ହିଜ୍‌ବୁଲ୍ କମାଣ୍ଡର ରିୟାଜ୍‌ର ମୃତ୍ୟୁ ପରେ ଭାରତକୁ ଧମକ ଦେଲା ପାକ୍ ଆତଙ୍କବାଦୀ ସୟଦ୍‌ ସଲାଉଦ୍ଦିନ

ଶ୍ରୀନଗର: ହିଜ୍‌ବୁଲ ମୁଜାହିଦ୍ଦିନର କମାଣ୍ଡର ରିୟାଜ୍ ନାୟକୁର ସେନା ଏନ୍‌କାଉଣ୍ଟରରେ ମୃତ୍ୟୁ ହେବା ପରେ ବିଳିବିଳେଇଛି ପାକିସ୍ତାନର ହିଜ୍‌ବୁଲ୍‌ ମୁଖ୍ୟ ସୟଦ୍‌ ସଲାଉଦ୍ଦିନ। ଭାରତକୁ ଧମକ ଦେଇ ସଲାଉଦ୍ଦିନ କହିଛି, ରିୟାଜ୍‌ର ତ୍ୟାଗ ଆମ ମିଶନ ହାସଲ କରିବାରେ ସାହାଯ୍ୟ କରିବ। ଯାହା ସେମାନେ ହାସଲ କରିବାକୁ ଚାହୁଁଥିଲେ।

ଏଥିସହିତ ସେ ଆହୁରି ମଧ୍ୟ କହିଛି ଯେ କାଶ୍ମୀର ପ୍ରସଙ୍ଗ ହେଉଛି ଏକ ନିଆଁଝୁଲ। ଯାହା ଅଗ୍ନି ସଂଯୋଗ କରିମାତ୍ରେ ସମଗ୍ର ଅଞ୍ଚଳକୁ ଘେରିଯିବ ବୋଲି ଧମକ ଦେଇଛି ସଲାଉଦ୍ଦିନ। ସଲାଉଦ୍ଦିନ ପାକିସ୍ତାନ ସମର୍ଥିତ ଆତଙ୍କୀ ସଂଗଠନ ୟୁନାଇଟେଡ୍‌ ଜିହାଦ୍‌ କାଉନ୍‌ସିଲ୍‌ର ମୁଖିଆ ମଧ୍ୟ। ମିଳିଥିବା ସୂଚନାନୁସାରେ, ରିୟାଜ୍‌ ଓ ଆଦିଲର ମୃତ୍ୟୁରେ ଦୁଃଖ ପ୍ରକାଶ କରି ଆତଙ୍କବାଦୀ ସଂଗଠନ ଶୋକ ସଭା କରିଥିଲା। ଏଥିରେ ଆତଙ୍କବାଦୀଙ୍କୁ ଉକ୍‌ସାଇବା ପାଇଁ ଏଭଳି ବୟାନ ଦେଇଥିଲା ସଲାଉଦ୍ଦିନ।

ପ୍ରକାଶ ଥାଉକି, ୨୦୧୭ରେ ଆମେରିକା ସଲାଉଦ୍ଦିନକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା କରିଥିଲା।

 

You might also like