ବଜେଟ୍‌-୨୦୨୦; ପର୍ଯ୍ୟଟନ ସହରରେ ପ୍ରତିଷ୍ଠା ହେବ ମ୍ୟୁଜିୟମ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିମଳା ସୀତାରମଣ ଚଳିତ ଆର୍ଥକ ବର୍ଷର ପୂର୍ଣ୍ଣଙ୍ଗ ବଜେଟ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି। ବଜେଟ୍‌ରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ସହ ପର୍ଯ୍ୟଟନକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ବଜେଟ୍‌ରେ ୫ଟି ଆଇକନିକ ପର୍ଯ୍ୟଟନ କ୍ଷେତ୍ରରେ ମ୍ୟୁଜିୟମ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

ଏହାବ୍ୟତୀତ ଝାଡ଼ଖଣ୍ଡ ରାଞ୍ଚିରେ ପ୍ରତିଷ୍ଠା ହେବ ଜନଜାତି ସଂଗ୍ରହାଳୟ। ସେହିପରି ଅହମ୍ମଦାବାଦରେ ପ୍ରତିଷ୍ଠା ହେବ ସାମୁଦ୍ରିକ ସଂଗ୍ରହାଳୟ।
ଏଥର ବଜେଟ୍‌ରେ ପର୍ଯ୍ୟଟନ କ୍ଷେତ୍ର ପାଇଁ ୨୫୦୦ କୋଟି ବ୍ୟୟବରାଦ କରାଯାଇଛି।

ସେହପରି ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦେଇ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ହେଲ୍‌ଥ ସେକ୍ଟର ପାଇଁ ଚଳିତ ଆର୍ଥିକ ବର୍ଷରେ ଅର୍ଥମନ୍ତ୍ରୀ ୬୯ ହଜାର କୋଟିର ବଜେଟ ରଖିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ୬ ହଜାର ୪୦୦ କୋଟି ଟଙ୍କା ମଧ୍ୟ ରହିଛି।

ଜନଆରୋଗ୍ୟ ଯୋଜନା ଅନୁଯାୟୀ ୨୦ ହଜାରରୁ ଅଧିକ ଡାକ୍ତରଖାନା ପ୍ୟାନେଲ୍‌ରେ ରହିଛି। ଏହାକୁ ବଢାଇବା ପାଇଁ ଅର୍ଥମନ୍ତ୍ରୀ କହିଛନ୍ତି। ଏଥିସହିତ ରୋଗୀଙ୍କୁ ଶସ୍ତାରେ ଔଷଧ ଯୋଗାଇ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି।

 

You might also like