ରବର୍ଟ ଭଦ୍ରାଙ୍କ ଘରେ ରେଡ୍‌କୁ ନେଇ ଇଡିକୁ କଂଗ୍ରେସର ପରୋକ୍ଷ ଧମକ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ତଥା ଶିଳ୍ପପତି ରବର୍ଟ ଭଦ୍ରାଙ୍କ କାର୍ଯ୍ୟାଳୟ ଓ ସହଯୋଗୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ଉକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଚଢ଼ଉକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି କଂଗ୍ରେସ।

ଗତ ସାଢ଼େ ୪ ବର୍ଷରେ କେନ୍ଦ୍ର ସରକାର ରବର୍ଟ ଭଦ୍ରାଙ୍କ ବିରୋଧରେ ସାମାନ୍ୟ ଦୁର୍ନୀତି ପ୍ରମାଣ କରିପାରିନଥିବାବେଳେ, ଏବେ ନିର୍ବାଚନ ଥିବାରୁ ହୀନ ଉଦ୍ୟମ କରୁଛି ବୋଲି କଂଗ୍ରେସ କହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କେନ୍ଦ୍ର ସରାକର ନିଜର ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଛି ,କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭି କହିଛନ୍ତି ।

ଏହାସହ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ସଂସ୍ଥାକୁ ଚେତାବନୀ ମଧ୍ୟ ଦେଇଛନ୍ତି। ପରୋକ୍ଷରେ ସିଂଘଭି କହିଛନ୍ତି ଯେ, ତଦନ୍ତକାରୀ ସଂସ୍ଥା ମଧ୍ୟ ଜାଣି ରଖିବା ଉଚିତ ଦେଶରେ ଏବେ ନିର୍ବାଚନ ଋତୁ। କିଛି ବି ହୋଇପାରେ। ଏଣୁ ସରକାରୀ ଦଳର ହାତବାରିସି ହେବା ଠିକ୍ ନୁହଁ ବୋଲି କହିଛନ୍ତି।

ସେପଟେ ସିଂଘଭିଙ୍କ ଧମକକୁ ବିଜେପି ତଥା କେନ୍ଦ୍ରମନ୍ତ୍ରୀ ମୁଖତାର ଆବ୍ବାସ ନକଭି ସମାଲୋଚନା କରିଛନ୍ତି।

You might also like