ଡାକ୍ତରଖାନାରେ ଭର୍ତ୍ତି ହେଲେ ରବର୍ଟ ଭଦ୍ରା
ନୋଏଡ଼ା: ଗାନ୍ଧି ପରିବାରର ଜ୍ୱାଇଁ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଭୀଷଣ ପିଠି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୋଏଡ଼ା ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଏବେ ନୋଏଡ଼ାରେ ଥିବା ମେଟ୍ରୋ ମଲଟିସ୍ପେଶାଲିଟି ହସ୍ପିଟାଲର ଅର୍ଥୋପେଡିକ୍ ବିଭାଗରେ ଚିକିତ୍ସିତ ହେଉଛନ୍ତି। ଗତାକାଲି ରାତିରେ ନିଜେ ପ୍ରିୟଙ୍କା ତାଙ୍କୁ ହସ୍ପିଟାଲ ଆଣିଥିଲେ। ରାତିତମାମ ସେ ହସ୍ପିଟାଲରେ ରହିବା ପରେ ସକାଳୁ ଘରକୁ ଯାଇଛନ୍ତି। ହେଲେ ରବର୍ଟ ଏଯାଏ ହସ୍ପିଟାଲରେ ରହିଛନ୍ତି।