ଚୀନ୍‌ରୁ ଆସୁଛି ପୁଣି ଏକ ମାରାତ୍ମକ ରୋଗ

ବେଜିଂ: କରୋନା ଭାଇରସ ବିରୋଧରେ ସାରା ବିଶ୍ୱ ଲଢୁଛି। ଏପରି ସମୟରେ ଚୀନରୁ ମିଳିଛି ପୁଣି ଏକ ଖରାପ ଖବର। ଆଉ ଏକ ମାରାତ୍ମ ରୋଗ ଦେଖା ଦେଇଛି ଚୀନରେ।  ସେଠିକାର ସରକାରୀ ଗଣମାଧ୍ୟମରେ ମିଳିଥିବା ଖବର ଅନୁସାରେ ଉତ୍ତର ଚୀନ୍‌ର ଏକ ସହରରେ ବ୍ୟୁବୋନିକ  ପ୍ଲେଗ୍ (Bubonic plague) ରୋଗ ଦେଖା ଦେଇଛି।  ରବିବାର ଏ ନେଇ ଖବର ପ୍ରକାଶ ପାଇବା ପରେ ସତର୍କ ସୂଚନା ଜାରି କରାଯାଇଛି। 

ଆଭ୍ୟନ୍ତରୀଣ ମୋଙ୍ଗୋଲିଆର ସ୍ୱୟଂଶାସିତ ଅଞ୍ଚଳ ବାୟାନୁରରେ ଏହି ମହାମାରୀର ନିରାକରଣ ଏବଂ ନିୟନ୍ତ୍ରଣ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଏହି ତଥ୍ୟ ଅନୁଯାୟୀ, ଶନିବାର ଏକ ହସ୍‌ପିଟାଲରୁ ଏହି ରୋଗକୁ ଠାବ କରାଯାଇଥିଲା। ୨ ଜଣ ରୋଗୀଙ୍କ ନମୂନା ପରୀକ୍ଷା କରିବା ପରେ ଏହା ପଜିଟିଭ ଆସିଛି। ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଏହି ଅଞ୍ଚଳରେ ୨୦୨୦ ଶେଷ ପର୍ଯ୍ୟନ୍ତ ଲେଭଲ-୩ ସତର୍କ ସୂଚନା ଜାରି କରିଛନ୍ତି। ଲୋକଙ୍କୁ ସତର୍କ ରହିବା ସହ ନିଜକୁ ସୁରକ୍ଷିତ ରଖିବା ପାଇଁ କୁହାଯାଇଛି।

Bubonic plagueରେ ଆକ୍ରାନ୍ତଙ୍କ ଦ୍ୱୟ ୨ ଭାଇ । ଜଣଙ୍କର ବୟସ ୨୭ ଓ ଅନ୍ୟଜଣଙ୍କର ୧୭ ବର୍ଷ ବୋଲି ଜଣାପଡ଼ିଛି। ଏଇ ଦୁଇ ଭାଇ ମାରମୋଟ ମାଂସ ଖାଇଥିଲେ। ତେଣୁ ସ୍ଥାନୀୟ ଲୋକଙ୍କ ଏହି ମାଂସ ନ ଖାଇବା ପାଇଁ ସତର୍କ କରାଯାଇଛି। ପରେ ଜଣାପଡିଛି ୧୪୬ ଲୋକ ଏମାନଙ୍କ ସଂସ୍ପର୍ଷରେ ଆସିଛନ୍ତି। ସେମାନଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି।

ସୂଚନାଥାଉ କି, ପୂର୍ବରୁ ମଧ୍ୟ ଏହି ମହାମାରୀ ରୋଗରେ ବିଶ୍ୱର କୋଟିକୋଟି ଲୋକ ପ୍ରାଣ ହରାଇଛନ୍ତି। ଏବେ ପୁଣିଥରେ ଏହା ଚାଇନାରେ ବ୍ୟାପିବା ଆରମ୍ଭ କରିଛି।

ଏଯାଏ ୩ ଥର ବିଶ୍ୱକୁ ଆକ୍ରମଣ କରିଥିବା ଏହି ରୋଗ ଦ୍ୱାରା ପ୍ରଥମଥର ୫ କୋଟି, ଦ୍ୱିତୀୟ ଥର ସମଗ୍ର ୟୁରୋପ ଜନସଂଖ୍ୟାର ଏକ ତୃତୀୟାଂଶ ଏବଂ ତୃତୀୟ ଥର ୮୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏହାକୁ କଳା ମୃତ୍ୟୁ ମଧ୍ୟ କୁହାଯାଏ।

ୱାର୍ଲଡ ହେଲ୍‌ଥ ଅର୍ଗାନାଇଜେସନର କହିବା ଅନୁଯାୟୀ, ବ୍ୟୁବୋନିକ ପ୍ଲେଗ୍‌ ଏକ ବ୍ୟାକ୍ଟେରିଆ ଜନିତ ରୋଗ । ଠିକ ସମୟରେ ଚିକିତ୍ସା ନ ହେଲେ ଏହି ରୋଗରେ ଆକ୍ରାନ୍ତ ହେବାର ୨୪ ଘଣ୍ଟା ମଧ୍ୟରେ ରୋଗୀର ମୃତ୍ୟୁ ଘଟିଥାଏ। ବିଶେଷକରି ଏହା ବୟସ୍କ ବ୍ୟକ୍ତିଙ୍କୁ ହୋଇଥାଏ।

 

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

You might also like