କରୋନା ରୋଗୀଙ୍କ ପାଇଁ ମେଡିକାଲ ନିର୍ମାଣ କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବଡ ପଦକ୍ଷେପ ନେଲା ରିଲାଏନ୍ସ। କରୋନା ମୁକାବିଲା ପାଇଁ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ, ଜିଓ ଓ ରିଲାଏନ୍ସ ଫାଉଣ୍ଡେସନ ସରକାରକୁ ସହଯୋଗର ହାତ ବଢ଼ାଇଛନ୍ତି। କରୋନାର ରୋଗୀଙ୍କ ଚିକିତ୍ସା ପାଇଁ ମହାରାଷ୍ଟ୍ରରେ ସ୍ୱତନ୍ତ୍ର ମେଡିକାଲ ନିର୍ମାଣ କରାଯାଇଛି।

ରିଲାଏନସ ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ମେଡିକାଲରେ ଅତ୍ୟାଧୁନିକ ସୁବିଧା ରହିଛି। ଏହି ମେଡିକାଲରେ କେବଳ କରୋନା ରୋଗୀଙ୍କ ଚିକିତ୍ସା କରାଯିବ। ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲରେ  ୧୦୦ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ମେଡିକାଲ ନିର୍ମାଣ ହୋଇଛି।

ମହାରାଷ୍ଟ୍ର ସରକାରଙ୍କ ରିଲିଫ ପାଣ୍ଠିକୁ ୫ କୋଟି ଦେବା ସହ ଦେଶରେ ନିୟୋଜିତ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ଦେବାକୁ ରିଲାଏନ୍ସ ଘୋଷଣା କରିଛି।

ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୧୦୧ଜଣ କରୋନା ଆକ୍ରାନ୍ତ ହୋଇଥିବା ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।ମଧ୍ୟପ୍ରଦେଶରେ ଭୋପାଳ ମେମୋରିଆଲ ହସ୍ପିଟାଲ ଓ ଜମ୍ମୁର ସରକାରୀ ମେଡିକାଲ କଲେଜକୁ କେବଳ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯିବ ବୋଲି ଘୋଷଣା କରାଯାଇଛି।

ଏହାସହ ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ କରୋନା ମୁକାବିଲା ପାଇଁ ରିଲାଏନ୍ସ ପରିବାର ପ୍ରସ୍ତୁତି ଚଳାଇଛି। ସ୍ପଟ୍ ଉପରେ କରୋନା ମୁକାବିଲା କରୁଥିବା ଲୋକ ତଥା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଦୈନିକ ୧ ଲକ୍ଷ ମାସ୍କ ତିଆରି କରାଯାଉଛି। ଏହାସହ କରୋନା ଆକ୍ରାନ୍ତଙ୍କ ପାଇଁ ଥିବା ଜରୁରୀକାଳୀନ ଗାଡି ପାଇଁ ତେଲ ଯୋଗାଇବ।  ବିଭିନ୍ନ ସହରରେ ମାଗଣା ଖାଦ୍ୟ ଯୋଗାଇ ଦିଆଯିବା ନେଇ ରିଲାଏଲ୍ସ ପକ୍ଷରୁ କୁହାଯାଇଛି।

You might also like