ଗୋଟିଏ ଦିନ ପରେ ଲଞ୍ଚ୍‌ ହେବ କରୋନା ଭାକ୍ସିନ୍‌; ପ୍ରଥମେ କିଏ ନେବ ଜାଣନ୍ତି

ନୂଆଦିଲ୍ଲୀ: ଦିନକ ପରେ ଲଞ୍ଚ ହେବ ଦୁନିଆର ପ୍ରଥମ କରୋନା ଭାକ୍ସିନ । ଏହି ଭାକ୍ସିନ ପ୍ରଥମେ ଲଞ୍ଚ କରିବ ଋଷ। ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଗଷ୍ଟ ୧୨ ତାରିଖ ଏହି ଭାକ୍ସିନ ଲଞ୍ଚ କରିବ ବୋଲି ପୂର୍ବରୁ ରେଜିଷ୍ଟ୍ରେସନ କରିଥିଲା। ଯଦି ସବୁକିଛି ଠିକ୍‌ଠାକ୍‌ ରୁହେ ଏବଂ ଭାକ୍ସିନକୁ ରେଗୁଲେଟରୀ ଆପ୍ରୁଭାଲ ମିଳେ ତେବେ ଏହା ହେବ ବିଶ୍ୱର ପ୍ରଥମ କୋଭିଡ-୧୯ ଭାକ୍ସିନ ।

ବର୍ତ୍ତମାନ ସୁଦ୍ଧା ବିଶ୍ୱର କୌଣସି ଦେଶ ଭାକ୍ସିନ ପ୍ରସ୍ତୁତି କରିବାରେ ସଫଳ ହୋଇ ନ ଥିବାବେଳେ ଋଷକୁ ଏହି ସଫଳତା ମିଳିଛି। ପ୍ରଥମେ ଏହି ଭାକ୍ସିନ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦେବ ବୋଲି ନିଷ୍ପତ୍ତି ନେଇଛି ମସ୍କୋ।  ଏହା ପରେ ବୟସ୍କମାନଙ୍କୁ ଦିଆଯିବ। ତେବେ ଏହି ଭାକ୍ସିନ ଅଧିକରୁ ଅଧିକ ଉତ୍ପାଦନ ସେପ୍ଟେମ୍ବରରୁ ଆରମ୍ଭ ହେବ।

ଋଷ ଏହି ଭାକ୍ସିନ ଫିଲିପାଇନନ୍ସକୁ ଦେବା ପାଇଁ ଅଫର ଦେଇଥିଲା। ଫିଲିପାଇନ୍ସ ରାଷ୍ଟ୍ରପତି ଏହି ଅଫରକୁ ସ୍ୱୀକାର କରିବା ସହ ପ୍ରଥମେ ନିଜେ ନେବେ ବୋଲି କହିଛନ୍ତି। ‘ ଭାକ୍ସିନ ଆସିଲେ ପ୍ରଥମେ ସମସ୍ତଙ୍କ ସାମ୍ନାରେ ମୁଁ ଏହି ଭାକ୍ସିନ ନେବାକୁ ଚାହିଁବି। ପ୍ରଥମେ ମୋ ଉପରେ ପରୀକ୍ଷା କରାଯାଉ। ମୋର କିଛି ବି ଆପତ୍ତି ନାହିଁ’ ବୋଲି ସେ କହିଛନ୍ତି।

ଯାହା ବି ହେଉ, ଋଷର ଏହି ଭାକ୍ସିନ ଉପରେ ବିଶ୍ୱବାସୀଙ୍କ ନଜର ରହିଛି। କରୋନା ମୁକାବିଲା ନେଇ ଏହି ଭାକ୍ସିନ ସମସ୍ତଙ୍କର ଆଶା ବଢାଇଛି।

 

ଆହୁରି ପଢ଼ନ୍ତୁ

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

You might also like