ଫାଇନାଲ୍‌ ମ୍ୟାଚ୍‌ ହାରିବା ଦୁଃଖ ସହିପାରିଲେନି ରେସ୍‌ଲର୍‌ ବବିତା ଫୋଗଟଙ୍କ ଭଉଣୀ, ନେଲେ ଏମିତି ଚରମ ପଦକ୍ଷେପ

ନୂଆଦିଲ୍ଲୀ: ଏକ ରେସ୍‌ଲିଂ ମ୍ୟାଚ୍‌ ହାରିବା ପରେ ରେସ୍‌ଲର୍‌ ଗୀତା ଫୋଗଟ ଓ ବବିତା ଫୋଗଟଙ୍କ ସମ୍ପର୍କୀୟ ଭଉଣୀ ରିତିକା ଫୋଗଟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଫାଇନାଲ୍‌ ମ୍ୟାଚ୍‌ ହାରିବା ପରେ ରିତିକା ଜୀବନ ହାରି ଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମାର୍ଚ୍ଚ ୧୨ରୁ ୧୪ ମଧ୍ୟରେ ହରିଆଣାର ଭରତପୁର ସ୍ଥିତ ଲୋହାଗଡ଼ ଷ୍ଟାଡିୟମ୍‌ରେ‌ ରାଜ୍ୟ ସ୍ତରୀୟ ରେସ୍‌ଲିଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ରିତିକା ଭାଗ ନେଇଥିଲେ।

ମାର୍ଚ୍ଚ ୧୪ରେ ଖେଳା ଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ମାତ୍ର ଗୋଟିଏ ପଏଣ୍ଟରେ ରିତିକା ହାରି ଯାଇଥିଲେ। ଫଳରେ ଟୁର୍ଣ୍ଣାମେଣ୍ଟ୍‌ରେ ଫାଇନାଲ୍‌ ମ୍ୟାଚ୍‌ ହାରିଯିବା ଦୁଃଖ ସହି ନପାରି ସେ ସେହି ଦିନ ରାତି ପ୍ରାୟ ୧୧ଟାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

୧୭ ବର୍ଷ ବୟସ୍କା ରିତିକା ଜଣେ ପ୍ରତିଭାସମ୍ପନ୍ନ କୁସ୍ତି ଖେଳାଳି ଥିଲେ। ସେ ରାଜ୍ୟ ପାଇଁ ପ୍ରତିନିଧିତ୍ୱ ମଧ୍ୟ କରିଛନ୍ତି। ରେସ୍‌ଲର୍‌ ଗୀତା ଫୋଗଟ ଓ ବବିତା ଫୋଗଟଙ୍କ ସମ୍ପର୍କୀୟ ଭଉଣୀ ହେଉଛନ୍ତି ରିତିକା। ରିତିକା ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ମହାବୀର ସିଂ ଫୋଗଟଙ୍କ ଠାରୁ ଟ୍ରେନିଂ ନେଉଥିଲେ।

You might also like