କରୋନା ଟିକା ‘ସ୍ପୁଟନିକ-ଭି’ ଭାରତକୁ ଯୋଗାଇବ ଋଷ

ମସ୍କୋ: କରୋନା ଭାକ୍ସିନ ପାଇଁ ସାରା ବିଶ୍‌:ର ବୈଜ୍ଞାନିକ ଲାଗି ପଡ଼ିଥିବାବେଳେ ଋଷକୁ ପ୍ରଥମ ସଫଳତା ମିଳିଛି । ଗତମାସରେ ଋଷର କୋଭିଡ-୧୯ ଭାକ୍ସିନ ସ୍ପୁଟନିକ-ଭିର ମାନବ ପରୀକ୍ଷଣ ସଫଳ ହୋଇଛି । ଏଣିକି ଟିକା ଭାରତରେ ମଧ୍ୟ ଉପଲବ୍ଧ ହେବ । ୧୦୦ ମିଲିୟନ ସ୍ପୁଟନିକ –ଭି ଟିକା ଭାରତକୁ ଦେବ ବୋଲି ଋଷ ସହମତି ପ୍ରକାଶ କରିଛି । ଭାରତର ଡା. ରେଡ୍ଡି କମ୍ପାନୀ ଏହି ଟିକା ପ୍ରସ୍ତୁତ କରିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଭାରତର ରେଗୁଲେଟରି ଅଥରିଟିର ମଞ୍ଜୁରି ମିଳିଲେ ଏହି ଟିକା ଭାରତକୁ ଯୋଗାଇ ଦେବ ବୋଲି ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ସୂଚନାଥାଉ କି, ଋଷର ଏହି ଭାକ୍ସିନକୁ ଗାମାଲେୟା ନାସନାଲ ରିସର୍ଚ୍ଚ ସେଣ୍ଟର ଫଳ ଇପିଡେମିଲଜି ଏବଂ ମାଇକ୍ରୋବାଇଓଲଜି ତଥା ଋଷର ଡାଇରେକ୍ଟ ଇନ୍‌‌ଭେଷ୍ଟମେଣ୍ଟ ଫଣ୍ଡ (ଜଊଓୠ) ବିକସିତ କରିଛନ୍ତି ।

ଜଊଓୠ ର ସିିଇଓ କିରିଲ ଦମିତ୍ରିବ କହିଛନ୍ତି, ସ୍ପୁଟନିକ ଭି ଭାକ୍ସିନର ଟ୍ରାଏଲ ସଫଳ ହେଲେ ନଭେମ୍ବର ସୁଦ୍ଧା ଭାରତରେ ଏହି ଟିକା ଉପଲବ୍ଧ ହେବ ।
ଜଊଓୠ ସହ ଭାରତର ଅନ୍ୟ କେତେକ କମ୍ପାନୀ ସହ ଆଲୋଚନା ଚାଲିଛି । ଜଊଓୠ ଏକ ବୟାନରେ କହିଛି, ଜଊଓୠ ଏବଂ ଡ.ରେଡ୍ଡି ମଧ୍ୟରେ କଥାବାର୍ତ୍ତା ସରିଛି । ଏହି କାରବାର ପରେ ଋଷ ଓ ଭାରତ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ୍‌ ହେବ ।
ସୂଚନାଥାଉ କି, ଋଷର ଏହି ଟିକା ମାନବ ଶରୀରେ ପରୀକ୍ଷା କରାଯାଇଥିଲା । ଏହି ଟିକା ନେଇଥିବା ବ୍ୟକ୍ତିମାନେ ସୁରକ୍ଷିତ ଥିବା ଜଣାପଡ଼ିଛି ।

 

ଆହୁରି ପଢ଼ନ୍ତୁ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

You might also like