ଜୟଲଳିତାଙ୍କ ସମ୍ପତ୍ତିର ମୂଲ୍ୟକୁ ନେଇ ବିବାଦ: ୧୮୮ କୋଟି ନା ୯୧୩ କୋଟି

ଚେନ୍ନାଇ:ତାମିଲନାଡୁର ଦିବଗଂତ ପୂର୍ବତନ ମୁଖ୍ୟମନ୍ତ୍ରୀ  ଜୟଲଳିତାଙ୍କ ସମ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ । ପ୍ରକୃତରେ କେତେ ସମ୍ପତ୍ତିର ଅଧିକାରୀ ଥିଲେ ଜୟଲଳିତା ? ୧୮୮ କୋଟିର ନା ୯୧୩ କୋଟିର ?   ନିଜ ସମ୍ପତ୍ତିକୁ ନେଇ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଜୟଲଳିତା ।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଉତ୍ତରାଧିକାରୀ କିଏ ସେ ନେଇ ତ ନିଷ୍ପତ୍ତି ହୋଇଗଲା। ହେଲେ ତାଙ୍କ ସମ୍ପତ୍ତିର ଉଚିତ ମୂଲ୍ୟ କେତେ ଏହାକୁ ନେଇ ମାଡ୍ରାସ ହାଇକୋର୍ଟରେ ମାମଲା ବିଚାରାଧୀନ ଅଛି। ଜୟଲଳିତାଙ୍କ ଆଇନ ସମ୍ମତ ଉତ୍ତାଧିକାରୀ ଜେ ଦୀପା  ଏବଂ ଜେ ଦୀପକଙ୍କ କହିବା ଅନୁଯାୟୀ, ତାଙ୍କ ଆଣ୍ଟି (ଜୟଲଳିତା)ଙ୍କ ସମ୍ପତ୍ତିର ମୂଲ୍ୟ ୧୮୮ କୋଟି ଟଙ୍କା । ଅନ୍ୟପକ୍ଷେ ଏଆଇଏଡିଏମକେର ଯେଉଁ ଦୁଇ ପଦାଧିକାରୀ କ୍ଷମତାକୁ ଆସିବା ପାଇଁ ଚାହୁଁଥିଲେ, ସମାନେ ଅଦାଲତକୁ  ଜୟଲଳିତାଙ୍କ ସମ୍ପତି ୯୧୩.୧୩ ବୋଲି କହିଛନ୍ତି।

ଏହି ଦୁଇ ନେତା କହିଛନ୍ତି, ଜୟଲଳିତାଙ୍କ ସମ୍ପତିର ମୂଲ୍ୟ ୧୦୦୦ କୋଟରୁ ଅଧିକ ହେବ। ୯୦୦ ଏକରରେ ଥିବା  ଜୟଲଳିତାଙ୍କ କୋଡାନାଡା ଇଷ୍ଟେଟ୍ ଯାହାକୁ ସେ ୧୯୯୨ରେ କିଣି ଥିଲେ ତାହାର ଦାମ୍‌ ଏବେ ମୂଳର ଦୁଇ ଗୁଣ ହୋଇଗଲାଣି। ସେହିପରି ୧୯୯୬ରେ  ଥିବା ସୁନା ଓ ହୀରା ଗହଣାର ଦାମ ଥିଲା ୫.୫୩ କୋଟି ଟଙ୍କାର।

You might also like