୯୧.୬ % ସୁରକ୍ଷିତ ଅଟେ ସ୍ପୁଟନିକ ଭି

ନୂଆଦିଲ୍ଲୀ: ଋଷ ନିର୍ମିତ କୋଭିଡ୍ ଟିକା ସ୍ଫୁଟନିକ ଭି ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଅପେକ୍ଷାରେ ରହିଛି। ଋଷରେ ସ୍ପୁଟନିକ ଭିର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସରିଛି। ଏହି ଟ୍ରାଏଲରେ ଜଣାପଡ଼ିଛି, ସ୍ପୁଟନିଭ ଭି କରୋନା ବିରୋଧରେ ଲଢିବା ପାଇଁ  ୯୧.୬ ପ୍ରତିଶତ ସୁରକ୍ଷିତ । ଏ ନେଇ ଗବେଷଣାତ୍ମକ ପତ୍ରିକା ଲାନସେଟ୍ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।

ଭାରତରେ ମଧ୍ୟ ଏହାର କ୍ଲିନିକାଲ ଟ୍ରାଏଲ ସଫଳ ହୋଇଛି। ଫେବ୍ରୁଆରୀ  କିମ୍ବା ମାର୍ଚ୍ଚ ସୁଦ୍ଧା ଏହାର ଜରୁରୀ କାଳୀନ ବ୍ୟବହାର ପାଇଁ ସ୍ୱୀକୃତି ମିଳିବ ବୋଲି ଆଶା ରଖିଛୁ ବୋଲି ଆରଡିଆଇଏଫର ସିଇଓ କିରିଲ ମିତ୍ରେଭି ମଙ୍ଗଳବାର ଏକ ପ୍ରେସ କନ୍ଫରେନ୍ସରେ କହିଛନ୍ତି।

ସ୍ପୁଟନିକ ଭି ଭାକ୍ସିନ ଋଷି୍ଆର ଗାମେଲିଆ ନାଶନାଲ ରିସର୍ଚ୍ଚ ସେଣ୍ଟର ଫର ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋଲଜି RDIF ସହ ମିଶି ଏହି ଭାକ୍ସିନ ପ୍ରସ୍ତୁତ କରିଛି। ହାଇଦ୍ରାବାଦ ଡ.ରେଡ୍ଡି ଲବୋରଟୋରୀ ମାଧ୍ୟମରେ ଭାରତରେ କ୍ଲିନିକାଲ ଟ୍ରାଏଲ କରାଯାଇଛି।

ସୂଚନାଥାଉ କି, ସ୍ପୁଟନିକ ଭି ଟିକାର ୯୧.୬ ପ୍ରତିଶତ ଉପାଦେୟତା ରହିଛି । ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୨୦ ହଜାର ବ୍ୟକ୍ତିଙ୍କ ଠାରେ ପରୀକ୍ଷଣ କରାଯାଇଥିଲା । ସେମାନଙ୍କୁ ଦୁଇ ଡୋଜ୍ ଟିକା ଦିଆଯାଇଥିଲା । ପୂର୍ବରୁ ଫାଇଜର ଓ ମଡର୍ଣ୍ଣା ଟିକାର ୯୦ ପ୍ରତିଶତରୁ ଅଧିକ ଉପାଦେୟତା ଥିବା ପ୍ରମାଣିତ ହୋଇଛି ।

ସ୍ପୁଟନିକ ଭି ଟିକାର ବ୍ୟବହାର ପାଇଁ ବେଲାରୁଷ, ଭେନଜୁଆଲା, ବଲିଭିଆ ଓ ଆଲଜେରିଆ ପଂଜୀକରଣ କରିଛନ୍ତି। ଭାରତରେ ଏବେ ସ୍ପୁଟନିକ ଭି ଟିକାର ତୃତୀୟ ପର୍ଯ୍ୟାୟ  ପରୀକ୍ଷଣ ଚାଲୁ ରହିଛି ।  ବିଭିନ୍ନ ବୟସ ବର୍ଗର ୧୬ଶହ ବ୍ୟକ୍ତିଙ୍କୁ ପରୀକ୍ଷାମୂଳକ ଭାବେ ଟିକା ଦିଆଯାଉଛି।

ସୂଚନାଥାଉ କି,ଓଡ଼ିଶାରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି। ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୧୬ରେ ଦେଶବ୍ୟାପୀ କରୋନା ଟିକାକରଣ ଆରମ୍ଭ ହୋଇଥିଲା।  ପ୍ରଥମେ ରାଜ୍ୟର ୧୬୧ଟି କେନ୍ଦ୍ରରେ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯାଇଥିଲା।  ଏଥିପାଇଁ ଓଡ଼ିଶାରେ କୋଭାକ୍ସିନ ଓ କୋଭିସିଲ୍‌ଡ ଟିକା ପ୍ରଦାନ କରାଯାଉଛି। ପ୍ରଥମ ଫେଜ୍‌ର ଟିକାକରଣ ୧୦ ତାରିଖ ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଫେବ୍ରୁଆରୀ ୧୫ରୁ ଦ୍ୱିତୀୟ ଫେଜ୍ ଡୋଜ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଏହି କ୍ରମରେ   ଓଡ଼ିଶାକୁ ଆଜି ୬୩ ହଜାର ୯୦ ଡୋଜ୍ କୋଭିସିଲ୍ଡ ଟିକା ଆସିଛି। ସେହିପରି ୮୩ ବଜାର ୫ ଶହ କୋଭାକ୍ସିନ ଟିକା ମଧ୍ୟ ଆସିଛି । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୮ ହଜାର ୨୦୫ ଜଣଙ୍କୁ ଟିକା ଦିଆଯାଇଛି  ଯାହା ୬୨ ପ୍ରତିଶତ ।

You might also like