• translate
Odishatv Bureau

କଲମ୍ବୋ: ଶ୍ରୀଲଙ୍କା ରାଜଧାନୀ କଲମ୍ବୋର ଏକ ଜେଲ୍‌ରେ ଦଙ୍ଗା ହେବାରୁ ୮ କଏଦୀଙ୍କର ମୃତ୍ୟୁ ହୋଇଛି। ଏଥିରେ ୩୭ ଜଣ ଆହତ ହୋଇଛନ୍ତି। ରବିବାର ଉତ୍ତର କଲୋମ୍ବରରୁ ୧୫ କିମି ଦୂର ମାହାରା ଜେଲ୍‌ରେ ଏହି ଅଘଟଣ ଘଟିଛି। ଜେଲ୍‌ର କିଛି କଏଦୀ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ହିଂସା ସୃଷ୍ଟି ହୋଇଥିଲା।

ମହାରା ଜେଲ୍‌ର କଏଦୀମାନେ ଫାଟକ ଖୋଲି ଖସିପଳାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ପୋଲିସ ଫୋର୍ସ ସହିତ କଏଦୀମାନଙ୍କର ରକ୍ତାକ୍ତ ସଂଘର୍ଷ ହୋଇଥିଲା। ସେମାନେ ଡୋର୍‌ ଖୋଲିବାକୁ ଚେଷ୍ଟା କରୁଥିବା ବେଳେ ଜେଲ୍ କର୍ତ୍ତୃପକ୍ଷ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ନେଇଥିଲେ ବୋଲି ପୋଲିସ୍ ପ୍ରବକ୍ତା ଅଜିତ ରୋହାନା କହିଛନ୍ତି।
ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ପ୍ରଥମେ ରୋଷେଇଶାଳା ଓ ରେକର୍ଡ ରୁମ୍‌ରୁ ଏହି ଦଙ୍ଗା ଆରମ୍ଭ ହୋଇଥିଲା। ଏଥିରେ ୩୭ କଏଦୀ ଓ ୨ ଜେଲର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମାହାରା ଜେଲ୍‌ର ୧୭୫ କରୋନା ପଜିଟିଭ୍‌ ଚିହ୍ଟନ ହେବା ପରେ ସଂଖ୍ୟା ବଢ଼ିବା ଆଶଙ୍କା କରି ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ବୋଲି କଏଦୀମାନେ ଚାହୁଁଥିଲେ। ଏଥିପାଇଁ ଦଙ୍ଗା ସୃଷ୍ଟି ହୋଇଥିଲା। ଦଙ୍ଗାକାରୀମାନେ ଜେଲରଙ୍କୁ ବନ୍ଧକ ରଖିବାକୁ ଚେଷ୍ଟା କରିଥିଲେ। କଏଦୀଙ୍କର ଏହି କାର୍ଯ୍ୟକୁ ଦୃଢ଼ ଭାବେ ଦମନ କରାଯାଇଥିଲା ବୋଲି ସରକାରୀ ସ୍ତରରେ କୁହାଯାଇଛି।

କରୋନା ସମୟରେ ଜେଲ୍‌ରେ ଗହଳି ଯୋଗୁ ଏହି ବିରୋଧ ଦେଖାଦେଇଥିଲା। ଶ୍ରୀଲଙ୍କାର ଗହଳିପୂର୍ଣ୍ଣ ଜେଲ୍‌ଗୁଡ଼ିକରେ କରୋନା ସଂଖ୍ୟା ବଢ଼ିଥିବାରୁ ଗତ ସପ୍ତାହରେ ଦେଶରେ ବିଭିନ୍ନ ଜେଲ୍‌ରେ କଏଦୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

 

Other Stories