ଋଷର ଘୋଷଣା-ସେପ୍ଟେମ୍ବର ସୁଦ୍ଧା ପର୍ଯ୍ୟାପ୍ତ ଭାବେ ଉପଲବ୍ଧ ହେବ କରୋନା ଟିକା

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ସାରା ବିଶ୍ୱ ଅଣ୍ଟା ଭିଡିଛି। ଔଷଧ ଓ ଭାକ୍ସିନ ତିଆରି ପାଇଁ ସମସ୍ତେ ଲାଗିଛନ୍ତି। ତେବେ ସମସ୍ତଙ୍କୁ ପଛରେ ପକାଇ ଋଷ ପ୍ରଥମ ଟିକା ବାହାର କରିଛି ବୋଲି ଦାବି କରିଛି। ଏହି ଟିକା ଅଗଷ୍ଟ ସୁଦ୍ଧା ଉପଲବ୍ଧ ହେବ। ରୋଗୀମାନ ଏହାକୁ ବ୍ୟବହାର କରିପାରିବେ ବୋଲି ଏହି ଟିକା ବାହାର କରିଥିବା  ଋଷ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଅଳ୍ପ ଲୋକଙ୍କ ଉପରେ ଏହି ଟିକାର ପରୀକ୍ଷଣ କରାଯାଇଥିଲା ଏବଂ ଏହା ରୋଗୀଙ୍କ ପାଇଁ ସୁରକ୍ଷିତ ବୋଲି ପରୀକ୍ଷଣ ପରେ ଜଣାପଡ଼ିଛି। ମସ୍କୋର  ସେଚେନୋଭ୍ ବିଶ୍ୱବିଦ୍ୟାଳୟ (Sechenov First Moscow State Medical University)  ୩୮ ଜଣ ସ୍ୱେଚ୍ଛାସେବୀଙ୍କ ଉପରେ ଏହାର କ୍ଲିନିକାଲ ଟ୍ରାଏଲ କରିଥିଲା।  ଏଥି ସହିତ, ରୁଷ ସେନା ମଧ୍ୟ ସମାନ୍ତରାଳ ଭାବେ ଏହାର ପରୀକ୍ଷଣ ସରକାରୀ ଗମାଲାଇ ଜାତୀୟ ଗବେଷଣା କେନ୍ଦ୍ରରେ ଦୁଇ ମାସ ଶେଷ କରିଥିଲେ।

ଏହି କେନ୍ଦ୍ରର ମୁଖ୍ୟ ଅଲେଜାଣ୍ଡର ଜିଣ୍ଟସ୍‌ବର୍ଗ ସରକାରୀ ନିଉଜ୍‌ ଏଜେନ୍ସ ଟାସ୍‌ (TASS)କୁ ସୂଚନା ଦେଇ କହିଛନ୍ତି, ଅଗଷ୍ଟ ୧୨ରୁ ୧୪ ତାରିଖ ମଧ୍ୟରେ ଉପଲବ୍ଧ ହେବ। ଘରୋଇ କମ୍ପାନୀମାନେ ସେପ୍ଟେମ୍ବର ସୁଦ୍ଧା ବିପୁଳ ପରିମାଣର ଭାକ୍ସିନ ପ୍ରଡକ୍ସନ ଆରମ୍ଭ କରିଦେବେ।

ଆହୁରି ପଢ଼ନ୍ତୁ: ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଗମଲେଇ ସେଣ୍ଟର ମୁଖ୍ୟଙ୍କ କହିବା ଅନୁଯାୟୀ, ଭାକ୍ସିନର ହ୍ୟୁମାନ ଟ୍ରାଏଲ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ପ୍ରମାଣିତ ହୋଇଛି। ଅଗଷ୍ଟରେ ଯେତେବେଳେ ରୋଗୀଙ୍କୁ ଭାକ୍ସିନ ଦିଆଯିବ ସେତେବେଳେ ଏହାର ୩ୟ ପର୍ଯ୍ୟାୟ ଟ୍ରାଏଲ ହେବ। ତାଙ୍କର କହିବା ଅନୁଯାୟୀ ଗୋଟିଏ ଟିକା କେତେ ସୁରକ୍ଷିତ ତାହା ୨ୟ ପର୍ଯ୍ୟାୟରେ ଜଣା ପଡ଼ି ଯାଇଥାଏ। ୩ୟ ପର୍ଯ୍ୟାୟରେ ଏହା ଅଧିକ ଲୋକଙ୍କ ପାଖରେ ପରୀକ୍ଷଣ କରାଯିବ।

ଏହି ଅନୁଷ୍ଠାନ କରୋନା ଟିକାର ପରୀକ୍ଷଣ ଜୁନ୍‌ ୧୮ ତାରିଖରୁ ଆରମ୍ଭ କରିଥିଲା। ଜୁନ୍ ୧୮ରୁ ୨ଟି ପର୍ଯ୍ୟାୟରେ ଏହି ସମ୍ଭାବ୍ୟ ଟିକାର କ୍ଲିନିକାଲ୍ ଟ୍ରାଏଲ୍ ସେଚେନୋଭ୍ ଫାଷ୍ଟ୍ ମସ୍କୋ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟିରେ ହୋଇଥିଲା। ଜୁନ୍ ୧୮ରେ ୧୮ ଜଣ ଓ ଜୁନ୍ ୨୩ରେ ୨୦ ଜଣ ସ୍ୱେଚ୍ଛାସେବୀ ଏହି କ୍ୟାଣ୍ଡିଡେଟ୍ ଭ୍ୟାକସିନ୍ ନେଇଥିଲେ। ସେମାନଙ୍କ ଠାରେ ଏହା ସୁରକ୍ଷିତ ପ୍ରମାଣିତ ହେବା ପରେ ଆସନ୍ତା ବୁଧବାର ପ୍ରଥମ ସ୍ୱେଚ୍ଛାସେବୀ ଦଳଙ୍କୁ ଡିସଚାର୍ଜ କରାଯିବ ଓ ଦ୍ୱିତୀୟ ଦଳ ଜୁଲାଇ ୨୦ରେ ଡିସ୍‌ଚାଜଆ ହେବେ।

ସୂଚନାଥାଉ କି, ଆମେରିକା, ବ୍ରାଜିଲ ଏବଂ ଭାରତ ପରେ ଋଷରେ ସବୁଠାରୁ ବେଶି କରୋନା ରୋଗୀ। ଋଷ ସରକାରଙ୍କ ପକ୍ଷରୁ ୫୦ରୁ ଅଧିକ ଭିନ୍ନ ଭିନ୍ନ ଟିକା ଉପରେ ଗବେଷଣା କରଯାଉଥିଲା।

You might also like