ଉତୁରିଗଲା ପ୍ରେମ ନିଶା.. ପ୍ରପୋଜ କରୁଥିଲେ, ହଁ କହିଲା ବେଳକୁ ୬୫୦ ଫୁଟ ତଳକୁ ଖସିପଡ଼ିଲେ
ଜୀବନର ଏକ ମହାର୍ଘ ମୁହୂର୍ତ୍ତ ହେଉଛି ପ୍ରପୋଜ କରିବା। ଏହି ମୁହୂର୍ତ୍ତକୁ ସେ ନିଆରା , ସ୍ମରଣୀୟ କରିବାକୁ ଚାହୁଁଥିଲେ। ଏକଦମ୍ ରୋମାଣ୍ଟିକ୍ କରିବାକୁ ଚାହୁଁଥିଲେ। ହେଲେ ତାଙ୍କର ପ୍ରେମ ନିଶା ଉତୁରିଗଲା। ପ୍ରେମିକା ତାଙ୍କର ପ୍ରପୋଜାଲକୁ ଗ୍ରହଣ କରିବାକୁ ଯାଉଥିଲ, ତା’ ପରେ ଯେଉଁ ଦୁଃଖଦ ଘଟଣା ଘଟିଲା ଆପଣ ଶୁଣିଲେ ଲୋକ ଟାଙ୍କୁରି ଉଠିବ।
ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ରୋମାଣ୍ଟିକ ପ୍ରପୋଜାଲ ଜଣେ ମହିଳାଙ୍କ ପାଇଁ କିପରି ମୃତ୍ୟୁର କାରଣ ପାଲଟିଗଲା। ପ୍ରେମିକଙ୍କର ପ୍ରପୋଜାଲ ଶୁଣିବା ପରେ ମହିଳା ଜଣକ ଯେମିତି ହଁ କରିଛନ୍ତି, ଅଚାନକ ୬୫୦ ଫୁଟ ଉଚ୍ଚରୁ ତାଙ୍କର ଗୋଡ ଖସିଗଲା। ସେ ତଳକୁ ଖସି ପଡ଼ିଲେ।
ଏହି ଦୁର୍ଘଟଣା ଅଷ୍ଟ୍ରିୟାର କାରିନ୍ଥିଆରେ ଘଟିଛି। ମହିଳାଙ୍କ ବୟସ ୩୨ ବର୍ଷ ହେବ। ଡିସେମ୍ବର ୨୭ ତାରିଖ ଦିନ ମହିଳା ଜଣକ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଫାଲକର୍ଟ ମାଉଣ୍ଟେନ ଉପରକୁ ଯାଇଥିଲେ। ସେଠାରେ ବୟଫ୍ରେଣ୍ଡ ତାଙ୍କୁ ପ୍ରପୋଜ କରିଥିଲେ। ସେ ଏହାକୁ ଗ୍ରହଣ କରି ‘ହଁ’ କହିଛନ୍ତି, ତାଙ୍କ ପାଦ ଖସିଗଲା। ମହିଳା ଜଣକ ତଳକୁ ଖସିପଡ଼ିଲେ। ଏଠି କହିରଖିବୁ, ଦୁର୍ଘଟଣାର ଦିନକ ପୂର୍ବରୁ ଏହି ପ୍ରେମୀଯୁଗଳ ଫାଲକର୍ଟ ମାଉଣ୍ଟେନକୁ ଟ୍ରେକିଂରେ ଯାଇଥିଲେ।
ତେବେ ଏହି ପ୍ରେମୀଯୁଗଳଙ୍କ ଭାଗ୍ୟ ବହୁତ ଭଲ। ସେଥିପାଇଁ ଏତେ ଉଚ୍ଚରୁ ଖସି ମଧ୍ୟ ୩୨ ବର୍ଷୀୟ ମହିଳା ଜଣକ ବଞ୍ଚି ଯାଇଛନ୍ତି। ମିଳିଥିବା ଖବର ଅନୁଯାୟୀ, ପ୍ରେମିକା ତଳକୁ ଖସି ପଡ଼ୁଥିବା ଦେଖି ପ୍ରେମିକଜଣକ ତାଙ୍କୁ ଉଦ୍ଧାର କରିବା ଲାଗି ଡେଇଁ ପଡ଼ିଥିଲେ। ହେଲେ ସେ ପ୍ରେମିକାଙ୍କୁ ଉଦ୍ଧାର କରି ପାରି ନ ଥିଲେ। ସେ ଏତେ ଉଚ୍ଚରୁ ଡେଉଁଲେ ସତ, ମାତ୍ର ୫୦ ଫୁଟ ତଳେ ଥିବା ଏକ ସ୍ଥାନରେ ଫସି ରହି ଯାଇଥିଲେ।
ସେପଟେ ମହିଳାଙ୍କ ଭାଗ୍ୟ ମଧ୍ୟ ଖୁବ ଭଲ ଥିଲା, ୬୫୦ ଫୁଟ ତଳକୁ ଖସି ପଡିଥିଲେ ହେଁ ଏକ ତଳେ ଏକ ବରଫ ଚାଦର ଉପରେ ପଡ଼ିଥିଲେ। ସେଥିପାଇଁ ତାଙ୍କୁ ବିଶେଷ ଆଘାତ ହୋଇ ନ ଥିଲା। ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ତାଙ୍କୁ ଦେଖି ପ୍ରଶାସନକୁ ଖବର ଦେଇଥିଲେ। ପ୍ରଶାସନ ପକ୍ଷରୁ ଆସିଥିବା ଉଦ୍ଧାରକାରୀ ଟିମ୍ ତାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରୀକ୍ଷା ପରେ ମହିଳାଙ୍କ ଅବସ୍ଥା ଭଲ ଥିବା କହିଥିଲେ ଡାକ୍ତର। ଏପଟେ ଯୁବକଙ୍କୁ ମଧ୍ୟ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଜୀବନ ପ୍ରତି ବିପଦ ନ ଥିବା କହିଛନ୍ତି ଡାକ୍ତର।