ଗଣତନ୍ତ୍ର ସୂଚକାଙ୍କ ୨୦୧୯ରେ ୧୦ ପଏଣ୍ଟ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ: ଗଣତନ୍ତ୍ର ସୂଚକାଙ୍କ(ଡେମୋକ୍ରାସି ଇନ୍‌ଡେକ୍ସ)ରେ ଏକାଥରେ ୧୦ ପଏଣ୍ଟ ତଳକୁ ଖସିଲା ଭାରତ। ବର୍ତ୍ତମାନ ଏହି ତାଲିକାରେ ୧୫୭ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୫୧ ରହିଛି। ଇକୋନୋମିକ ଇଣ୍ଟେଲିଜେନ୍ସ ୟୁନିଟ୍‌(EIU) ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି।

୨୦୧୭ରେ ଏହି ସୂଚୀରେ ଭାରତ ୪୨ ତମ ସ୍ଥାନରେ ଥିବା ବେଳେ ୨୦୧୮ରେ ଦେଶର ସ୍ଥାନ ୪୧ ଥିଲା।

ତେବେ ୨୦୧୯ରେ ପ୍ରାକାଶ ପାଇଥିବା ମୋଟ ଗଣତନ୍ତ୍ର ସଂଖ୍ୟାରେ ୧୦ରୁ ଭାରତର ୬.୯୦କୁ ଖସିଆସିଛି। ୨୦୧୮ରେ ଏହା ୭.୨୩ ଥିଲା।

ଭାରତରେ ନାଗରିକ ଅଧିକାର କ୍ରମାଗତ ଭାବେ କ୍ଷୟ ହେବା ଯୋଗୁ ଏପରି ହୋଇଥିବା  ଇଆଇୟୁ ରିପୋର୍ଟରେ ଉଲ୍ଲେଖ କରିଛି।

ଡେମୋକ୍ରାସି ଇନ୍‌ଡେକ୍ସ କଣ ?

ଡେମୋକ୍ରାସି ଇନ୍‌ଡେକ୍ସ ହେଉଛି, ଏକ ବାର୍ଷିକ ତାଲିକା ଯାହା ୧୬୫ ଦେଶ ଏବଂ ଦୁଇଟି ପ୍ରଦେଶର ରାଜନୈତିକ ପ୍ରଣାଳିକୁ ସମୀକ୍ଷା କରିଥାଏ। ଏବଂ କେଉଁ ଦେଶରେ କେତେ ସୁସ୍ଥ ଗଣତନ୍ତ୍ର ଅଛି ତାର ରିପୋର୍ଟ ପ୍ରକାଶ କରିଥାଏ।

ଦେଶର ୫ଟି ବିଷୟରେ ଗବେଷଣା କରି ଗଣତନ୍ତ୍ର ସଂଖ୍ୟା ପ୍ରକାଶ କରାଯାଇଥାଏ। ସେଗୁଡ଼ିକ ହେଲା-ନିର୍ବାଚନ ପ୍ରକ୍ରିୟା ଓ ବହୁଳବାଦ(ସମସ୍ତେ ସ୍ୱାଧୀନ ଭାବେ ନିଜର ଧର୍ମ ପାଳନ ସହିତ ମତ ରଖିବାକୁ ସମର୍ଥ), ସରକାରଙ୍କ କାର୍ଯ୍ୟଶୈଳୀ, ରାଜନୈତିକ ଯୋଗଦାନ, ରୈଜନୈତିକ ସଂସ୍କୃତି ଏବଂ ନାଗରିକ ସ୍ୱତନ୍ତ୍ରତା।

ଏହି ରିପୋର୍ଟରେ ଜାମ୍ମୁ-କାଶ୍ମୀର ଧାରା ୩୭୦ ଉଚ୍ଛେଦ ସହିତ ସେଠାରେ ବହୁଳ ମାତ୍ରାରେ ସେନା ମୁତୟନ କରିବା, ନେତାମାନଙ୍କୁ ଗୃହବନ୍ଦି କରି ରଖିବା ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରିବା ଆଦି ଘଟଣା ଉଲ୍ଲେଖ ରହିଛି।

ଏଥିସହିତ ସିଏଏ ନେଇ ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିରେ କୁହାଯାଇଛି, ସିଏଏ ଦେଶର ଥିବା ମୁସଲିମ ସମ୍ପ୍ରଦାୟଙ୍କ ମନରେ ବିଦ୍ରୋହ ସୃଷ୍ଟି କରିଛି। ଯାହାକୁ ନେଇ ବଡ଼ ବଡ଼ ସହରମାନଙ୍କର ବିକ୍ଷୋଭ ହେଉଛି।

Image result for hindu muslim sikh"

ତେବେ ସୂଚୀର ଗୋଟିଏ ବିଭାଗରେ ଭାରତକୁ ଆଶ୍ୱସ୍ତି ମିଳିଛି। ନିର୍ବାଚନ ପ୍ରକ୍ରିୟା ଓ ବହୁଳବାଦ କ୍ୟାଟେଗୋରୀରେ ଭାରତ ୮.୬୭ ସଂଖ୍ୟା ସହିତ ଟିକେ ଉନ୍ନତ ସ୍ଥାନରେ ରହିଛି। ଏହାକୁ ବାଦ୍ ଦେଲେ ବାକି ୪ଟି କ୍ୟାଟାଗୋରିରେ ଭାରତ ୭ ନମ୍ବର ତଳକୁ ମାର୍କ ରଖିଛି।

ଗଣତନ୍ତ୍ର ସୂଚକାଙ୍କରେ ଆମେରିକା, ମ୍ୟାଲେସିଆ, ତାଇୱାନ୍, ଚିଲି, ଦକ୍ଷିଣ ଆଫ୍ରିକା, ଇସ୍ରାଏଲ ଓ ବୋଟସୱାନାର ସ୍ଥାନ ଭାରତ ଠାରୁ ଉପରେ ରହିଛି। ସେହିଭଳି ଇଣ୍ଡୋନେସିଆ, ହଂକଂ, ପାକିସ୍ତାନ ଓ ଋଷିଆ ଇଣ୍ଡେକ୍ସରେ ଭାରତ ପଛକୁ ରହିଛନ୍ତି।

ବର୍ଷଗଣତନ୍ତ୍ର ସୂଚକାଙ୍କ
୨୦୦୬୭.୬୮
୨୦୦୮୭.୮
୨୦୧୦୭.୨୮
୨୦୧୧୭.୩
୨୦୧୨୭.୫୨
୨୦୧୩୭.୬୯
୨୦୧୪୭.୯୨
୨୦୧୫୭.୭୪
୨୦୧୬୭.81
୨୦୧୭୭.୨୩
୨୦୧୮୭.୨୩
୨୦୧୯୬.୯
You might also like