ମୋଦୀ ଭାରତୀୟ ତ ? ଆର୍‌ଟିଆଇ ଦ୍ୱାରା ମଗାଗଲା ତଥ୍ୟ

ଥ୍ରୀସୁର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମଦୀ ଭାରତୀୟ ତ ?  ଏ ପ୍ରଶ୍ନ ଆମର ନୁହଁ। ଏହାର ଉତ୍ତର ଜାଣିବାକୁ ଚାହିଁଛନ୍ତି କେରଳର ଜୋଶ କାଲ୍ଲୁଭେଟ୍ଟିଲ। ପ୍ରଧାନମନ୍ତ୍ରୀ ଭାରତୀୟ କି ନା  ସେ ନେଇ ତାଙ୍କ ମନରେ ପ୍ରଶ୍ନ ଉଠିଛି। ତେଣୁ ସତ୍ୟତା ଜାଣିବା ପାଇଁ ସେ ସୂଚନା ଅଧିକାର ଆଇନ୍‌ ବଳରେ ତଥ୍ୟ ମାଗିଛନ୍ତି। ସେ ନିଜର ଆବେଦନକୁ କେରଳ ସୂଚନା ବିଭାଗ ନିକଟରେ ଉପସ୍ଥାପନ କରିଛନ୍ତି।

 ଛାଲାକୁଡିରେ ରହୁଥିବା ଜୋଶ କାଲ୍ଲୁଭେଟ୍ଟିଲ ନାମକ ଜଣେ ବ୍ୟକ୍ତି ଜାନୁଆରୀ ୧୩ ତାରିଖରେ ଏଭଳି ଆବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ନାଗରିକ ବୋଲି ଦସ୍ତାବିଜ ଆକାରରେ ପ୍ରମାଣ ଦିଅନ୍ତୁ ବୋଲି ସେ ନିଜ ଆବେଦନରେ ଦର୍ଶାଇଛନ୍ତି।

ଏବେ ସାରା ଦେଶରେ ସିଏଏକୁ ନେଇ ଆନ୍ଦୋଳନ ଚାଲିଛି। ଏଥିସହ ଏନପିଆର ମଧ୍ୟ ଏପ୍ରିଲ ୧ରୁ ଆରମ୍ଭ ହେବ। ଏହାକୁ ଜୋର୍‌ଦାର ବିରୋଧ କରୁଛି କେରଳର ପିନୟରାୟୀ ବିଜୟନଙ୍କ ସରକାର। ଏଥିପାଇଁ ହୁଏତ ବ୍ୟକ୍ତି ଜଣକ ବ୍ୟାଙ୍ଗାତ୍ମକ ଭାବେ ସରକାରଙ୍କୁ ଟାର୍ଗେଟ୍ କରିବା ପାଇଁ ଏପରି ଆବେଦନ କରିଥାଇପାରନ୍ତି ବୋଲି କୁହାଯାଉଛି।

You might also like