କୃଷି ଭିତ୍ତିଭୂମି ନିର୍ମାଣ ଲାଗି ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା: ବଦଳିବ ଏହି ଆଇନ୍‌

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜ୍‌ର ତୃତୀୟ ପର୍ୟ୍ୟାୟରେ ଆଜି ଫୋକସରେ ଥିଲା କୃଷି, ଗୋପାଳନ, ମତ୍ସ୍ୟ ଚାଷ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର।

ଚାଷୀଙ୍କ ଆୟ ବଢ଼ାଇବା ଉଦ୍ଦେଶ୍ୟରେ କୃଷି ଭିତ୍ତିଭୂମି ନିର୍ମାଣ ଲାଗି ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ସେହିପରି ଅସଂଗଠିତ କ୍ଷେତ୍ରରେ ଲଘୁ ଖାଦ୍ୟ ଉଦ୍ୟୋଗଗୁଡ଼ିକର ଆଧୁନିକୀକରଣ ଏବଂ ମାର୍କେଟିଂ ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା କରାଯାଇଛି।

ମାଛ ଚାଷକୁ ପ୍ରୋତ୍ସାହନ ଦେବା ଲାଗି ପ୍ରଧାନମନ୍ତ୍ରୀ ମତ୍ସ୍ୟସଂପଦ ଯୋଜନାରେ ୨୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ଦେଶର ସମସ୍ତ ୫୩ କୋଟି ଗାଈ, ଗୋରୁ, ମଇଁଷି ଭଳି ଗୃହପାଳିତ ପଶୁଙ୍କ ଟୀକାକରଣ ପାଇଁ ୧୩ ହଜାର ୩୪୩ କୋଟି ଟଙ୍କାର ପାଣ୍ଠିର ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସମସ୍ତ ପନିପରିବା ଓ ଫଳ ପାଇଁ ଲାଗୁ ହୋଇଛି।

ଅପରେସନ୍ ଗ୍ରୀନ୍ ପ୍ରୋଗ୍ରାମ ଏଥିପାଇଁ ୫୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏହି ଯୋଜନାରେ ଚାଷୀଙ୍କୁ ବଜାର ପର୍ଯ୍ୟନ୍ତ ନିଜ ଉତ୍ପାଦ ପରିବହନ ପାଇଁ ହେଉଥିବା ଖର୍ଚ୍ଚରେ ୫୦ ପ୍ରତିଶତ ରିହାତି ମିଳିବ। ସେହିପରି ଶୀତଳ ଭଣ୍ଡାରରେ ଉତ୍ପାଦ ସଂରକ୍ଷଣ ଲାଗି ମଧ୍ୟ ଚାଷୀ ୫୦ ପ୍ରତିଶତ ରିହାତି ପାଇବେ।

ତେବେ କୃଷି କ୍ଷେତ୍ରରେ ନିବେଶ ବଢ଼ାଇବା ଏବଂ ପ୍ରତିଦ୍ୱନ୍ଦ୍ୱିତା ମନୋଭାବ ବୃଦ୍ଧି କରିବା ଲାଗି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍-୧୯୫୫ରେ ସଂଶୋଧନ କରିବେ କେନ୍ଦ୍ର ସରକାର। ଏହି ଆଇନ୍‌ରୁ ଖାଦ୍ୟ ଶସ୍ୟ, ଖାଇବା ତେଲ, ତୈଳବୀଜ, ଡାଲି, ପିଆଜ ଏବଂ ଆଳୁକୁ ବାଦ୍ ଦିଆଯିବ।

ଫୁଡ୍ ପ୍ରୋସେସିଂ ବ୍ୟବସାୟରେ ସମ୍ପୃକ୍ତ ଲୋକଙ୍କ ପାଇଁ କୌଣସି ଷ୍ଟକ୍ ଲିମିଟ୍ ରହିବ ନାହିଁ। ସେହିପରି ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ଇ-ଟ୍ରେଡିଂ ବ୍ୟବସ୍ଥା ଲାଗୁ ହେବ। ଏଥିଲାଗି ସରକାର ଏକ କେନ୍ଦ୍ରୀୟ ଆଇନ ଆଣିବେ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

You might also like