାଯାଉଥିଲା। ହେଲେ ପୁଟିନ୍‌ଙ୍କ ପ୍ରବକ୍ତା ଏହି କଥାକୁ ଖଣ୍ଡନ କରିବା ପରେ ଏହି ମହଲ କାହାର ସେ ନେଇ ପ୍ରଶ୍ନ ଉଠିଛି। ୨୦୧୦ରେ ଋଷର ବ୍ୟବସାୟୀ  Sergei Kolesnikov ତତ୍କାଳନୀ ରାଷ୍ଟ୍ରପତି ମେଦବେଦେବଙ୍କୁ ପତ୍ର ଲେଖି କହିଥିଲେ, ଏହି ମହଲ ପୁଟିନ୍‌ଙ୍କର। ଏହି ମହଲକୁ ତାଙ୍କର କେହି ବନ୍ଧୁ ତିଆରି କରିଛନ୍ତି। ୨୦୧୪ରେ ରଏଟର୍ସ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା ଏବଂ ତଦନ୍ତ ପରେ ଏହା ସହ ମିଶୁଥିବା ତଥ୍ୟ ହସ୍ତଗତ କରିଥିଲା। ତେବେ ଏହି ପ୍ୟାଲେସ ପୁଟିନଙ୍କର ବୋଲି କୌଣସି ତଥ୍ୟ ସାମ୍ନାକୁ ଆସି ନ ଥିଲା।

ତେବେ ପୁଟିନ ଯେଉଁଠି ରହୁଛନ୍ତି ଏହା ମସ୍କୋର କେନ୍ଦ୍ରରେ ଅବସ୍ଥିତ। କ୍ରେମଲନ ନାମକ ଏହି ଜାଗାରେ ୧୫ରୁ ଅଧିକ ଇମାରତ ଏକା ସାଙ୍ଗରେ ନିର୍ମାଣ କରାଯାଇଛି। ଏହି ଜାଗା କଡ଼ା ସୁରକ୍ଷା ମଧ୍ୟରେ ରହିଛି। ସୁରକ୍ଷା ସତ୍ତ୍ୱେ ୨୧ ଫୁଟର ପ୍ରାଚୀର ଏହାକୁ ଘେରି ରହିଛି।

You might also like