ବ୍ୟାଙ୍କ୍ ନୋଟ୍ ଦ୍ୱାରା ବ୍ୟାପିବ କି କରୋନା ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ
ନୂଆଦିଲ୍ଲୀ: ବ୍ୟାଙ୍କ୍ ନୋଟ୍ ଦ୍ୱାରା କରୋନା ସଂକ୍ରମଣ ବ୍ୟାପିବା ସମ୍ଭାବନା ଖୁବ୍ କମ୍। ଗତ କିଛି ଦିନ ଧରି ଲାଗି ରହିଥିବା ଚର୍ଚ୍ଚାକୁ ନେଇ ଏବେ ଏପରି କିଛି ନୂଆ ସାମ୍ନାକୁ ତଥ୍ୟ ଆସିଛି।
ବ୍ୟାଙ୍କ ଅଫ୍ ଇଂଲଣ୍ଡର ରିସର୍ଚ୍ଚ ଅନୁସାରେ, ବ୍ୟାଙ୍କରୁ ଦିଆଯାଉଥିବା ନୋଟ୍ରେ କରୋନା ସଂକ୍ରମଣ ବ୍ୟାପିବା ସମ୍ଭାବନା ଖୁବ୍ କମ୍ ରହିଛି। ଯଦି କୌଣସି ବ୍ୟକ୍ତିଙ୍କ ପାଖରୁ ନୋଟ୍, ଭୂତାଣୁ ସଂସ୍ପର୍ଶରେ ଆସେ ତେବେ ଏହା କେବଳ କିଛି ଘଣ୍ଟା ପାଇଁ ସକ୍ରିୟ ରହେ। ୬ ଘଣ୍ଟା ପରେ ଏଥିରୁ ଭୂତାଣୁ ବ୍ୟାପିବା ସମ୍ଭାବନା ୫% କୁ ଖସି ଆସୁଥିବା ରିସର୍ଚ୍ଚରେ ଜଣାପଡ଼ିଛି।
ସାଧାରଣତଃ ୱାଲେଟ୍, ପର୍ସ ଏବଂ ପକେଟ୍ରେ ନୋଟ୍ ରହିବା ପରେ କରୋନା ସଂକ୍ରମଣ ସମ୍ଭାବନା କମି ଯାଇଥାଏ ବୋଲି ରିସର୍ଚ୍ଚରେ ଦାବି କରାଯାଇଛି। ମହାମାରୀ କରୋନା ବ୍ୟାପିବା ପରେ ନୋଟ୍ରୁ ସଂକ୍ରମଣ ବ୍ୟାପିବା ନେଇ ବହୁ ଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା। ବିଶେଷ କରି ୟୁରୋପରେ ଏହାକୁ ନେଇ ବିଭିନ୍ନ ସଂସ୍ଥା ରିସର୍ଚ୍ଚ କରିଥିଲେ।