ଖୁବ୍‌ ଶୀଘ୍ର ସୋଶାଲ ମିଡିଆର ଅପବ୍ୟବହାର ଉପରେ ଲାଗିବ ରୋକ

ନୂଆଦିଲ୍ଲୀ: ଅନେକ ସମୟରେ ସୋଶାଲ ମିଡିଆରେ ଘୃଣା ମନ୍ତବ୍ୟ, ଫେକ୍‌ ନ୍ୟୁଜ, ଦେଶ ବିରୋଧୀ କାର୍ଯ୍ୟ ଓ ଅନ୍ୟକୁ ଅପମାନିତ କରିବା ଭଳି ମନ୍ତବ୍ୟ ପୋଷ୍ଟ କରାଯାଉଛି। ଏସବୁ ଉପରେ ରୋକ ଲଗାଇବା ପାଇଁ ୨୦୨୦ ଜାନୁଆରୀ ୧୫ ତାରିଖ ସୁଦ୍ଧା କେନ୍ଦ୍ର ସରକାର ନୂଆ ଆଇନ୍‌ ପ୍ରଣୟନ କରିବେ। ଅର୍ଥାତ୍‌ ସୋଶାଲ ମିଡିଆର ଅପବ୍ୟବହାର ଉପରେ ଏଣିକି ରୋକ ଲାଗିବ।

ଏନେଇ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟଙ୍କୁ ଏସମ୍ପର୍କରେ ଅବଗତ କରାଇଛନ୍ତି। ଅନ୍ୟପକ୍ଷରେ ସୋଶାଲ ମିଡିଆର ଅପବ୍ୟବହାର ରୋକିବା ପାଇଁ ବମ୍ବେ, ମାଡ୍ରାସ ଓ ମଧ୍ୟପ୍ରଦେଶ ହାଇକୋର୍ଟରେ ଆଗତ ହୋଇଥିବା ଏକାଧିକ ମାମଲାକୁ ସୁପ୍ରିମକୋର୍ଟ ନିଜ ପାଖକୁ ନେଇ ଆସିଛନ୍ତି। କେନ୍ଦ୍ର ସରକାର ଜାନୁଆରୀ ୧୫ ସୁଦ୍ଧା ସୋଶାଲ ମିଡିଆର ଅପବ୍ୟବହାରକୁ ରୋକିବା ପାଇଁ ନୂଆ ନିୟମ ପ୍ରଣୟନ କରି ସାରିବା ପରେ ଶେଷ ସପ୍ତାହରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବେ। ସେହିପରି ଫେସବୁକ ଓ ଟ୍ୱିଟରକୁ ସରକାର ତଥ୍ୟ ମାଗୁଥିବା ବେଳେ କାହିଁକି ଏଥିରେ ସଂସ୍ଥା ରାଜି ହେଉନାହିଁ ତା’ ମଧ୍ୟ ଶୁଣାଣି ସୁପ୍ରିମକୋର୍ଟ କରିବେ।

ସୁପ୍ରିମକୋର୍ଟ ଆଜି ଶୁଣାଣି ବେଳେ ରେଜିଷ୍ଟାରଙ୍କୁ କହିଛନ୍ତି ଯେ ସୋଶାଲ ମିଡିଆ ସମ୍ପର୍କିତ ବିଭିନ୍ନ କୋର୍ଟରେ ଚାଲିଥିବା ମାମଲାର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ଏବେ ସୋଶାଲ ମିଡିଆର ଅପବ୍ୟବହାର ସମ୍ପର୍କିତ ସମସ୍ତ ଆବେଦନ ସୁପ୍ରିମକୋର୍ଟରେ ଶୁଣାଣି ହେବ।

