ରିୟାଜ ନାୟକୁ, ଗଣିତ ସାର୍‌ରୁ କେମିତି ପାଲଟିଗଲା ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ?

ଶ୍ରୀନଗର: ଗଣିତ ସାର୍‌ରୁ ଭୟଙ୍କର ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ ମୁଜାହିଦ୍ଦିନର କମାଣ୍ଡର। ସବୁଠାରୁ ଲମ୍ବା ସମୟ ଧରି ହିଜ୍ଜବୁଲ୍‌ ମୁଜାହିଦ୍ଦିନର କମାଣ୍ଡର ରହିଥିବା ଆତଙ୍କବାଦୀ ରିୟାଜ ନାୟକୁ ଏବଂ ତାର ସହଯୋଗୀ ସୁରକ୍ଷା କର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛନ୍ତି। ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ବ୍ୟବସ୍ଥା ବନ୍ଦ କରିଦିଆଯାଇଛି।

ବୁଧବାର ରିୟାଜ ନାୟକୁର ପୈତୃକ ଗାଁ ପୁଲୱାମା ଜିଲ୍ଲା ବେଗପୋରାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ସେ ନିହତ ହୋଇଥିଲା। ଏହି ଆତଙ୍କବାଦୀ ମୁଣ୍ଡ ଉପରେ ୧୨ ଲକ୍ଷର ପୁରସ୍କାର ରାଶି ଥିଲା।
ଗଣିତ ମାଷ୍ଟର ଥିବା ୩୫ ବର୍ଷୀୟ ରିୟାଜୁ ନାୟକୁ ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ଥିଲା। ହିଜ୍‌ବୁଲ୍‌ ମୁଜାହୀଦ୍ଦିନର ପୋଷ୍ଟର ବୟ ବୁରହାନ ୱାନୀର ମୃତ୍ୟୁ ପରେ ନାୟକୁର ପତିଆରା ବଢ଼ିଥିଲା। ଏହାପରେ ଆଉ ଜଣେ ଆତଙ୍କବାଦୀ ସଦ୍ଦାମ ପୋଦ୍ଦାରର ମୃତ୍ୟୁ ପରେ ତାକୁ କମାଣ୍ଡର ଘୋଷଣା କରାଯାଇଥିଲା।

ବୁରହାନ ଭଳି ନାୟକୁ ମଧ୍ୟ ସୋସିଆଲ୍‌ ମିଡିଆରେ ବ୍ୟବହାର କରି ଲୋକଙ୍କ ମତାଉଥିଲା। ଏଥସହିତ ପୁଲିସ୍‌ କର୍ମୀଙ୍କ ପରିବାର ଲୋକଙ୍କୁ ଅପହରଣ ସହିତ ଆତଙ୍କବାଦୀର ମୃତ୍ୟୁ ପରେ ତାକୁ ସତୋ ସଲାମୀ ଦେବା ଭଳି କାର୍ଯ୍ୟ କରି ଯୁବ ଆତଙ୍କବାଦୀଙ୍କୁ ଉତ୍ସାହିତ କରୁଥିଲା।  ଏଥିପାଇଁ ସେ ସେନାର ହିଟ୍ ଲିଷ୍ଟରେ ଏକ ନମ୍ବରରେ ରହିଥିଲା।

ରିଆଜ ନାୟକୁର ବାପା ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର କହିଥିଲେ ଯେ ପୁଅ ଇଞ୍ଜିନିୟର ହେବାକୁ ଚାହୁଁଥିଲା। ସେ ଗଣିତରେ ଭଲ ମାର୍କ ମଧ୍ୟ ରଖୁଥିଲା। ଏଥିସହିତ ନିର୍ମାଣ କାର୍ଯ୍ୟରେ ତାର ଖୁବ୍ ରୁଚି ଥିଲା।

କେବଳ ସେତିକି ନୁହେଁ, ସେ ଜଣେ ମେଧାବୀ ଛାତ୍ର ମଧ୍ୟ ଥିଲା ବୋଲି ଟିଭି ଚ୍ୟାନେଲ୍‌ରେ କହିଥିଲେ ନୟକୁର ବାପା। ଯୁକ୍ତ ୨ ପରୀକ୍ଷାରେ ୬୦୦ରୁ ୪୬୪ ନମ୍ୱର ରଖିଥିଲା ସେ। ଘରୋଇ ସ୍କୁଲରେ ଅଙ୍କ ସାର ଭାବେ ମଧ୍ୟ ଯୋଗ ଦେଇ ଚାକିରି ଜୀବନ ଆରମ୍ଭ କରିଥିଲା ନାୟକୁ। ତେବେ ୨୦୧୮ରେ ସେ ହିଜବୁଲରେ ଯୋଗ ଦେବା ପରେ ପରିବାର ଲୋକଙ୍କ ପାଇଁ ସେ ମରିଯାଇଛି ବୋଲି ତାଙ୍କ ବାପା କହିଥିଲେ।

୨୦୧୦ରେ ୧୭ ବର୍ଷୀୟ ଅହମ୍ମଦ ମଟୋର ମୃତ୍ୟୁ ହୋଇଥିଲା। ଏହାପରେ ଘାଟିରେ ଅନେକ ପରିବର୍ତ୍ତନ ହୋଇଥିଲା। ଅନେକ ଲୋକଙ୍କୁ ପୁଲିସ ଗିରଫ କରିଥିଲା। ସେଥିମଧ୍ୟରେ ରିଆଜ ମଧ୍ୟ ଥିଲା। ୨୦୧୨ରେ ଜେଲରୁ ମୁକୁଳିବା ପରେ ସମ୍ପୂର୍ଣ୍ଣ ବଦଳିଯାଇଥିଲା ସେ।

