ରାଜନୀତି ସହ ଆର୍‌ଏସ୍‌ଏସ୍‌ର କୌଣସି ସମ୍ପର୍କ ନାହିଁ: ମୋହନ ଭାଗବତ

ମୁରାଦାବାଦ: ଆର୍‌ଏସ୍‌ଏସ୍‌(ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ)ର ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ। ଏହା କେବଳ ଦେଶର ସଂସ୍କୃତି, ନୈତିକତା ଓ ମାନବୀୟ ମୂଲ୍ୟବୋଧ ପାଇଁ କାର୍ଯ୍ୟ କରିଥାଏ। ଶନିବାର ଉତ୍ତର ପ୍ରଦେଶର ମୁରାଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ। ସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ  ବର୍ତ୍ତମାନ ମୋହନ ଭାଗବତ ୪ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି।

ମୁରାଦାବଦର ଏକ ପଡ଼ିଆରେ ଆୟୋଜିତ ଏକ ବିଶାଳ ଜନସମାଗମକୁ ସମ୍ବୋଧନ କରି ଭାଗବତ କହିଛନ୍ତି, ସବୁ କ୍ଷେତ୍ରର ଲୋକେ ସଂଗଠନ ସହି ଯୋଡ଼ି ହୋଇ ରହିଛନ୍ତି। ସେହିଭଳି କିଛି ରାଜନୀତିରେ ମଧ୍ୟ ଅଛନ୍ତି। “ ନିର୍ବାଚନର ଅର୍ଥ ଆମ ପାଇଁ କିଛି ନୁହେଁ। ବିଗତ ୬୦ ବର୍ଷ ଧରି ଆମେ ଦେଶର ମୂଲ୍ୟବୋଧକୁ କାଏମ ରଖିବାକୁ କାମ କରୁଛୁ।” ବୋଲି ଭାଗବତ କହିଥିଲେ। ଏଥିସହିତ ଆରଏସ୍‌ଏସ୍‌ ବିଜେପିର ରିମୋଟ କଣ୍ଟ୍ରୋଲର୍ କଥାକୁ ଅସ୍ୱୀକାର କରିଛନ୍ତି ଭାଗବତ। ଏହି ସଂଗଠନ ୧୩୦ କୋଟି ଦେଶବାସୀଙ୍କ ପାଇଁ କାମ କରୁଛି ବୋଲି ମୋହନ ଭାଗବତ କହିଛନ୍ତି।

ସଂଗଠନକୁ ଆଦର୍ଶ ବର୍ଣ୍ଣନା କରିବାକୁ ଯାଇ ଭାଗବତ କହିଥିଲେ, ଯିଏ ଶାଖାକୁ ଆସୁ ନାହିଁ କିନ୍ତୁ ଜାତୀୟ ଏକତା ଯଦି ତାହାର ଆଦର୍ଶ ତେବେ ସିଏ ମଧ୍ୟ ଜଣେ ଆରଏସ୍‌ଏସ୍‌ କାର୍ଯ୍ୟକର୍ତ୍ତା। ବିନୋବା ଭାବେଙ୍କର ଉଦାହରଣ ଦେଇ ଭାଗବତ କହିଥିଲେ, ଦେଶର ଅନେକ ବୁଦ୍ଧିଜୀବ ଅଛନ୍ତି ଯେଉଁମାନେ ସଂଗଠନର ନାହାନ୍ତି, କିନ୍ତୁ ଆମ ଆଦର୍ଶ ସହିତ ସେମାନଙ୍କର ଆଦର୍ଶ ମେଳଖାଏ। ଆଉ ଏହା ହିଁ ଆମ ସଫଳତା ବୋଲି କହିଥିଲେ ଭାଗବତ।

୧୯୫ ମସିହାରେ ବହୁତ କମ୍ ଲୋକଙ୍କୁ ନେଇ ଆର୍‌ଏସ୍‌ଏସ୍ ଗଠିତ ହୋଇଥିଲା। ଆଜି ଏହା ୧.୩ ଲକ୍ଷ ଶାଖା ବିଶିଷ୍ଟ ଏକ ସଂଗଠନରେ ପରିଣତ ହୋଇପାରିଛି। ତାଙ୍କର ଏକ ଘଣ୍ଟିଆ ଭାଷଣରେ ସେ କହୁ କହୁ କହିପକାଇଥିଲେ ଯେ ପୂର୍ବଜ ହିନ୍ଦୁ ଥିବାରୁ ସବୁ ଭାରତୀୟ ହେଉଛନ୍ତି ହିନ୍ଦୁ। କିନ୍ତୁ ସିଏଏ ଓ ଏନ୍‌ଆର୍‌ସିକୁ ନେଇ ସେ କୌଣସି ମନ୍ତବ୍ୟ ଦେଇ ନଥିଲେ।

 

 

 

You might also like