ଫେସବୁକ ଓ ଟ୍ୱିଟର ଭଳି ସୋଶାଲ ମିଡିଆ ପ୍ଲାଟଫର୍ମରେ ଅନେକ ସମୟରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ଫଟୋ ଏବଂ ନାଁକୁ ବ୍ୟବହାର କରି ଅପପ୍ରଚାର କରିବାରେ ଲାଗି ପଡ଼ୁଛନ୍ତି।  ଏପରି କି ସୋଶାଲ ମିଡିଆରେ ଥିବା ଫଟୋର ମଧ୍ୟ ଅପବ୍ୟବହାର କରାଯାଉଛି। ଏହାକୁ ରୋକିବା ପାଇଁ ଫେସବୁକ ସହ ଆଧାର କାର୍ଡ ଲିଙ୍କ କିମ୍ବା ପରିଚୟପତ୍ର ଲିଙ୍କ କରିବାକୁ ଦାବି ହୋଇଥିଲା।

ଏନେଇ ପ୍ରଥମେ ତାମିଲନାଡୁ ପରେ ବମ୍ବେ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରେ ଆବେଦନ ହୋଇଥିଲା। ଭିନ୍ନଭିନ୍ନ ହାଇକୋର୍ଟରେ ମାମଲା ରୁଜୁ ହୋଇଥିବାରୁ ଏହାକୁ ଏକତ୍ର ଶୁଣାଣି କରିବାକୁ ନିବେଦନ କରି ଫେସବୁକ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରାଯାଇଥିଲା।

ପ୍ରଥମେ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଥିଲେ। ହେଲେ ଏବେ ପୁଣିଥରେ ଆବେଦନ ହେବାରୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ଜବାବ ତଲବ କରିଥିଲେ। କେନ୍ଦ୍ର ମଧ୍ୟ ସୋଶାଲ ମିଡିଆ ଅପବ୍ୟବହାରକୁ ରୋକିବା ପାଇଁ ନୂଆ ନିୟମ ପ୍ରଣୟନ କରିବାକୁ ରାଜି ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଆସନ୍ତା ବର୍ଷ ଇସ୍ରୋ ଛାଡ଼ିବ ଚନ୍ଦ୍ରଯାନ-୩

ରାଫେଲ୍‌ ମାମଲାର ରିଭ୍ୟୁ ପିଟିସନ୍‌ ସୁପ୍ରିମ୍‌କୋର୍ଟରେ ଖାରଜ: କେନ୍ଦ୍ର ସରକାର ଆଶ୍ୱସ୍ତ

ଆତଙ୍କବାଦୀଙ୍କୁ ଦେଶର ହିରୋ କହିଲେ ମୁସାରଫ

ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

କୋର୍ଟ ଅବମାନନା ମାମଲା; ‘ଚୌକିଦାର ଚୌର ହୈ’ ପାଇଁ ରାହୁଲଙ୍କୁ ଚେତାବନୀ ଦେଲେ ସୁପ୍ରିମ୍‌କୋର୍ଟ

ସାବରୀମାଲା ମାମଲା ଶୁଣାଣି କରିବେ ୭ ଜଣିଆ ଖଣ୍ଡପୀଠ

ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ

ଅଯୋଧ୍ୟା ବିବାଦ: ମୁସଲିମ୍‌ ପକ୍ଷ କହିଲେ ଜମି ନେବୁ ତ ସେଇଠି

ବିଜେପି, ଶିବସେନା କଳିକୁ ନେଇ ଏମିତି କହିଲେ ଅମିତ ଶାହ

୧୧ ଲକ୍ଷ ଟଙ୍କାର ଯୌତୁକ ଆଡେଇ ଦେଲେ, ନେଲେ ୧୧ ଟଙ୍କା

ଆଇସିଜେ ଛାଟ; କୁଳଭୂଷଣଙ୍କ ପାଇଁ ଆର୍ମି ଆଇନ୍‌ ପରିବର୍ତ୍ତନ କଲା ପାକିସ୍ତାନ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ହେବ RTI ପରିସରଭୁକ୍ତ

You might also like