ଭାରତ ସହ ଋଷର ବଡ଼ ଡିଲ ! ମାଗଣାରେ ଦେବ ‘ସ୍ପୁଟନିକ ଭି’ ଟିକା ପ୍ରସ୍ତୁତ କରିବାର ଫର୍ମୁଲା

ଗୋଟିଏ ପଟେ ଆମେରିକାର ସିଭିଲ ସୋସାଇଟି ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିକଟରେ ଦାବି କରିଛି ଯେ, ଏକ ‘ଗ୍ଲୋବାଲ ଟିକା ଉତ୍ପାଦନ କାର୍ଯ୍ୟକ୍ରମ’ ଆରମ୍ଭ କରାଯାଉ। ଯେଉଁଥିରେ ଟିକା ସମ୍ବନ୍ଧୀୟ ଟେକ୍ନୋଲୋଜିକୁ ସମସ୍ତଙ୍କ ସହ ସେୟାର କରିହେବ। ଖାଲି ସେତିକି ନୁହେଁ  କମ୍ପାନୀ ଏବଂ ସରକାରଙ୍କୁ ଏଥିପାଇଁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ। ଅନ୍ୟପଟେ ଋଷ ପୁଣିଥରେ ଘୋଷଣା କରିଛି ଯେ କୋଭିଡ ଟିକା ଉତ୍ପାଦନ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଏବଂ ଟେକ୍ନୋଲୋଜି ସେୟାର କରିବାକୁ ପ୍ରସ୍ତୁତ। ଋଷ ଆହୁରି କହିଛି ଯେ, ଭାରତ, ଚୀନ୍ ସମେତ ଅନ୍ୟ ସହଯୋଗୀ ଦେଶମାନକୁ ସେ ଟିକା ଉତ୍ପାଦନର ତରିକା ସେୟାର କରିବ।

ନିକଟରେ ଭାରତର ସ୍ୱାସ୍ଥ୍ୟ ଏଜେନ୍ସି ‘ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ’ (ଡିସିଜି) ଋଷର ସ୍ପୁଟ୍‌ନିକ୍-ଭି କୋଭିଡ୍ ଟିକା ଦେଶରେ ବ୍ୟବହାର କରିବାକୁ ଅନୁମତି ଦେଇଛି। ଏହି ଘୋଷଣା ପରେ ହିଁ ଋଷ ଟିକା ଉତ୍ପାଦନ ତଥା ବିଶ୍ୱସ୍ତରରେ ସପ୍ଲାଇ କରିବା ଦିଗରେ ଆଉ ପାଦେ ଆଗକୁ ବଢ଼ିଛି। ଏନେଇ ‘ରସିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ’ ଏଜେନ୍ସି କହିଛି ଯେ ସ୍ପୁଟ୍ନିକ୍ ଭି କରୋନା ଟିକାକୁ ଅନୁମତି ଦେଇଥିବା ଦେଶମାନଙ୍କ ମଧ୍ୟରେ ଭାରତର ସ୍ଥାନ ହେଉଛି ୬୦୯।

Sputnik v

‘ରସିଆନ ହାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ’ର ସିଇଓ କହିଛନ୍ତି ଯେ ଆମ ଓଂସ୍ଥା ଭାରତର ବଡ଼ ବଡ଼ ଫାର୍ମା କମ୍ପାନୀ ସହ ପାର୍ଟନରସିପ୍ କରିସାରିଛି। ଏହି କମ୍ପାନୀମାନେ କେବଳ ଭାରତ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରିବେ ତାହା ନୁହେଁ, ଏମାନେ ପୁରା ବିଶ୍ୱକୁ ଭ୍ୟକ୍ସିନ ବାଣ୍ଟିବାର ଦାୟିତ୍ୱ ମଧ୍ୟ ନେବେ। ଭାରତରେ ପ୍ରତିବର୍ଷ ୮୫୦ ନିୟୁତ ଡୋଜ୍ ପ୍ରସ୍ତୁତ କରାଯିବ। ଯାହା ବିଶ୍ୱର ପ୍ରାୟ ୪୨୫ ମିଲିୟନ ଲୋକଙ୍କ ଟିକାକରଣ ପାଇଁ ଯଥେଷ୍ଟ ହେବ।

ଆରଡିଆଇଏଫ୍ ସିଇଓ କିରିଲ ଡିମିଟ୍ରିଭ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆମ ଟିକା ଦଶଟି ଦେଶର ୨୦ଟି ଟିକା ଉତ୍ପାଦନ ସଂସ୍ଥା ସହ ସହଭାଗିତାରେ ଅଛି। ସେମାନଙ୍କ ମଧ୍ୟରେ ଗ୍ଲାଣ୍ଡ ଫାର୍ମା, ହେଟେରୋ ବାୟୋଫାର୍ମା, ପେନେସିଆ ବାୟୋଟେକ, ଷ୍ଟେଲିସ୍ ବାୟୋଫର୍ମା, ବିରଚୋ ବାୟୋଟେକ ଭଳି ଭାରତୀୟ କମ୍ପାନୀ ସାମିଲ ରହିଛି। ଏହି କମ୍ପାନୀମାନେ ଆଡିଆଇଏଫ୍ ସହିତ ମିଶି ଟିକା ଉତ୍ପାଦନ କରିବେ। ଭାରତରେ ପ୍ରତି ବର୍ଷ ଅତି କମରେ ୫୦ ମିଲିୟନ ଟିକା ଉତ୍ପାଦନ କରିବାର ଲକ୍ଷ ରଖାଯାଇଛି। କିନ୍ତୁ ଆସନ୍ତା ଦୁଇରୁ ତିନି ମାସ ମଧ୍ୟରେ ସ୍ପୁଟ୍ନିକ୍ ଭି କରୋନା ଟିକା ଉତ୍ପାଦନ ବହୁଗୁଣିତ ହେବାକୁ ଯାଉଛି।

You might also like