IRCTC ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ଅନ୍ତରୀଣ ଜାମିନ୍‌

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ମୁଖ୍ୟ ଲାଲୁ ଯାଦବଙ୍କୁ ଆଶ୍ୱସ୍ତି। IRCTC ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଛନ୍ତି। ଏହି ମାମଲାରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ପକ୍ଷରୁ ଲାଲୁଙ୍କ ବିରୋଧରେ ମାମଲା ହୋଇଥିଲା।

ଏହା ପୂର୍ବରୁ କୋର୍ଟ ଲାଲୁ ଯାଦବଙ୍କ ପତ୍ନୀ ରାବିଡ଼ୀ ଦେବୀ ଏବଂ ତେଜସ୍ୱୀ ଯାଦବଙ୍କୁ ଜାମିନ୍‌ ପ୍ରଦାନ କରିଥିଲେ। ସିବିଆଇ ପକ୍ଷରୁ ଦାଖଲ ହୋଇଥିବା ମାମଲାରେ କୋର୍ଟ ସେମାନଙ୍କୁ ଜାମିନ୍‌ ପ୍ରଦାନ କରିଥିଲେ। ତେବେ ଇଡି ପକ୍ଷରୁ ଦାଖଲ ହୋଇଥିବା ମାମଲାରେ ବର୍ତ୍ତମାନ ରାବିଡ଼ୀ ଦେବୀ ଓ ତେଜସ୍ୱୀ ଅନ୍ତରୀଣ ଜାମିନ୍‌ରେ ଅଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଜାନୁଆରୀ ୧୯ ପର୍ଯ୍ୟନ୍ତ ସ୍ଥଗିତ ରଖା ଯାଇଛି। ଏହାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୯ରେ ହେବ।

ଆହୁରି ମଧ୍ୟ ପଢ଼ନ୍ତୁ: IRCTC ଦୁର୍ନୀତି ମାମଲା : ଲାଲୁ ଯାଦବଙ୍କ ପରିବାରକୁ ମିଳିଲା ଜାମିନ୍

You might also like