ବିଜେପି ଛାଡ଼ି ମହାମେଣ୍ଟରେ ସାମିଲ୍ ହେଲେ ଉପେନ୍ଦ୍ର କୁଶଓ୍ୱାହା

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରସ୍ତାବିତ ବିରୋଧୀ ମହାମେଣ୍ଟକୁ ଆଉ ଏକ ଫାଇଦା ହୋଇଛି। କାରଣ ଆଜି ବିହାରରେ ବିରୋଧୀ ମେଣ୍ଟରେ ସାମିଲ ହୋଇଛନ୍ତି ନିକଟରେ ଏନ୍‌ଡିଏରୁ ଇସ୍ତଫା ଦେଇଥିବା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ବା RLSPର ମୁଖ୍ୟ ଉପେନ୍ଦ୍ର କୁଶଓ୍ୱାହା।

ନୂଆଦିଲ୍ଲୀସ୍ଥିତ AICC କାର୍ଯ୍ୟାଳୟରେ କଂଗ୍ରେସ, ଆରଜେଡି ଓ ଲୋକ ତାନ୍ତ୍ରିକ ଜନତା ଦଳର ନେତାଙ୍କ ଉପସ୍ଥିତିରେ ସେ ମହାଗଠନବନ୍ଧନରେ ଯୋଗ ଦେଇଛନ୍ତି। ଏଥିସହ ଆସନ୍ତା ଫେବ୍ରୁଆରୀ ୨ ତାରିଖରେ ବିହାରରେ ଏକ ଜନ ଆକ୍ରୋଶ ରାଲି କରିବାକୁ ଘୋଷଣା କରିଛନ୍ତି କୁଶଓ୍ୱାହା।

ନିକଟରେ ବିହାରରେ ଆସନ ବୁଝାମଣାକୁ ନେଇ ଏନ୍‌ଡିଏ ସହ ସମ୍ପର୍କ ଛିନ୍ନ କରିଥିଲେ କୁଶାଓ୍ୱାହା। ବିହାରରେ ତାଙ୍କ ଦଳକୁ ବିଜେପି ମାତ୍ର ୨ଟି ଲୋକସଭା ଆସନ ଛାଡ଼ିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଏନଡିଏରୁ ସମର୍ଥନ ପ୍ରତ୍ୟାହାର ଘୋଷଣା କରିଥିଲା।

RLSP ଆସନ୍ତା ସାଧାରଣ ନିର୍ବାଚନରେ ଆରଏଲଏସ୍‌ପିକୁ ମହାମେଣ୍ଟ ୪ରୁ ୫ଟି ଆସନ ଦେବା ପାଇଁ ରାଜି ହୋଇଥିବା ଜଣାପଡ଼ିଛି।

 

You might also like