ଏହାପରେ ରିଆଜ ଭୋପାଳରେ ପାଠ ପଢ଼ିବାକୁ ଯିବ କହି ତାଙ୍କ ବାପାଙ୍କ ପାଖରୁ ୭ ହଜାର ଟଙ୍କା ମାଗିଥିଲା। ପରେ ଜଣାପଡ଼ିଥିଲା ରିଆଜ ହିଜବୁଲରେ ଯୋଗ ଦେଇଛି।

ପୁଲିସ ଉପରେ ଚାପ ପକାଇବା ପାଇଁ ନାୟକୁ ପୁଲିସର ପରିବାର ଲୋକଙ୍କୁ ଅପହରଣ କରିଥିଲା। ଦକ୍ଷିଣ କଶ୍ମୀରରେ ୬ ଜଣ ପୋଲିସ କର୍ମଚାରୀଙ୍କ ୧୧ ଜଣ ପରିବାର ସଦସ୍ୟଙ୍କୁ ଅପହରଣ କରିଥିଲା ଏହି ଆତଙ୍କବଦୀ। ପରେ ସମସ୍ତଙ୍କୁ ମୁକ୍ତ ମଧ୍ୟ କରିଦେଇଥିଲା। ପ୍ରତି ବଦଳରେ ନାଇକୁଙ୍କ ବାପାଙ୍କୁ ପୁଲିସ ହେପାଜତରୁ ମୁକ୍ତି ମିଳିଥିଲା।

ସେନା ଆଖିରେ ବାରମ୍ବାର ଧୂଳି ଦେଇ ଖସି ପଳାଇବାରେ ବେଶ୍‌ ମାହିର ଥିଲା ନାୟକୁ। ଅନେକ ସମୟରେ ସେନା ସହିତ ସାମ୍ନାସାମ୍ନି ହେଲାବେଳେ ବଡ଼ ଚତୁରତାର ସହ ସେ ଖସି ପଳେଇ ଯାଉଥିଲା।

ତେବେ ମଙ୍ଗଳବାର ରାତିରେ ନାୟକୁର ସଠିକ ଗୋଇନ୍ଦା ଖବର ମିଳିବା ପରେ ତାକୁ ଘେରିଥିଲା ସେନା। କର୍ଡନ ସର୍ଚ୍ଚ ଅପରେସନ ଆରମ୍ଭ କରି ସକାଳ ୯ରେ ଆତଙ୍କବାଦୀ ସହିତ ଠିକଣା ପାଇଥିଲା ସେନା  ଏହାପରେ ସେନା ସହ ଆତଙ୍କବାଦୀର ଗୁଳିବିନିୟ ହୋଇଥିଲା।

ସୁଚାନୁସାରେ, ମାଆର ଦେହ ଖରାପରେ ହେବା ପରେ ନାୟକୁ ନିଜ ଗାଁକୁ ଆସିଥିଲା। ଗୋଇନ୍ଦା ସୂଚନା ପାଇ ସୁଡ଼ଙ୍ଗର ଠିକଣା ଲଗାଇ ରେଳ ଲାଇନ୍‌ ଖୋଳାଖୋଳି କରି ନାୟକୁର ଠିକଣା ପାଇଥିଲା ସେନା।

ନାୟକୁ କେବଳ ଅତି ଅନ୍ତରଙ୍ଗଙ୍କ ସହିତ ସମ୍ପର୍କ ରଖୁଥିଲା। ତାର ଠିକଣା କାହାକୁ ଜଣାଉନଥିଲା। ସୁରକ୍ଷା କର୍ମୀ ମଧ୍ୟ ତାର ଅନେକ ଅନ୍ତରଙ୍ଗ ବନ୍ଧୁଙ୍କୁ ଟ୍ରାକ୍ କରିଥିଲେ। କିନ୍ତୁ ବାରମ୍ବାର ସେ ଧୂଳି ଦେଇ ଖସିଯାଉଥିଲା। ସେହିଭଳି ୨୦୧୮ରେ ଆତ୍ମ ସମର୍ପଣ କରିବ ବୋଲି କହି ଧୋକା ଦେଇଥିଲା ନାୟକୁ।

ସୀମାରେ ଅନେକ ଯୁବକଙ୍କୁ  ଆତଙ୍କୀ ସଂଗଠନରେ ସାମିଲ୍‌ କରାଇଥିଲା ନାୟକୁ। ସଂଗଠନକୁ ମଜଭୁତ୍ କରିବା ତାର ଦିଗ୍‌ଦର୍ଶନ  ଦେବା ଆଦି କାର୍ଯ୍ୟରେ ସେ ସକ୍ରିୟ ଥିଲା।

ନାୟକୁ ମୃତ୍ୟୁ ହିଜ୍‌ବୁଲ୍‌ ପାଇଁ ଏକ ଶକ୍ତ ଧକ୍କା ହେଇପାରେ କିନ୍ତୁ ସେନା ପାଇଁ ଏକ ବଡ଼ ସଫଳତା କହିଲେ ଅତ୍ୟୁକ୍ତି ହେବନି।

You might also like